logo
logo
(Trust Registration No. 393)
aima profilepic
GANESWAR MOHANTY
Keonjhar(Anandapur)

ଆନନ୍ଦପୁର:-ଭାରତ ମାତାଙ୍କ ର ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, ଭାରତୀୟ ଜନ ସଂଘ ର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ହାଟଡିହି ପାର୍ଟି ଅଫିସ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ କଂ ର ଦେଶ ସ୍ଵାଧୀନତା ରେ ଅବଦାନ, କାଶ୍ମୀର ପାଇଁ ଦେଶରେ ଦୁଇ ପ୍ରକାର ସମ୍ବିଧାନ
, ଦୁଇ ପ୍ରକାର ପ୍ରଧାନମନ୍ତ୍ରୀ ଓ ଦୁଇ ପ୍ରକାର ପତକା ବିରୋଧରେ ସତ୍ୟାଗ୍ରହ, ଜୀବନୀ ଉପରେ ଆଲୋକପାତ କରିଥିଲେ। ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ ତାକଂର ଭାଷଣରେ ଡକ୍ଟର ମୁଖାର୍ଜୀ କଂ ଜୀବନୀ ଉପରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ପ୍ରଶାନ୍ତ କୁମାର ମହାପାତ୍ର ଆନନ୍ଦପୁର କାଉନସିଲର ଶ୍ରୀ ସମ୍ବିତ କୁମାର ଦାଶ, କୌଲାସ କୁମାର ସାମଲ, ହରମୋହନ ଶାସିନି, ଆଲୋକ କୁମାର ଦାସ, ଜଗନ୍ନାଥ ଦେବତା, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର କୁମାର ସାହୁ, ରାମଚନ୍ଦ୍ର ସାହୁ, ବାଇଧର ସାହୁ, ତୃପ୍ତିମୟୀ ଯୋନା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

..........
1
110 views    0 comment
0 Shares

ବିଜେପି ନଦୀ ସୁରକ୍ଷା ସମିତି ନମାମିଗଙ୍ଗେ ପକ୍ଷରୁ ସେବା କାର୍ଯ୍ୟ:ବୈତରଣୀ ନଦୀ ଘାଟ ରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ
ଆନନ୍ଦପୁର:ଭାରତ ବର୍ଷର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପ୍ରଚଣ୍ଡ ଦେଶ ଭକ୍ତ, ଭାରତୀୟ ଜନ ସଂଘ ର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୁନ ୨୩ ତାରିଖ ବଳିଦାନ ଦିବସ ଅବସରରେ, ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଆନୁକୁଲ୍ୟରେ ଆନନ୍ଦପୁର ଠାରେ ସେବା କାର୍ଯ୍ୟ ହେଇଯାଇଛି। ଆନନ୍ଦପୁର ମୁନିସିପାଲିଟି ୪ ନମ୍ବର ୱ୍ଆର୍ଡ ର ବୈତରଣୀ ନଦୀ ର ଠାକୁର ଘାଟ ରେ ବ୍ୟାପକ ଭାବେ ସଫେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ନଦୀ ଘାଟ ସଫେଇ କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ କଂ ନେତୃତ୍ଵରେ ହେଇଯାଇଛି ।ଏହି ସଫେଇ କାଯ୍ୟକ୍ରମ ରେ ନଦୀ ଘାଟ ସଫା କରିବା ସହିତ ନଦୀ ରୁ ପଲିଥିନ ଜରି, ଅନାବନା ନଟାଗଛ କାଟି ବିଜେପି ର କାର୍ଯ୍ୟକର୍ତ୍ତା ସଫା କରିଥିଲେ। ନଦୀ ଘାଟ ରାସ୍ତା କୁ ସଫା କରିବା ସହିତ ରାସ୍ତା କୁ ସମତଳ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ୍ ରଞ୍ଜନ ସାମନ୍ତସିଂହାର, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଜିଲ୍ଲା ସହସଂଯୋଜକ ଶ୍ରୀ ଗୋଲକ ଜେନା, କାଉନସିଲର ଶ୍ରୀ ସମ୍ବିତ କୁମାର ଦାସ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହରମୋହନ ଶାସିନି, ଆନନ୍ଦପୁର ନଗର ମଣ୍ଡଳ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ହରେକୃଷ୍ଣ ପାତ୍ର, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର କୁମାର ସାହୁ, ଗଗନ କୁମାର ସିଂ, ରାମଚନ୍ଦ୍ର ସାହୁ, ବାଇଧର ସାହୁ, ଘାସିନାଥ ନାୟକ, ପଦ୍ମଲୋଚନ ଦାଶ, ଆଲୋକ କୁମାର ଖଟୁଆ, ବିମଳ କୁମାର ରାଉତ କଂ ସମେତ ବହୁ ସଂଖ୍ଯାରେ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

..........
19
1013 views    0 comment
1 Shares

ଆନନ୍ଦପୁର ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଜାତୀୟ ଶିକ୍ଷାନୀତି କର୍ମଶାଳା ଉଦଘାଟିତ
ଆନନ୍ଦପୁର:ସରସ୍ୱତୀ ଶିଶୁ ମନ୍ଦିର ଆନନ୍ଦପୁର ପକ୍ଷରୁ ଶିଶୁ ମନ୍ଦିର ପରିସରରେ ସଂକୁଳ ସ୍ତରୀୟ ୨ ଦିବସିୟ ଜାତୀୟ ଶିକ୍ଷା ନୀତି କର୍ମଶାଳା ଉଦଘାଟିତ ହୋଇଯାଇଛି।ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ଏବିଇଓ ଆନନ୍ଦପୁର ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ,ସମ୍ମାନିତ ଅତିଥିଭାବେ ଘଷିପୁରା ସରସ୍ୱତୀ ଶିଶୁମନ୍ଦିର ସମ୍ପାଦକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାଏକ,ଆନନ୍ଦପୁର ସଂକୁଳ ପ୍ରମୁଖ ନିରାକାର ସାହୁ,କେନ୍ଦୁଝର ବିଭାଗ ନିରୀକ୍ଷକ କ୍ଷେତ୍ରମୋହନ ଦାସ ଓ ପରିଚାଳନା ସମିତି ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ହରେକୃଷ୍ଣ ପତି ଅତିଥି ଓ ଅଧିକାରୀ ଙ୍କ ପରିଚୟ ପ୍ରଦାନ କରିଥିଲେ।ପରେ ଶିଶୁ ଭାଇ ଓ ଭଉଣୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।ସଂକୁଳ ସ୍ତରୀୟ ଏହି ପ୍ରଶିକ୍ଷଣ ବର୍ଗରେ ଆନନ୍ଦପୁର ସଂକୁଳ ଅନ୍ତର୍ଗତ୧୦ଟି ଶିଶୁ ମନ୍ଦିରର ୧୦୮ଜଣ ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିବାବେଳେ ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ବର୍ଗକୁ ସଫଳ କରିବାରେ ସହଯୋଗ କରିଥିଲେ।

..........
7
349 views    0 comment
2 Shares

ଦେବବ୍ରତଙ୍କୁ ମିଳିଲା ‘ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨’
ଆନନ୍ଦପୁର: କଟକ ସାରଳା ଭବନସ୍ଥିତ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨ । ଅନୁଗୁଳର ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ବଏଜା ପକ୍ଷରୁ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି ଅବସରରେ ବହୁ କବି, କବୟତ୍ରୀ ଯୋଗଦେଇ ସମାଜରେ ସାହିତ୍ୟ ପ୍ରତି ଥିବା ତାଙ୍କର ନିଷ୍ଠାକୁ ଦର୍ଶାଇଥିଲେ । ଉପସ୍ଥିତ ଥିବା ଅତିଥି ବୃନ୍ଦ ଆଜିର ଯୁବ ସମାଜ ସାହିତ୍ୟ ପ୍ରତି ରୁଚି ରଖିବା ଆବଶ୍ୟକ ବୋଲି ତାଙ୍କର ମତ ପ୍ରକାଶ କରିଥିଲେ ।
ଚଳିତ ବର୍ଷ ଆନନ୍ଦପୁରର ଯୁବ କବି ଦେବବ୍ରତ ବାରିକଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି । ସେ ଏହି ସମ୍ମାନକୁ ଆନନ୍ଦପୁରବାସୀଙ୍କ ଲାଗି ଉତ୍ସର୍ଗ କରିବା ସହ ସମ୍ବର୍ଦ୍ଧିତ ହୋଇ ନିଜକୁ ଗର୍ବ ଅନୁଭବ କରୁଛି ଏବଂ ଅଧିକ ଦାୟିତ୍ୱ ବଢ଼ି ଗଲା ପରି ଲାଗୁଛି ବୋଲି କହିଛନ୍ତି । ଏହାସହ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପରିବାରର ସଭାପତି ଗାୟତ୍ରୀ ଦେବୀ, ସମ୍ପାଦକ ସଂଗ୍ରାମ ବାବୁ ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବାପା ମା’ଙ୍କ ଆଶିର୍ବାଦ ଏବଂ ମୋର ଗୁରୁ ଗୁରୁଜନ ମାନଙ୍କ ଆଶୀର୍ବାଦ ଏମିତି ମୋ ମଥା ଉପରେ ଥାଉ ବୋଲି କହିଛନ୍ତି ।

