logo

ଇଞ୍ଚୋଳ ବିକାଶ ମଞ୍ଚ ତରଫରୁ ନିଆରା ଢଙ୍ଗରେ ପ୍ରଥମାଷ୍ଟମୀ ପାଳନ


ଆନନ୍ଦପୁର:-ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ଥର ନିଆରା ପ୍ରଥମାଷ୍ଟମୀ ପାଳନ କରାଯାଇଛି ।

ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ଶରତ ଚନ୍ଦ୍ର ଚଇନି ଯୋଗଦେଇ ବୃକ୍ଷ ରୋପଣ ଓ ତାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ମଞ୍ଚର ସଦସ୍ୟମାନେ ବୃକ୍ଷ ଦେବତାକୁ ଦୀପ , ଧୂପ , ପୁଷ୍ପ ଓ ନୂଆ ବସ୍ତ୍ର ଦେଇ ପଢୁଆଁ କରିଥିଲେ ।

ଗଛ ମଧ୍ୟ ଆମର ଏକ ସନ୍ତାନ *ଗଛ ବି ଆମର ଭଉଣୀ ଭାଇ , ବଢାଇବା ତାକୁ ଯତନ ନେଇ* ଏଭଳି ବାର୍ତ୍ତାରେ ପଥଚାରୀ ମାନଙ୍କୁ ସଚେତନ କରାଇଥିଲେ ।ପରେ ପରେ ଶ୍ରୀ ଜଗନ୍ନାଥ ନିମ୍ବ ବନ ପ୍ରକଳ୍ପରେ ପୂଜାର୍ଚ୍ଚନା ସହ ନୂଆ

ନିମ୍ବ ଚାରା ରୋପଣ  ଆଗରୁ ରୋପଣ ହୋଇଥିବା ଗଛ ଗୁଡିକରେ ନବ ବସ୍ତ୍ର ଦିଆଯାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉମାକାନ୍ତ ପଣ୍ଡା , ଇନ୍ଦ୍ରମଣୀ ଯେନା , ଜ୍ୟୋତିର୍ମ ୟ ପଣ୍ଡା ,ସନ୍ତୋଷ ପଣ୍ଡା, ବଳରାମ ନାୟକ , ଅଭିରାମ ଯେନା , ସାଇବ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।

0
14670 views