|
|
|
ବାଙ୍କିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ।
ବାଙ୍କିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ।
ବାଙ୍କିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ।
ଚମ୍ପୁଆ -୨୫/୦୧, ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ବାଙ୍କିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ -୨୦୨୫-୨୬ବିଦ୍ୟାଳୟ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ବାର୍ଷିକ ଉତ୍ସବରେ ପ୍ରଧାନଶିକ୍ଷକ ରମଣୀ ରଞ୍ଜନ ନାୟକ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ଚମ୍ପୁଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ଚମ୍ପୁଆ ଜନମଙ୍ଗଳ ଅଧିକାରୀ ପ୍ରମୋଦ କୁମାର ନାଏକ, ବିଶିଷ୍ଟ ନାଟ୍ୟ ନିର୍ଦେଶକ ପ୍ରକାଶ ଚନ୍ଦ୍ର କୁଣ୍ଡୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରେମାନନ୍ଦ ମହାନ୍ତ, ପଞ୍ଚଶଖା ଶିକ୍ଷା ସେତୁ "ମୋ ସ୍କୁଲ "ଅଭିଯାନ ର ସଭାପତି ନବୀନ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ସମୟାନୁବର୍ତ୍ତିତା, ଶୃଙ୍ଖଳାଜ୍ଞାନ ଦିଗରେ ଧ୍ୟାନ ଦେବାକୁ ଦିଗଦର୍ଶନ ଦେଇ ଅଭିଭାବକ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସମନୟ ରହିଲେ ଶିକ୍ଷା ର ବିକାଶ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇ ପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଦିଗଦର୍ଶନ ଦେଇଥିଲେ l ପ୍ରଥମେ ଅତିଥିମାନେ ମା 'ତାରିଣୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଧୂପ ପ୍ରଦୀପ ପ୍ରଯ୍ୟଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ଅକ୍ଷୟ କୁମାର ଜେନା ସଂଯୋଜନା କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ବିଦ୍ୟାଳୟରେ କୃତିତ୍ୱ ହାସଲ କରିଥିବା ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ସାଟିପିକେଟ ସହିତ ଟ୍ରଫି ପ୍ରଦାନ କରିଥିଲେ l ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସଂlସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସଂଗୀତ ପରିବେଷଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିକ୍ଷକ ଦୀପ୍ତିରଞ୍ଜନ ବେହେରା, ଜୀବନ କୁମାର ସେଠୀ, ଚମ୍ପାବତୀ ମାଝୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସେଠୀ, କ୍ରୀଡା ଶିକ୍ଷୟିତ୍ରୀ ମିନତୀ ମହାନ୍ତ, କିରାଣୀ ପ୍ରଶାନ୍ତ ଜ୍ୟୋତି ଭୂଷଣ ବେହେରା, ଶିକ୍ଷକ ଲଙ୍କେଶ୍ୱର ପାତ୍ର, ତପନ କୁମାର ସେନାପତି, ସରୋଜ କୁମାର ନାଏକ, ବାସନ୍ତୀ ତିରିଆ, ମହେଶ୍ୱର ମୁଣ୍ଡା, ପିଅନ ଡାଳିମ୍ବ ମହାନ୍ତ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।
Read More
|
|
|