..........
28
810 views    0 comment
1 Shares

ବେଆଇନ ପାଣି ଓ ବାଲି ହରିଲୁଟ ପ୍ରତିବାଦ କରି ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ
ଆନନ୍ଦପୁର:ଆନନ୍ଦପୁର ସବଡିଭିଜନ ରେ ବାଲି ମାଫିଆ ମାନଙ୍କ ଚୋରା ବାଲି ଚାଲାଣ ଚରମ ସୀମାରେ ପହଞ୍ଚିଛି। ଏପରିକି ଦିନ ଦିପହରରେ ଖୁଲମଖୁଲା ଭାବେ ଦୈନିକ ଶହ ଶହ ଟ୍ରିପ ବାଲି ଟ୍ରାକଟର ଓ ବଡ ବଡ ହାଇୱା ରେ ଚୋରା ଚାଲାଣ ହେଉଛି। ଏହାର ପ୍ରତିବାଦରେ ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।
କେନ୍ଦୁଝର ଜିଲ୍ଲାରେ ଲୁହା ପଥର କୁ ଗୁଣ୍ଡ କରାଯାଇ ବଡ ବଡ ଲୁହା ପାଇପ୍ ଯୋଗେ ନଦୀ ପାଣି ସାହାଯ୍ୟରେ ଲୁହା କାରଖାନା ଓ ପାରାଦ୍ବୀପ ବନ୍ଦର କୁ ରପ୍ତାନୀ କରାଯାଉଛି। ଯେଉଁଥିରେ ବ୍ୟାପକ ପାଣି ର ଆବଶ୍ୟକତା ପଡୁଛି। ଯାହା ଦ୍ୱାରା ଆଜି କେନ୍ଦୁଝର ଜିଲ୍ଲା ର ବୈତରଣୀ ନଦୀ, କାରୋ ନଦୀ, ସମାକୋଇ, ଅରଡୋଇ ନଦୀ ସମସ୍ତ ନଦୀ ଶୁଖି ଯାଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ପିଇବାକୁ ପାଣି ନପାଇ ବଣ ଜଙ୍ଗଲ ରୁ ପଶୁ ପକ୍ଷୀ ଜନବସତି ମୁହାଁ ହେଉଛନ୍ତି। ଏପରି ହେଲେ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲା ମରୁଭୂମି ରେ ପରିଣତି ହେବ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନଦୀର ପାଣି କୁ ଖଣି ଓ କଳ କାରଖାନା ର ମାଲିକ ମାନଙ୍କ ହାତରେ ଟେକି ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। କଳ,କାରଖାନା ର ମଇଳା ପାଣି କୁ ନଦୀ ମାନଙ୍କରେ ଛାଡି ଦେଉଥିବାରୁ ଆଜି କେନ୍ଦୁଝର ଜିଲ୍ଲାର ସମସ୍ତ ନଦୀ ପ୍ରଦୂଷିତ ହେଇଯାଇଛି। ଯଦ୍ଵାରାକି ନଦୀ ପାଣି କୁ ବ୍ୟବହାର କରୁଥିବା ଲୋକ ନାନାଦି ସଂକ୍ରମକ ରୋଗର ଶିକାର ହେଉଛନ୍ତି।
ଆନନ୍ଦପୁର ସବଡିଭିଜନ ର ପଦ୍ମପୁର, ଆନନ୍ଦପୁର ପୋଲ ତଳ, ଟୁକୁଣା,ପଞ୍ଚପଲ୍ଲୀ, ବେଲବାହାଲି, ସରେଇ, ଭଗାନଇ, ଦେଓଗାଁ, ବାତୋ, ଶାଳଦେଇ,ତାଳଗାଁ,ସମଣା, ବଞ୍ଚୋ,ଗିରିଗାଁ, ହାବଳେଶ୍ଵର, ଅମାରଂଗ ପ୍ରଭୃତି ସ୍ଥାନ ମାନଙ୍କ ରେ ବାଲି ମାଫିଆ ମାନଙ୍କ ଦ୍ଵାରା ଦିନ ଦିପହରରେ ଖୁଲମଖୁଲା ବାଲି ଚୋରା ଚାଲାଣ ହେଉଛି। ପୋଲିସ ଓ ଜିଲା ପ୍ରସାଶନ ନିରବରେ ବସିଛି। ମଝିରେ ମଝିରେ ଗୋଟେ ଅଧେ ଗାଡ଼ି କୁ ଜୋରିମାନା କରି ପ୍ରଶାସନ ଶୋଇଯାଇଛି। ଚୋରା ବାଲି ଚାଲାଣ କରୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗାଡ଼ି ଗୁଡିକୁ ଜବଦ କରି କ୍ରିମିନାଲ କେସ୍ କରିବା ପାଇଁ ବିଜେପି ନଦୀ ସୁରକ୍ଷା ସମିତି ଦାବି କରିଛି। ତତସହିତ ନଦୀ କୁ ଶିଲ୍ପ ମାନଙ୍କ ର ମଇଳା ପାଣି ଛାଡୁଥିବା ଅନୁଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମଧ୍ୟ ଦାବି କରାଯାଇଛି। ଶିଲ୍ପ ମାନେ ନଦୀ ମାନଙ୍କରୁ ମନଇଚ୍ଛା ପାଣି ବ୍ୟବହାର ଉପରେ ରାଜ୍ୟ ସରକାର ରୋକ ଲଗାଇବାକୁ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଦାବୀ କରିଛି। ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ନିଜ ମତ ପ୍ରକାଶ କରି କହିଛନ୍ତି।
ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ଆଲୋକ କୁମାର ସେଠୀ, ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ୍ ରଞ୍ଜନ ସାମନ୍ତସିଂହାର, ବିଜେପି ନଦୀ ସୁରକ୍ଷା ସମିତି କେନ୍ଦୁଝର ଜିଲ୍ଲା ସହସଂଯୋଜକ ଶ୍ରୀ ଗୋଲକ ଜେନା, ଆନନ୍ଦପୁର ମୁନିସିପାଲିଟି ର କାଉନସିଲର ଶ୍ରୀ ସମ୍ବିତ ଦାଶ, ପଦ୍ମାବତୀ ସେଠୀ,ଜୋସ୍ନାରାଣି ଖୁଣ୍ଟିଆ,ଆନନ୍ଦପୁର ନଗର ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ଟୁକୁନା ମହାନ୍ତ, ବଳଭଦ୍ର ବାରିକ, ଯଞପ୍ରସାଦ ସାହୁ, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର ସାହୁ, ସନ୍ୟାସୀ ପାତ୍ର, ବାଇଧର ସାହୁ, ରାମଚନ୍ଦ୍ର ସାହୁ, ଗଗନ ସିଂ,ଦୟାନିଧି ଯେନା, ନନ୍ଦ କିଶୋର ଜେନା, ନିତ୍ୟାନନ୍ଦ ବେହେରା, ପ୍ରହ୍ଲାଦ ନାୟକ, ସୁକାନ୍ତ ଜେନା, ଆଲୋକ କୁମାର ଦାସ, ମନମୋହନ ସା, କହ୍ନେଇ ଦାସ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

