ଖୋର୍ଦ୍ଧା,୨୫.୧୨.୨୫(ଏ.ଆଇ.ଏମ.ଏ) :
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ସଖା ସଂଘ କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ତୃତୀୟ ଦିବସ ମ୍ୟାଚରେ ସେଞ୍ଚୁରିଆନ ୟୁନିଭରସିଟି ବନାମ ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ ନିର୍ଧାରିତ ସମୟ ମଧ୍ୟରେ ୨-୨ ଗୋଲ ସ୍କୋର ରେ ବରାବର ହେବା ପରେ ଟ୍ରାଇବ୍ରେକର ର ସାହାଯ୍ୟ ନିଆଯାଇଥିଲା।ଏଥିରେ ସେଞ୍ଚୁରିଆନ ୟୁନିଭରସିଟି କୁ ୪-୨ ଟ୍ରାଇବ୍ରେକର ଗୋଲରେ ହରାଇ ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ ସେମିଫାଇନାଲ କୁ ଉନ୍ନୀତ ହୋଇଛି । ଆଜିର ଖେଳକୁ ମିକୁନ୍ ମହାନ୍ତି, ପ୍ରିୟବ୍ରତ ବାହିନୀପତି, ସାଇରାମ କିସ୍କୋ , ଅଭିନାଶ ପଟ୍ଟନାୟକ, ଅକ୍ଷୟ କୁମାର ପଟ୍ଟନାୟକ ,ହୃଦାନନ୍ଦ ମହତରାୟ,ଓମ ପ୍ରକାଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ସଖାସଂଘ ସଭାପତି ବିପିନ କୁମାର ଜୟସିଂହଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଧରଣୀଧର ନନ୍ଦ, ମୁଖ୍ୟ ବକ୍ତା ଭାବେ ପ୍ରବକ୍ତା ଡ଼ ପୁର୍ଣଚନ୍ଦ୍ର ଦାଶ, ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ଡ ସଞ୍ଜୟ କୁମାର ମହାପାତ୍ର,ଦେବରାଜ ବରିସଲ, ବ୍ୟବସାୟୀ ଆର୍ତ୍ତତ୍ରାଣ ସାହୁ , ରାମ ଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ , ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି,ମୟୁଖ ରଞ୍ଜନ ମହାପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ , ରାଜେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବେଷ୍ଟ ପ୍ଲେୟାର ଭାବେ ଉଭୟ ଦଳର ପ୍ରିତମ ଓ ନିଖିଲଙ୍କୁ କେଦାର ଜୟସିଂହ ମେମୋରିଆଲ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ଦୀପକ ପ୍ରଧାନ, ଶ୍ୟାମ ସୁନ୍ଦର ପଟ୍ଟନାୟକ , ପ୍ରକାଶ କୁମାର ବଳିଆରସିଂହ, ହରିହର ସିଂହ, ଉପଦେଷ୍ଟା ମହେଶ୍ୱର ବେହେରା, ହିମାଂଶୁ ଭୁଷଣ ଚମ୍ପତିରାୟ, ଉମେଶ ଚନ୍ଦ୍ର ମିଶ୍ର, ଅଜୟ କୁମାର ହରିଚନ୍ଦନ , ପ୍ରସାଦ ଦାସ, ଦିଗମ୍ବର ବଳିଆରସିଂହ , ଈଶ୍ୱର ଚନ୍ଦ୍ର ଜେନା, ପ୍ରଦୀପ୍ତ କୁମାର ଷଡଙ୍ଗୀ , ଚିତ୍ତରଞ୍ଜନ ମହାରଣା ଓ କାର୍ତ୍ତିକ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ। ଶୁକ୍ରବାର ମ୍ୟାଚ ହିନ୍ଦୁସ୍ଥାନ ହିରୋସ୍ ଫୁଟବଲ କ୍ଲବ, କଲିକତା ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ମଧ୍ୟରେ ଅନୁଷ୍ଠିତ ହେବା ର କ୍ରୀଡା ସଂସଦ ରୁ ସୂଚନା ମିଳିଛି l