..........
25
1109 views    0 comment
0 Shares

ଦେବଦୂତ ସାଜିଲେ ସରପଞ୍ଚ; ସରପଞ୍ଚଙ୍କୁ ଚାରିଆଡୁ ମିଳିଲା ପ୍ରଶଂସା ର ସୁଅ

ଆନନ୍ଦପୁର:ପୁଣି ଚର୍ଚ୍ଚା ରେ ଚର୍ଚ୍ଚିତ ଦୀପ୍ତି ସାହୁ।ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ଅନେକ ସରପଞ୍ଚ ପାର୍ଥୀ ଚର୍ଚ୍ଚା ରେ ରହିଥିଲେ, କିଛି ନିର୍ବାଚନର ବାଜି ମାରିଥିଲେ ଏବଂ କିଛି ନିର୍ବାଚନର ପରାଜୟର ସାମ୍ନା କରିଥିଲେ। ସେହିପରି ଭାବରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ସରପଞ୍ଚ ନିର୍ବାଚନ ସମୟରେ ପୂର୍ବରୁ କରିଥିବା ସମାଜସେବା ପାଇଁଁ ବେଶ ଚର୍ଚ୍ଚା ରେ ରହିଥିଲେ।କେବଳ ଧନ ଓ ଜନ ବଳରେ ନୁହେଁ ଲୋକ ସମ୍ପର୍କ ଓ ସମାଜସେବା ବଳରେ ମଧ୍ୟ ନିର୍ବାଚନ ଜିତିବା ସମ୍ଭବ,ଏହା ବେଲବାହାଳି ସରପଞ୍ଚ ଶ୍ରୀମତୀ ଦୀପ୍ତି ସାହୁ ନିର୍ବାଚନ ଜିତି ପ୍ରମାଣିତ କରିଥିଲେ। ଯାହାକି ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଏମିତିକି ସେ ନିର୍ବାଚନ ଜିତିବା ପରେ କେତେକ କୁଚକ୍ରୀ ଗୋଷ୍ଠୀ ଶ୍ରୀମତୀ ସାହୁ ନିର୍ବାଚନ ଜିତିବା ପରେ ଆଉ ସମାଜସେବା କରିବେ ନାହିଁ କହି ତାଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା ଜାରୀ ରଖିଥିଲେ, କିନ୍ତୁ ଆଜି ବେଲବାହାଳି ସରପଞ୍ଚ ଶ୍ରୀମତୀ ସାହୁ ରକ୍ତଦାନ ଭଳି ଏକ ମହତ୍ୱ ଦାନ କରିବା ସହିତ ଜଣେ ବୟସ୍କ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଥିବା ବେଳେ। ବିଭିନ୍ନ ସଂଗଠନ ମଧ୍ୟ ତାଙ୍କୁ ଏହି କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀମତୀ ସାହୁ ଆଗାମୀ ଦିନରେ ମଧ୍ୟ ସମାଜସେବା ଜାରି ରଖିବେ ବୋଲି କହିଛନ୍ତି। ଆଜି ଆନନ୍ଦପୁର ଶାଳବଣୀ ଗ୍ରାମର ଶ୍ରୀମତୀ ବେଲ ନାୟକଙ୍କର ରକ୍ତ ର ଆବଶ୍ୟକତା ଥିବା ଖବର ପାଇ ଶ୍ରୀମତୀ ସାହୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ରକ୍ତଦାନ କରିଥିଲେ।ଏହାପରେ ଶ୍ରୀମତୀ ବେଲ ନାୟକ ସରପଞ୍ଚଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ସରପଞ୍ଚ ହେବାପରେ ମଧ୍ୟ ନିଜର ସେବା କାର୍ଯ୍ୟ ଜାରୀ ରଖିଥିବାରୁ ବେଲବାହାଳି ସରପଞ୍ଚ ଶ୍ରୀମତୀ ସାହୁଙ୍କୁ ନେଇ ଆନନ୍ଦପୁର ଏବଂ ବେଲବାହାଳି ରେ ଚର୍ଚ୍ଚା ଲାଗିରହିଥିବା ବେଳେ, ଏହା କୁଚକ୍ରୀ ମାନଙ୍କ ପାଇଁ ବୁମେରାଙ୍ଗ ପଲଟିଥିବା ବେଳେ ଗାଲରେ ଚାପୁଡ଼ା ସଦୃଶ୍ୟ ହୋଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

..........
40
1270 views    0 comment
1 Shares

ବିଶ୍ୱଜିତ କୁ ମିଳିଲା କବି ବିଭାକର ସମ୍ମାନ

ଆନନ୍ଦପୁର:ହାଟଡ଼ିହି ବ୍ଲକ ଇଞ୍ଚଳ ଗ୍ରାମର ପିତାମ୍ବର ରାଉତ ଓ ମାତା ମନୋରମା ରାଉତଙ୍କ ଏକମାତ୍ର ପୁତ୍ର ସନ୍ତାନ ଯୁବ କବି ବିଶ୍ୱଜିତ ରାଉତ ଙ୍କୁ କବି ବିଭାକର ସମ୍ମାନରେ ସମ୍ମାନୀତ କରାଯାଇଛି।ଜଗତସିଂହପୁର ଜିଲ୍ଲାର ମାତୃକୃପା ସାହିତ୍ୟ ସଂସଦ ତରଫରୁ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଲେଖକ କୁମାର କବି ପ୍ରଶାନ୍ତ ବାହିନୀପତି ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ଓଡିଶା ଅର୍ଥସେବା ଉପଶାସନ ସଚିବ ପାହ୍ୟା ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ହର ବାରିକ, ସାହିତ୍ୟ ପ୍ରବଚକ ପଣ୍ଡିତ ଧର୍ମା ନନ୍ଦ ପତି ପ୍ରମୁଖ ଯୋଗଦେଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଯୁବ କବି ବିଶ୍ୱଜିତ ରାଉତ ଙ୍କୁ ଅତିଥୀଙ୍କ ଦ୍ୱାରା ମାନପତ୍ର ଓ ଉପଢୌକନ ଦେଇ କବି ବିଭାଗର ସମ୍ମାନରେ ସମ୍ମାନିତ କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

..........
9
504 views    0 comment
1 Shares

ଅଟୋ ସହ ଚିପ୍ସ ବୋଝେଇ ହାଇୱା ଧକ୍କା, ୩ ମୃତ ଓ ଜଣେ ଗୁରୁତର
ଆନନ୍ଦପୁର: ଆନନ୍ଦପୁର କରଂଜିଆ ରାସ୍ତାର କୋଡପଡା ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇୱା ସହ ଯାତ୍ରୀବାହି ଅଟୋ ଧକ୍କା ହୋଇଥିବା ଜଣାଯାଇଛି ।ଏଥିରେ ୩ଜଣ ଅଟୋ ଯାତ୍ରୀ ଙ୍କ ମୃତ୍ଯୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି l ମୃତକଙ୍କ ମଧ୍ଯରେ ୨ଜଣ ପୁରୁଷ ଓ ଜଣେ ମହିଳା ରହିଥିବାବେଳେ ଅନ୍ଯ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ ଆନନ୍ଦପୁର ଅଗ୍ନିଶ୍ରମ ବିଭାଗ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି। ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଅଟୋ ଯାତ୍ରୀ ମାନେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଜାବିନିପୁର ଅଞ୍ଚଳର ବୋଲି ସୂଚନା ମିଳିଥିବା ବେଳେ ଆଜି ମୟୁରଭଞ୍ଚ ଜିଲ୍ଲା ଶାତକୋଶିଆ ହାଟରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା l ଅଟୋ ଉପରେ ହାଇୱା ଗାଡିଟି ଚଢ଼ିଯାଇ ରାସ୍ତା ତଳ ବିଲରେ ଦୁଇଟି ଯାକ ଗାଡି ଓଲଟି ପଡିଥିଲା।ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ଅଧିକାରୀ ପ୍ରତାପ କୁମାର ସିଂ ଙ୍କ ନେତୃତ୍ୱରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା।

..........
17
111 views    0 comment
1 Shares

ଆନନ୍ଦପୁର ବସ୍‌ଷ୍ଟାଣ୍ଡ ଆହାର କେନ୍ଦ୍ରରେ ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆନନ୍ଦପୁର: ଖାଇବା ପାଇଁଁ ଅର୍ଥ ବାଧକ ନହେଉ ଏବଂ ବହୁଦୂରଦୂରାନ୍ତରୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟ କୁ ଆସୁଥିବା ଲୋକେ ହଇରାଣ ନହୁଅନ୍ତୁ ସେଥିପାଇଁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ସାତ ବର୍ଷ ପୂର୍ବେ ଆଜିର ଦିନରେ ଆହାର କେନ୍ଦ୍ର ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ମାତ୍ର ୫ ଟଙ୍କାରେ ମିଲ୍‌ ଯୋଗାଇଦିଆଯାଉଛି। ଆନନ୍ଦପୁରର ଏକ ପ୍ରମୁଖ ସ୍ଥାନ କୁହାଯାଉଥିବା ଆନନ୍ଦପୁର ବସ୍‌ଷ୍ଟାଣ୍ଡ ଯେଉଁଠାରୁ ମାତ୍ର ୨୦୦ ମିଟର୍ ପରିଧି ଭିତରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ମେନ୍‌ ବ୍ରାଞ୍ଚ, ଉପଜିଲ୍ଲାପାଳଙ୍କ ଅଫିସ,ପୌର ପରିଷଦ କାର୍ଯ୍ୟାଳୟ,ଆନନ୍ଦପୁର କୋର୍ଟ କାର୍ଯ୍ୟାଳୟ, ସବ୍ ରେଜିଷ୍ଟର ଅଫିସ୍ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ଓ ବସ୍‌ଷ୍ଟାଣ୍ଡ ଥିବାବେଳେ ପ୍ରତ୍ୟକ ଦିନ ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଏଠାକୁ ଆସିଥାଆନ୍ତି ତେବେ ଏହି ସ୍ଥାନରେ ଆହାର କେନ୍ଦ୍ର ରହିଥିବା ରୁ ବିଭିନ୍ନ କାର୍ଯ୍ୟାଳୟ କୁ ଆସିଥିବା ଲୋକ ଏବଂ ବସ୍ ରେ ଆସିଥିବା ଯାତ୍ରୀ ମାନେ ମାତ୍ର ୫ ଟଙ୍କା ଦେଇ ଖାଦ୍ୟ ଖାଇବାର ସୁଯୋଗ ପାଇଥାନ୍ତି। ତେବେ ଏହି ଆହାର କେନ୍ଦ୍ରର ମିଲ୍‌ ର ମାନ ଉଚ୍ଚ କୋଟିର ଥିବାରୁ ଏହାକୁ ଖାଉଥିବା ଲୋକ ପସନ୍ଦ ମଧ୍ୟ କରିଥାନ୍ତି। ତେବେ ଆଜି ଆହାର ଯୋଜନା ର ସାତ ବର୍ଷ ପୂର୍ତ୍ତି ଅବସରରେ ଏହି ଆହାର କେନ୍ଦ୍ରରେ ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ଏହି ଉତ୍ସବ ରେ ଅତିଥି ଭାବେ ଆନନ୍ଦପୁର ର ନବ ନିର୍ବାଚିତ ପୌରାଧ୍ୟକ୍ଷା ରଜନୀ ରାଣୀ ଖଟୁଆ, ଆନନ୍ଦପୁର ପୌର ଅଧିକାରୀ ଲଳିତ କୁମାର ନାୟକ, ନିପ୍ସ ର ସଭାପତି ତଥା ସମାଜସେବୀ ଡକ୍ଟର ପରମେଶ୍ବର ଦାସ‌, ଏବଂ ଆନନ୍ଦପୁର ପୌର ପରିଷଦ ର କର୍ମଚାରୀ ମାନେ ଯୋଗ ଦେଇଥିଲେ।ଏବଂ ଆଗାମୀ ଦିନରେ ଏହା କିପରି ଅଧିକ ଲୋକାଭିମୁଖୀ ହୋଇପାରିବ ସେଥିପାଇଁ ପ୍ରଚେଷ୍ଟା ଜାରୀରହିବ ଏବଂ ଆହାର କେନ୍ଦ୍ରକୁ ସୁଚାରୁ ରୂପରେ ପରିଚାଳନା କରାଯିବା ଉପରେ ଗୁରୁତ୍ୱ ଦିଆଯିବା କୁ ଉପସ୍ଥିତ ଅଧିକାରୀ ଏବଂ ନୂତନ ପୋୖରାଧ୍ୟକ୍ଷା ସହ ଆଲୋଚନା କରିଥିଲେ।ଏହି ଅବସରରେ ନବନିର୍ବାଚିତ ପୋୖରାଧ୍ୟକ୍ଷା ରାଜନିରାଣୀ ଖଟୁଆ ଏବଂ ପୋୖରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହିତ ବସି ଭୋଜନ କରିଥିଲେ।

..........
19
667 views    0 comment
1 Shares

ରଙ୍ଗର ପର୍ବ ହୋଲି ରେ ଦେବବ୍ରତ ବାରିକ ଙ୍କ ଲେଖନିରୁ*ଜୀବନର କେତେ ରଙ୍ଗ*କ୍ଷୁଦ୍ରଗଳ୍ପ

ଆନନ୍ଦପୁର:-ଶ୍ରାବଣୀ କୁ ମୁଁ ଭଲ ପାଏ ଆଉ ଶ୍ରାବଣୀ ମତେ, ସତେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ ଜନ୍ମ ନେଇଛୁ ସେ ମତେ ନ ଦେଖିଲେ କି କଥା ନ ହେଲେ ରହି ପାରେନି କିନ୍ତୁ ଏ ନେଇ ତାଙ୍କ ଘରେ ଅନେକ ବାଦ ବିବାଦ ସୃଷ୍ଟି ହୁଏ। ଶ୍ରାବଣୀ ଆଜି ଖବର ଦେଇଚି ଗାଁ ପାଖ ଶିବ ମନ୍ଦିର ପାଖରେ ଦେଖା କରିବା ପାଇଁ। ଏ କରୋନା କଣ କିଛି କରେଇ ଦେଉଛି ଯେ, ଯାହା ଏଇ ଫୋନ ମାଧ୍ୟମରେ କଥା ବାର୍ତ୍ତା ଦେଖା ଚାହାଁ ତା ଛଡା ଦେଖା କରିବା କଣ ସମ୍ଭବ ହେଇ ପାରୁଛି। ଅନେକ ଦିନ ପରେ ଶ୍ରାବଣୀ ସହ ଦେଖା ହେବ ଦୁହେଁ ଦୁହିଁଙ୍କୁ ମନ ଭରି ଦେଖିବୁ ଆଇ ଢେର୍ ସାରା କଥା ହେବୁ। ହଠାତ୍ ମୋବାଇଲ୍ ବାଜି ଉଠିଲା ଦେଖିଲା ବେଳକୁ ଶ୍ରାବଣୀ ଫୋନ କରିଛି - :

ବିଶ୍ଵ - ହ୍ୟାଲୋ.... ଶ୍ରାବଣୀ ଏମିତି ଅବେଳରେ ଫୋନ କରିଲ ଯେ।
ଶ୍ରାବଣୀ - ତମେ ତ ଜାଣିଛ ବାପା ଯେଉଁ ଲୋକ, କଣ ଟିକେ ହେଲେ ସନ୍ଦେହ ଆଖିରେ ମତେ ହିଁ ଦେଖନ୍ତି।
ବିଶ୍ଵ - ହଁ ଜାଣିଛି ହେଲେ, ମୋ ଜାଣିବାରେ ସେମିତି କିଛି ତ ହୋଇ ନାହିଁ ଯେଉଁଥି ପାଇଁ ବାପା ତୁମକୁ ସନ୍ଦେହ ଆଖିରେ ଦେଖିବେ।
ଶ୍ରାବଣୀ - ଆଜି ମୁଁ କଲେଜ ରୁ ଫେରିବା ବେଳେ କିଛି ପିଲା ମତେ ୟ୍ୟାଡୁ ସିଆଡୁ କହି କମେଣ୍ଟ କରିଲେ ଏ କଥା ମୁଁ ଘରେ କହି ନଥିଲି ହେଲେ ବାପା ଜାଣି ମତେ ଗାଳି କରିଲେ।
ବିଶ୍ଵ - ଏଇଟା ଗୋଟେ କଥା ତମେ ମନ ଦୁଃଖ କରୁଛ।
ଶ୍ରାବଣୀ - କଥା ଏଇଠି ନୁହଁ ତମେ ବୁଝିବାକୁ ଚେଷ୍ଟା କରୁନ ଯେ। ମୁଁ ଦେଖା କରିବା ପାଇଁ ଡ଼ାକି ଥିଲି ହେଲେ ଦେଖା ହେଇ ପାରିବ ନାହିଁ।
ବିଶ୍ଵ - କଣ ପାଇଁ ?
ଶ୍ରାବଣୀ - ବାପା କହିଲେ ମୁଁ କଲେଜ ଗଲେ କି ମନ୍ଦିର ଗଲେ ବାପା ମୋ ସହ ଯିବେ । ତମକୁ କେମିତି ଦେଖା କରିବି କୁହ ତ।
ବିଶ୍ଵ - ଆଲୋ ପାଗଳି। ଆଜି ନ ହେଲେ କଲି ହେବ ସେଇଥିରେ ଏତେ ଚିନ୍ତା କରିବାର କଣ ଅଛି।ଆସୁଛି ଶନିବାର ଦିନ ରଙ୍ଗ ଖେଳ ଅଛି ତମେ ତୁମ ସାଙ୍ଗ ରଶ୍ମି ସହ ପଳେଇ ଆସିବ, ରଙ୍ଗ ଖେଳ ହେବ ଦେଖା ବି ହେବ ହେଲା। ଏତେ ଆଉ ଚିନ୍ତା ନ କରି ଟିକେ ହସି ଦିଅ।
ଶ୍ରାବଣୀ - ହେ... ହେ.. ହିଁ... ହିଁ

ଆଜି ପବିତ୍ର ରଙ୍ଗ ଖେଳ....
ତୋ ପ୍ରେମ ରଙ୍ଗରେ ରଙ୍ଗେଇ ଦେଲୁ ତୁ
ମୋ ମନ ରାଣୀ ଶ୍ରାବଣୀ
ଏକା ପାରେ ନାହିଁ ତୁମ ବିନା ପ୍ରିୟା
ଦେଖିଛି ତୋ ପ୍ରେମ କାହାଣୀ।।

ମନ ମୁଁ ଦେଇଚି ହୃଦୟ ଜିତିଛି
ତୁମ ବିନା କେହି ନାହିଁ
କହିବାକୁ ଅଛି ଅନେକ ତ କିଛି
ଅପେକ୍ଷାର ଅନ୍ତ କାହିଁ।।

- ଦେଖିବାକୁ ମନ ଯେତେ ବ୍ୟାକୁଳ ହେଇଥିଲା, ସେତିକି ଇଚ୍ଛା ବଢି ବଢି ଚାଲିଥିଲା ତା ଗାଲ ରେ ଟିକେ ରଙ୍ଗ ବୋଳି ଦେବାକୁ। ଶ୍ରାବଣୀ ଆଉ ତା ସାଙ୍ଗ ରଶ୍ମି ଏକାଠି ଆସୁଥିବାରୁ ଦୂରରୁ ଦେଖିଲା ପରେ ମନରେ ଅନେକ ସମ୍ଭାବନା ଏନେକ ଆନନ୍ଦ ଅନେକ ଉତ୍ସାହ।

ଶ୍ରାବଣୀ ଗୋ ତୁମ ପୁରିଲା ଯୌବନ ପୂର୍ଣିମା ଶୋଭିତ ନୀଳ ଚନ୍ଦ୍ରମା
ଶ୍ରାବଣୀ ଗୋ ତୁମ ନୟନ ଯୁଗଳ
କରେ କାଇଁ ଆନ ମନା ପ୍ରିୟତମା।।

ସତେ ଆଜି କାଇଁ ନୂଆ ନୂଆ ଲାଗ ତୁମେ ଅନେକ ଦିନ ର ଦେଖା ଖୁବ ସୁନ୍ଦର ସେ ଚେହେରା ଯାହା ମୋ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲା । ତୁମେ ପିନ୍ଧି ଥିବା ଧଳା ଓ ନାଲି ରଙ୍ଗର ସେ ଶାଢ଼ି ବେଶ ମାନୁଛି ତୁମ ଦେହକୁ।
ଶ୍ରାବଣୀ - ଭାବନା ରାଜ୍ଯରେ ବୁଲିବା ସେତିକି ଥାଉ ସାର୍। ଏତିକି କହି ତା ହାତରେ ଥିଲା ସେ ଅବିର ମୁଠାଏ ବୋଲି ଦେଲା ମୋ ମୁହଁ ସାରା।

- ମୁଁ ବି କେଉଁ ଛାଡିବା ପିଲା ଯେ।ସଙ୍ଗେ ସଙ୍ଗେ ପକେଟ ରେ ଥିବା ସେ ନାଲି ଅବିର ଟିକକ ଖୋଲି ତା ମୁହଁରେ ମାରିବା ଆଗରୁ ଶ୍ରାବଣୀ ବୁଲି ପଡିଲା ଆଉ ସେ ନାଲି ଅବିର ସବୁ ପଡିଗଲା ତା ମଥାରେ। ଆରେ ଆରେ ଏ କଣ ହେଇ ଗଲା।

ଶ୍ରାବଣୀ - କଣ ହେଲା କି ! ଏ ତ ହେବାର ଥିଲା ଆଜି ନ ହେଲେ କାଲି ତମେ ମୋ ସିନ୍ଥିରେ ସିନ୍ଦୂର ଦେଇ ଥାନ୍ତ, ତା ବଦଳରେ ଅଜଣାତରେ ହେଉ ପଛେ ଆଜି ମୋର ସେ ଆଶା ଅଳ୍ପକେ ପୁରଣ କରିଛ।

ବିଶ୍ଵ - ଜାଣିବି ଅଜଣା ତୁମକୁ ପ୍ରିୟସି
ସତ ହେଉ ଅବା ସପନ
ବହୁ କରି ନେବି ତୁମକୁ ଶ୍ରାବଣୀ
ଆଉ ଅଳ୍ପ କିଛି ଦିନ ଅଛି।।

ଶ୍ରାବଣୀ - ଏ ହାଲୋ.... ତୁମର ଏ କବିତା ତୁମ ପାଖରେ ରଖ। ଟିକେ ଟିକେ କଥାରେ କବିତା। କବିତା ନ କହି କାମ ରେ କରି ଦେଖାଅ ବୁଝିଲ ସାର୍।
ବିଶ୍ଵ - ସବୁ ସେ ସମୟ ହାତରେ ଅଛି। ମୋର କଣ ଇଚ୍ଛା ନାହିଁ ମୋ ଘରକୁ ତୁମକୁ ସବୁ ଦିନ ପାଇଁ ନେଇ ଯିବାକୁ ହେଲେ କଣ କରିବି ତୁମେ ସବୁ ଜାଣିଛ ତୁମ ଘର ର ପରିସ୍ଥିତି କଣ।
- ଏମିତି କିଛି ମୁହୂର୍ତ୍ତର କଥା ବାର୍ତ୍ତା ପରେ ଶ୍ରାବଣୀ ରଶ୍ମି ଚାଲି ଗଲେ ତାଙ୍କ ଘରକୁ।

- କିଛି ଦିନ ପରେ ବିବାହ ପାଇଁ ବାପା ଝିଅ ଦେଖିବା ପାଇଁ କହିଲେ ହେଲେ ମୁଁ ଗଲି ନାହିଁ ଝିଅ ଦେଖିବା ପାଇଁ କି ଝିଅର ଫଟୋ ବି ଦେଖିଲି ନାହିଁ। ମନ କୁ ମାରି ଗୁମ୍ ମାରି ବସିଥାଏ ଶ୍ରାବଣୀ କୁ ଫୋନ କରି ଏ ସବୁ ବିଷୟରେ କହିଲି ହେଲେ ସେ ବି ଚୁପ୍ । ଭୁଲି ଯିବି ଶ୍ରାବଣୀ କୁ ଭୁଲି ଯିବି ପିଲା ଦିନର ସେ ଭଲ ପାଇବା କୁ, ଭୁଲି ଯିବି ସବୁ କିଛି, ଏ ସମାଜ ସ୍ୱୀକାର କରିବ ନାହିଁ ଏ ଭଲ ପାଇବା କୁ। ବନ୍ଧୁ ବାନ୍ଧବ ମାନେ ସମସ୍ତେ ବାରମ୍ବାର ଝିଅ ଦେଖିବାକୁ ଯିବା ପାଇଁ କହିଥିଲେ ମଧ୍ୟ ମୁଁ ମନା କରିଥିଲି । ଏପରି ମଧ୍ୟ ଝିଅର ଫଟୋକୁ କେବେ ବି ଦେଖିବା ପାଇଁ ଇଛା ପ୍ରକାଶ କରିନାହିଁ । ମନର କଥା ମନରେ ରଖି ନିଜ ଭାଗ୍ୟକୁ ଆଦରି ନେଇଥିଲି ।ଶେଷରେ ବିବାହ ଦିନ ଧାର୍ଯ୍ୟ କରି ଦିଆଗଲା । ଘର'ର ଆର୍ଥିକ ପରିସ୍ଥିତି ଦୂର୍ବଳ ଥିବାରୁ ମନ୍ଦିରରେ ବିବାହ ସ୍ଥିର ହେଲା । ବିବାହ ଦିନ ମୁଁ ବର ବେଶରେ ମନ୍ଦିରରେ ପହଞ୍ଚି ସାରିଥାଏ । କିଛି ସାଙ୍ଗମାନେ ମୋର ଶୁଖିଲା ମୁହଁକୁ ଦେଖି ବାରମ୍ବାର କାରଣ ପଚାରୁଥାନ୍ତି । ମୁଁ ବି ବାପାଙ୍କ ମନରେ ଦୁଃଖ ନଦେବା ପାଇଁ କିଛି ନକହି ଚୁପ୍ ରହିଥାଏ । ଯଦି କହିଥାନ୍ତି କଣ ବା କହିଥାନ୍ତି ? ଯେତେବେଳେ ମୁଁ ନିଜେ ଜାଣିନଥିଲି ତୁମ ଘରେ ତୁମ ବିବାହ ମୋ ସହ କରିବେ କି ନାହିଁ , ତୁମେ ବାପା ମା ଙ୍କ ପାଇଁ ମୁଁ ଭଲ ବର ପାତ୍ର ନ ଥିଲି , କଣ ବା କହି ପାରିଥାନ୍ତି । ଚୁପଚାପ୍ ନୀରବ ଦ୍ରଷ୍ଟା ସାଜିଥାଏ ମୁଁ । ବିବାହର ଶୁଭ ସମୟ ଆସି ସାରିଥିଲା । ମନ୍ଦିରରେ ମାଳ ମାଳ ହୋଇ ଘୁରି ବୁଲୁଥିବା ବରକନ୍ୟାଙ୍କ ସ୍ରୋତ । ସେ ସ୍ରୋତରେ ମୁଁ ବି ଥିଲି ଏକ ଧାର । ସେମାନଙ୍କ ଭିତରେ ଖୋଜି ବୁଲୁଥାଏ ମୁଁ ତୁମର ସେହି ଖିଲିଖିଲି ହସର ମୁହଁ ।ବିବାହ ଆରମ୍ଭ ହୋଇ ସାରିଥିଲା । ସମସ୍ତ ଝିଅଘର ଓ ଆମ ତରଫରୁ ବନ୍ଧୁ ପ୍ରିୟଜନ ମାନେ ମନ୍ଦିର ବେଢାର ବେଦୀ ଚାରିପାଖେ ଘେରାଇ ହୋଇ ବସିଥାନ୍ତି । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନୀ ସହିତ ଶୁଭ ଶଂଙ୍ଖ ହୁଳାହୁଳି ଦ୍ବାରା ଚର୍ତୁଦିଗ କମ୍ପୁଥିବା ସମୟରେ ଆଖିରେ ମୋର ଝଲସି ଯାଉଥିଲା ଭିଡିଓର ଉଚ୍ଚତମ ଧ୍ବନୀକୁ ଖାତିର୍ ନକରି ମୋ କାନ୍ଧରେ ମଥା ରଖି ଶୋଇଥିବା ତୁମର ସେହି ନୀରିହ ମୁହଁଟି । ହଠାତ୍ ବ୍ରାହ୍ମଣଙ୍କ ଡାକରେ ମୋର ସ୍ୱପ୍ନ ଟା ଭାଙ୍ଗିଗଲା ଓ ବ୍ରାହ୍ମଣ କହୁଥିଲେ କନ୍ୟାର ମଥାରେ ସିନ୍ଦୁର ଲଗାଅ । ମୁଁହ ତଳକୁ କରି ସିନ୍ଦୁର କନ୍ୟାର ମଥାରେ ନଲଗାଇ ପାରି ତାର ନାକରେ ଲଗାଇ ଦେଇଥିଲି । ସମସ୍ତେ ହସିଥିଲେ ଓ ବ୍ରାହ୍ମଣ କହିଲେ କନ୍ୟାକୁ ଚାହିଁ ତାର ମଥାରେ ସିନ୍ଦୁର ଦିଅ । କନ୍ୟାର ମଥାରୁ ସାମାନ୍ୟ ଓଢଣା ହଟି ଯାଇଥିଲା ଓ ସିନ୍ଦୁର ଚିମୁଟାଏ ନେଇ ମଥାରେ ଲଗାଇବା ସମୟରେ ମୁଁ ଆଚମ୍ଭିତ ହୋଇ ଯାଇଥିଲି । କନ୍ୟାର ମଥାରେ ସିନ୍ଦୁର ଦେବା ପରିବର୍ତ୍ତେ ମୁଁ ଅନେକ ପ୍ରଶ୍ନରେ ଛନ୍ଦି ହୋଇ ଯାଇଥିଲି । ଦୀର୍ଘ ସମୟ ଧରି ଅପଲକ ନୟନରେ ଚାହିଁ ରହିଥିଲି ସେ ଝିଅକୁ । ସମସ୍ତେ ମୋତେ ଅନେଇ ହସିବା ଆରମ୍ଭ କଲେଣି, ସେପ୍ରତି ମୋର ନିଘା ନାହିଁ । ହଠାତ୍ ଭଉଣୀର ଚିମୁଟାରେ ମୋ ଆଖି ଫେରି ଯାଇଥିଲା ସେ ଝିଅର ସୁନ୍ଦର ମୁଖମଣ୍ଡଳରୁ । ସେ ଝିଅ ଆଉ କେହି ନଥିଲା, ସେ ଥିଲା ମୋ ଆଖିର ଲେନ୍ସରେ ଦୀର୍ଘଦିନ ଧରି ବାନ୍ଧି ହୋଇ ରହିଥିବା ମୋ ଶ୍ରାବଣୀ । ଯାହାକୁୁ ମୁଁ ମୋ ମୋ ଜୀବନ ଠାରୁ ବି ଅଧିକ ଚାହେଁ ଜୀବନ ସାରା ତା ହାତ ଛାଡ଼ିବି ନାହିଁ କଥା ଦେଇ ଥିଲି। ଯେଉଁ ପୁନେଇ ଚାନ୍ଦକୁ ପ୍ରେମିକା ରୁପେ ପାଇବା ପାଇଁ ବାରମ୍ବାର ସ୍ବପ୍ନ ଦେଖୁଥିଲି, ସେ ଆଜି ମୋ ହାତ ପାହାନ୍ତାରେ ଥିଲା । ଏମିତି ଲାଗୁଥିଲା ବର ବେଶରେ ହେଉ ପଛେ ମୁଁ ଟିକିଏ ନାଚି ପକାନ୍ତି କି । ମୁହଁରେ ଥିବା ମୋର ନାଖୁସ୍ ଭାବ ଉଭାନ୍ ହୋଇ ସାରିଥିଲା । ମୁହଁରେ ଏକ ପ୍ରକାର ଗଡ ଜିତିବାର ଖୁୁସିର ଲହରୀ ଖେଳି ଯାଉଥିଲା ।ଚତୁର୍ଥି ରାତିରେ ମୁଁ ତାର ଆଖିରେ ଦେଖିପାରିଥିଲି ଅଭିମାନ ଓ ରାଗ । ସେ ସବୁ ଜାଣି ମୋ ପ୍ରତି ତା ଭଲ ପାଇବା ମୋତେ ମନେ ଜାଣଇ ନଥିଲା ଏମିତି ଏକ ସରପ୍ରାଇଜ୍ । ମୋ ଘର ଲୋକ ଓ ଶ୍ରାବଣୀ ର ଘର ଲୋକ ମୋ ଅଜଣାତରେ ସବୁ କିଛି ଠିକ୍ କରି ସାରିଥିଲେ । ଯାହା ହେଉନା କାହିଁକି ଆଜି ମୋ ଝୁରିଲା ଫଗୁଣକୁ ଫେରି ପାଇଛି । ସେ ଫଗୁଣ ଆଜି ମୋ ସମ୍ମୁଖରେ ମଥାରେ ଓଢଣୀ ଦେଇ ଫୁଲେଇ ଫୁଲେଇ ଦାନ୍ତ ଚିପି ଚିପି ହସୁଛି । କୃଷ୍ଣପକ୍ଷ ମୋ ଜୀବନ ଆକାଶରୁ ଦୂରେଇ ଯାଇଛି ଓ ମୁଁ ମୋ ଚାନ୍ଦକୁ ନିଜ ହାତ ମୁଠାରେ ପାଇ ସାରିଛି । ମୁଁ ଆଜି ବୁଝିପାରୁଛି ନିଚ୍ଛକ ପ୍ରେମ କେବେ ମରେନା । ତାହା ଆସେ ଜୀବନ ସାଗରରେ ଶତ ତରାଙ୍ଗାୟିତ ଖୁସୀର ଲହରୀ ନେଇ । ଫଗୁଣର ନୂଆ ରଙ୍ଗ ନେଇ ଯେଉଁ ଖୁସିରେ ରଙ୍ଗରେ ଉଲ୍ଲସିତ ହୋଇ ଉଠେ ଦେହ, ମନ ଓ ପ୍ରାଣ ।

ଶ୍ରାବଣୀ ଗୋ ତମେ ଶ୍ରାବଣ'ର ରଙ୍ଗ
ବୋଳି ହେଇ ଗଲ ଦେହରେ
ଏ ରଙ୍ଗ ଥରେ ଦେହରେ ଲାଗିଲେ
ଛାଡିବନି କେବେ ସତରେ।।

ପ୍ରେମର ରଙ୍ଗରେ ଜୀବନର କେତେ ରଙ୍ଗ
ରଙ୍ଗେଇ ଦିଏ ନୂଆ ଫଗୁଣରେ ।
🙏🏻 ସମାପ୍ତ 🙏🏻
✍🏻ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର
ସମ୍ପାଦକ ପ୍ରୀତି ପ୍ରାଣତି

..........
28
1445 views    0 comment
1 Shares

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଲୋକଙ୍କ ସେବା ପାଇଁ ଦେଲେ ୪ଟି ଆମ୍ବୁଲାନ୍ସ ଓ ୨ଟି କ୍ରେନ ।
କେନ୍ଦୁଝର:- କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ୪ଟି ଆମ୍ବୁଲାନ୍ସ ଓ ୨ଟି କ୍ରେନ କୁ ସଂଘ କାର୍ଯ୍ୟାଳୟ ପରିସରରେ ସଂଘ ର ବରିଷ୍ଠ ପରାମର୍ଶ ଦାତା କୈଳାସ ପଣ୍ଡା ଙ୍କ ଦ୍ଵାରା ଉଦଘାଟିତ ହୋଇଛି । କେନ୍ଦୁଝର ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ୪ ଟି ଆମ୍ବୁଲାନ୍ସ କୁ ତେଲକୋଇ ବ୍ଲକ ର ଜଗମୋହନପୁର ପାଇଁ ଗୋଟିଏ ଆମ୍ବୁଲାନ୍ସ ଦିଆଯିବା ସହିତ ପାଟଣା ବ୍ଲକ ପାଇଁ ଗୋଟିଏ, ଆନନ୍ଦପୁର ପାଇଁ ଗୋଟିଏ ଦିଆଯାଇଥିବା ବେଳେ କେନ୍ଦୁଝର ଟାଉନ ପାଇଁ ଗୋଟିଏ ଆମ୍ବୁଲାନ୍ସ ଦିଆଯାଇଛି । ସେହିପରି ଆନନ୍ଦପୁର ଉପଖଣ୍ଡରେ ଥିବା ଟ୍ରକ ମାଲିକଙ୍କ ପାଇଁ ଗୋଟିଏ କ୍ରେନ ବ୍ୟବସ୍ତା କରାଯାଇଥିବା ବେଳେ କେନ୍ଦୁଝର ପାଇଁ ଗୋଟିଏ କ୍ରେନ ର ବ୍ୟବସ୍ତା କରାଯାଇ ଥିବା ନେଇ ସଂଘ ର ସଭାପତି ସୂଚନା ଦେଇଛନ୍ତି । ଏଥିସହିତ ସଂଘ ପୂର୍ବରୁ ଜିଲ୍ଲାବାସୀ ଙ୍କ ପାଇଁ ବହୁ କାମ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ସଙ୍ଘ ଲୋକଙ୍କ ପାଇଁ କାମ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର କହିଛନ୍ତି ।

..........
1
0 views    0 comment
0 Shares

"ପ୍ରୀତିପ୍ରଣତି" ପତ୍ରିକାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆନନ୍ଦପୁର:ଆନନ୍ଦପୁର ର ଆନନ୍ଦଭବନ ଠାରେ ପ୍ରୀତି ପ୍ରଣତି ପରିବାର ପକ୍ଷରୁ ଏହାର ପ୍ରଥମ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ପରିବାରର ସଭାପତି ବିଭୁତି ଭୂଷଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାବେଶରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ରମାକାନ୍ତ ନାୟକ,ମୁଖ୍ୟ ବକ୍ତା ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ,ସମ୍ମାନିତ ବକ୍ତା ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ,ସମ୍ମାନିତ ଅତିଥି ଭାବେ ହରିହର ପାଣିଗ୍ରାହୀ ଓ କବି ହାସ୍ୟମୟୀ ରାଜ୍ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଦିଗନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରୀତିପ୍ରଣତି ର ବାର୍ଷିକ ସଂଖ୍ୟାକୁ ଅତିଥିମାନେ ଲୋକାର୍ପଣ କରିଥିଲେ।ପରିବାରର ସଂପାଦକ ଦେଵବ୍ରତ ବାରିକ ସମ୍ପାଦକୀୟ ପାଠ କରିଥିଲେ ଓ ମଞ୍ଚ ସଂଯୋଜନା ରେ ରଞ୍ଜନ କୁମାର ମହାନ୍ତି,ବିଦ୍ୟୁଲତା ପଲେଇ ପ୍ରମୁଖ ସହଯୋଗ କରିଥିଲେ।ଏବଂ ପରେ ଦ୍ୱିତୀୟ ଅଧିବେଶନ ରେ ଆୟୋଜିତ କବିତା ପାଠରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯଥା କବି ବିଶ୍ୱଜିତ୍ ରାଉତ, ଦୀପ୍ତି ରେଖା ପେରେଇ, ସୋମ୍ୟ ରଜନ୍, ଦେବବ୍ରତ ବାରିକ୍, ବିଶ୍ୱଜିତ୍ ନାଥ, ସୌଭାଗ୍ୟ ରଜନ ମହାପାତ୍ର ପ୍ରମୁଖ । ବାଲେଶ୍ଵର, ଭୁବନେଶ୍ୱର, ସମ୍ବଲପୁର, ମୟୁରଭଞ୍ଜ, କଟକ,ଯାଜପୁର ଓ ଭଦ୍ରକ ଜିଲ୍ଲାର ୩୪ ଜଣ କବି ସେମାନଙ୍କ ସ୍ୱରଚିତ କବିତା ଆଦୃତ କରିଥିଲେ ଏହି ଅବସରରେ ଦୀପ୍ତି ଦେବସନି ସୁତାର,ଭାସ୍କର ଚନ୍ଦ୍ର ଦାସ,ଦେବାଶିଷ ଚକ୍ରବର୍ତ୍ତୀ,ଅନନ୍ଦିତା ଦାସ,ମାନସ କୁମାର ପାଢୀ,ରଞ୍ଜନ କୁମାର ମହାନ୍ତି,ସୌଭାଗ୍ୟ ରଞ୍ଜନ ମହାପାତ୍ର,ସର୍ବେଶ୍ୱର ସାହୁ ଙ୍କୁ ମା'ତାରିଣୀ ଗଳ୍ପ,କବିତା, ସଙ୍ଗୀତ ସମ୍ମାନ ଅର୍ପଣ କରାଯାଇଥିଲା ଶେଷରେ କବି ସୁଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

..........
61
246 views    0 comment
1 Shares

ଆନନ୍ଦପୁର ମହାବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳନ
ଆନନ୍ଦପୁର:ଆନନ୍ଦପୁର ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଜାତୀୟ ବିଜ୍ଞାନ ଦିବସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମେଜର ଡକ୍ଟର ଦିଲ୍ଲୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଡକ୍ଟର ଦିବ୍ୟଲୋଚନ ଭୂୟାଁ ଙ୍କ ସଂଯୋଜନା ରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଡି ଏଫ ଓ ଶ୍ରୀଯୁକ୍ତ ଅଜିତ କୁମାର ଶତପଥି, ସମ୍ମାନୀତ ଅତିଥି ଭାବେ ଡକ୍ଟର ନାରାୟଣ ମିଶ୍ର,ମୁଖ୍ୟ ବକ୍ତା ଭାବେ ଡକ୍ଟର ସୁବ୍ରତ କୁମାର ମହାନ୍ତି, ପ୍ରଫୁଲ କୁମାର ପଣ୍ଡା ଉପସ୍ଥିତ ରହି ଜାତୀୟ ବିଜ୍ଞାନ ଦିବସ ପାଳନ ର ଉଦ୍ଧେଶ୍ୟ ସାର ସି.ଭି ରମଣ ଙ୍କ ଜୀବନୀ ଏବଂ ତାଙ୍କଦ୍ୱାର ଆବିସ୍କୃତ "ରମଣ ପ୍ରଭାବ" ଏବଂ ଦୈନ ଦିନ ଜୀବନରେ ତାହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।ସଭା ଆରମ୍ଭରେ ପ୍ରାଧ୍ୟାପକ ଡକ୍ଟର ନିମାଇଁ ଚରଣ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉପଲକ୍ଷେ ବିଜ୍ଞାନ ପ୍ରଶ୍ନଉତ୍ତର ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ସଂଧ୍ୟାରାଣୀ ଜେନା,ଡାଇନା ଦାସ,ବର୍ଷାରାଣୀ ସାହୁ,ଦେବଲକ୍ଷ୍ମୀ ବେହେରା,ଓଁମ ପ୍ରକାଶ ବାରିକ,ପ୍ରକାଶ କୁମାର କର,ଚିନ୍ମୟୀ ଙ୍କୁ ମୂଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।ଏହି ଉତ୍ସବରେ ପ୍ରାଧ୍ୟାପକ ପ୍ରଦୀପ ଧଳ,ପ୍ରାଧ୍ୟାପକ ନାରାୟଣ ଦାସ,ନୀଳକଣ୍ଠ ମଣ୍ଡଳ,ମାୟାଧର ନାୟକ,ଶିବ ଚରଣ ବେହେରା, ଦିବ୍ୟରଞ୍ଜନ ସାହୁ,ଓଜେଲ ପଟ୍ଟନାୟକ, ଅନନ୍ତ ଚରଣ ମହାନ୍ତି ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

..........
41
1623 views    0 comment
2 Shares

ଆନନ୍ଦପୁର ବି.ଏନ ହାଇ ସ୍କୁଲ ୧୯୭୮ ମସିହା ମାଟ୍ରିକ ବ୍ୟଚର ବନ୍ଧୁମିଳନ
ଆନନ୍ଦପୁର:କେନ୍ଦୁଝର ଜିଲ୍ଲାର ସର୍ବ୍ ପୁରାତନ ଶିକ୍ଷାନୁଷ୍ଠାନ ଆନନ୍ଦପୁର ର ବି. ଏନ୍. ହାଇସ୍କୁଲ ର ୧୯୭୮ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନକଂର ପରିବାର ବଂଧୂ ମିଳନ କାର୍ଯ୍ୟକ୍ରମ ଆଜି ସ୍କୁଲ୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ କୁଂ ନେଇ ଏକ ଆଲୋଚନା ବୈଠକ ହୋଇଥିଲା। ମୋ ସ୍କୁଲ୍ ଅଭିଯାନ ରେ ସ୍କୁଲ ର ହେଉଥିବା ଉନ୍ନୟନ କାର୍ଯ୍ୟ ପାଇଁ ୧୯୭୮ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନେ ସହଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତାବ ପାରିତ କରାଯାଇଥିଲା। ତତସହିତ ବି. ଏନ୍. ହାଇସ୍କୁଲ ଅତିତ ଦିନ ମାନଙ୍କରେ ବହୁତ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିଛି। ଏହାର ଛାତ୍ରଛାତ୍ରୀ ମାନେ ଆଜି ରାଜ୍ୟ ତଥା ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ରହି ଦେଶ ମାତୃକାର ସେବା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର +୨ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ମହେଶ୍ଵର ସାହୁ, ଦିଲ୍ଲୀପ କୁମାର ଦାସ, ଦିଲ୍ଲୀପ କୁମାର ମହାରଣା, କେଶବ ମିଶ୍ର, ଅଶୋକ କୁମାର ଦାସ, ମନୋରଞ୍ଜନ ମୁଦୁଲି, ଜଗନ୍ନାଥ ରାମ, ପ୍ରଦୀପ କୁମାର ସାମନ୍ତ, ଶତ୍ରୁଘନ ସାହୁ, ସୌମେନ୍ଦ୍ର କୁମାର ଜେନା, ଯତୀନ୍ଦ୍ର କୁମାର ଜେନା, ମନୋଜ ମିଶ୍ର, କୈଳାଶ ଚନ୍ଦ୍ର ନାୟକ, ହରିହର ରାମ, ହରିହର ପାତ୍ର, ତପନ କୁମାର ସାହୁ, ତପନ କୁମାର ସିଂ, ପ୍ରସନ୍ନ କୁମାର ମିଶ୍ର, ପ୍ରଦୀପ କୁମାର ହଜାରୀ, ପ୍ରାଣବନ୍ଧୁ ସାହୁ, ସହଦେବ ସାହୁ, ମାଧବାନନ୍ଦ ସାହୁ, ସୁବାସ ଖଟୁଆ, ଗୋପବନ୍ଧୁ ଘଡାଇ, ଅକ୍ଷୟ କୁମାର ପାଢ଼ୀ, ରବିନ୍ଦ୍ର କୁମାର ରାମ, ଇଶ୍ବର ଖୁଣ୍ଟିଆ, ବାଞ୍ଛାନିଧି ସାହୁ, ବାଁକୁ ରାମ, କୈଳାଶ ଚନ୍ଦ୍ର ରାମ, ନବ କିଶୋର ପାତ୍ର, ଦୀନବନ୍ଧୁ ସୀ, ପ୍ରମୋଦ କୁମାର ପାଢ଼ୀ, ପ୍ରମୁଖ ଉପସ୍ଥିତ ଥିଲେ।

..........
51
1612 views    0 comment
1 Shares

ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ଆନନ୍ଦପୁର:ସାମ୍ବାଦିକ ଙ୍କୁ ବିଞ୍ଝାରପୁର ଠାରେ ହୋଇଥିବା ମରଣାନ୍ତକ ଆକ୍ରମଣ କୁ ନେଇ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି।ଏଥିରେ ଆନନ୍ଦପୁର ପ୍ରେସ ପରିଷଦ ର ସଭାପତି ନିରାକାର ଦଳେଇ,ସଂପାଦକ ହରେକୃଷ୍ଣ ପାତ୍ର, କୋଷାଧ୍ୟକ୍ଷ ଗଣେଶ୍ୱର ମହାନ୍ତି,ବରିଷ୍ଠ ସାମ୍ବାଦିକ ପ୍ରଫୁଲ କୁମାର ମହାନ୍ତି,ପଦ୍ମନାଭ ସାହୁ, ରତିକାନ୍ତ ସାହୁ,ମକର ଧ୍ଵଜ ସାହୁଙ୍କ ସମେତ ପ୍ରେସ ପରିଷଦ ର ସମସ୍ତ ବରିଷ୍ଠ ଓ ଯୁବ ସାମ୍ବାଦିକ ମାନେ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ସରକାର ଙ୍କ ନିକଟରେ ଦାବି କରିଛନ୍ତି।

..........
1
0 views    0 comment
0 Shares

ଜଲସୁଆଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପ୍ରଭାତୀ ମାଝୀଙ୍କ ପ୍ରତି ବୃଦ୍ଧି ପାଉଛି ସମର୍ଥନ।
ଆନନ୍ଦପୁର:ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପ୍ରର୍ଯ୍ୟାୟ ସରିଯାଇଛି। ଆଉ ଚାରିଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଆନନ୍ଦପୁର ବ୍ଲକ୍ ରେ ତୃତିୟ ପର୍ଯ୍ୟାୟ ଅର୍ଥାତ୍ ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ପଞ୍ଚାୟତ ରେ ପାର୍ଥୀ ମାନେ ନିଜର ପ୍ରଚାର କୁ ଜୋରଦାର କରିଛନ୍ତି।ସେହି ପରି ଭାବରେ ଜଳସୁଆଁ ପଞ୍ଚାୟତରେ ନୂଆ କରି ନିର୍ବାଚନ ମଇଦାନ କୁ ଓଲ୍ହେଇଥିବା ସରପଞ୍ଚ ପାର୍ଥୀନି ଶ୍ରୀମତୀ ପ୍ରଭାତି ମାଝୀ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ତାଙ୍କ ପ୍ରତି ବିପୁଳ ସମର୍ଥନ ବଢିବା ରେ ଲାଗିଥିବା ଚର୍ଚ୍ଚା ହଉଛି । ତେବେ ଶ୍ରୀମତି ପ୍ରଭାତୀ ମାଝୀ ପ୍ରଚାର ସମୟରେ ନିଜ ଅଞ୍ଚଳର ମୌଳିକ ସମସ୍ୟାକୁ ସମାଧାନ କରିବା ସହିତ ରାଜ୍ୟ ସରକାରଙ୍କ ର ସମସ୍ତ ଯୋଜନା କୁ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚେଇବେ ଓ ସମସ୍ତଙ୍କ ସୁଖ ଦୁଖରେ ସାଥି ହେବେ ବୋଲି ପ୍ରତିଶୃତି ଦେବା ସହ ତାଙ୍କ ଚିହ୍ନ ଖୋଲା ବହିରେ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ପଞ୍ଚାୟତରେ ନୂଆ ମୁହଁ କୁ ଭୋଟ୍ ଦେବାକୁ ଭୋଟର ମାନେ ସ୍ଥିର କରିଥିବା ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ,ଜଳସୁଆଁ ପଞ୍ଚାୟତରେ ଭୋଟର ଓ ବୁଦ୍ଧିଯିବୀ ମାନେ ମଧ୍ୟ ଏକ ନୂତନ ଓ ଉପଯୁକ୍ତ ପାର୍ଥୀ ବାଛିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଜଳସୁଆଁ ପଞ୍ଚାୟତରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ରହିଥିବାବେଳେ ଭୋଟର ମାନେ କାହା ସପକ୍ଷରେ ଭୋଟ୍ ଦେବେ ତାହା ଫଳାଫଳ ପରେ ସ୍ପଷ୍ଟ ହୋଇପାରିବ।

..........
1
1192 views    0 comment
1 Shares

ରାସ୍ତା ନାହିଁ ପାଣି ନାହିଁ ଭୋଟ ଦେବୁ କଣ ପାଇଁ?:
ଶିବ ଶଙ୍କର ସାହିର ଭୋଟ ବର୍ଜନ ନିଷ୍ପତି ।

କେନ୍ଦୁଝର:ରାସ୍ତା ନାହିଁ ପାଣି ନାହିଁ ଭୋଟ ଦେବୁ କଣ ପାଇଁ? ଏପରି ନାରା ଦେଇ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମଣ୍ଡୁଆ ପଞ୍ଚାୟତ ଶିବଶଙ୍କର ସାହି ବାସିନ୍ଦା, ଭୋଟ ବର୍ଜନ ନିଷ୍ପତି ର ଏକ ପୋଷ୍ଟର ମଧ୍ୟ ଗାଁ ମଝିରେ ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି । ସାହିରେ ଶତାଧିକ  ପରିବାର କାହିଁ କେତେକାଳୁ ବସବାସ କଲେଣି କିନ୍ତୁ ଗାଁ କୁ ଭଲ ରାସ୍ତା ଖଣ୍ଡିଏ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଗାଁ ରେ ପାନୀୟ ଜଳ ପାଇଁ ଗୋଟିଏ ନଳକୂପ ରହିଛି । ଯାହା ସମସ୍ତଙ୍କୁ ପାଣି ଯୋଗାଇବାରେ ଅସମର୍ଥ । ଏଣୁ ସାଇ ପଡ଼ିଶାଙ୍କ ଉପରେ ନିର୍ଭର କରି ଚଳୁଛନ୍ତି ଏମାନେ । ପ୍ରତ୍ୟକ ନିର୍ବାଚନରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ପାଇ ଭୋଟ ଦିଅନ୍ତି କିନ୍ତୁ ନିର୍ବାଚନ ପରେ ଅବସ୍ଥା ଓ ସମସ୍ୟା ଯେଉଁଠି କି ସେଇଠି । ସବୁବେଳେ ନିର୍ବାଚନରେ ଭୋଟ ଦେଇ ସରପଞ୍ଚ ୱାର୍ଡ ମେମ୍ବର ଙ୍କୁ ଜିତାଉଛନ୍ତି କିନ୍ତୁ ସମସ୍ୟା ସମାଧାନ ହେଉନାହିଁ ତେଣୁ ଚଳିତ ନିର୍ବାଚନରେ ସାହି ବାସୀ ଭୋଟ ଦାନରୁ ବିରତ ରହିବାକୁ ନିଷ୍ପତି ନେଇଥିବା କହିଛନ୍ତି, ରାସ୍ତା ନାହିଁ ପାଣି ନାହିଁ ଭୋଟ ଦେବୁ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ଏବେ ନିର୍ବାଚିତ ପ୍ରତିନିଧି, ଆଶାୟୀ ପ୍ରାଥୀ ଓ ପ୍ରଶାସନ କୁ ମତଦାନ ପୂର୍ବରୁ ଦେବାକୁ ହେବ, ଅନ୍ୟଥା ଭୋଟ ଦାନରୁ ବିରତ ରହିବେ ବୋଲି ଚରମ ଚେତାବନୀ ମଧ୍ୟ ଦେଇଛନ୍ତି।।

..........
13
1244 views    0 comment
1 Shares

 ନିରୀହ ଆଦିବାସୀଙ୍କୁ ଶୋଷୋଣ କରିଛି ଠିକାଦାର:
ବିଜୁଳି ଆଲୁଅ ସାତସପନ  
ଆନନ୍ଦପୁର:ସ୍ୱାଧୀନତା ର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଅଞ୍ଚଳ ଆନନ୍ଦପୁର ବ୍ଲକ ପଣସଡ଼ିହା ପଞ୍ଚାୟତ ର ଅଧିବାସୀ। ସୂଚନାଯୋଗ୍ୟ ଯେ 
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣସଡିହା ପଞ୍ଚାୟତ ପାତ୍ରବେଡା ଗ୍ରାମରେ ବାସକରନ୍ତି ୪୦ ରୁ ଉର୍ଦ୍ଧ ପରିବାର  l ଦୁଃଖର ବିଷୟ ଦୀର୍ଘ ୩ବର୍ଷ ତଳେ ଦିନଦୟାଲ ଯୋଜନାରେ ଗ୍ରାମକୁ ବିଜୁଳି ଆଲୋକ ଯୋଗାଇ ଦେବା ପାଇଁ ଠିକାଦାରଙ୍କ ଦ୍ଵାରା କାମ ଆରମ୍ଭ କରାଯାଇଥିଲା ଠିକାଦାର ବାବୁ ନିରୀହ ଆଦିବାସୀ ମାନଙ୍କୁ ଭୂତେଇ ସେମାନଙ୍କ ଦ୍ଵାରା କାମ କରାଇ ଥିଲେ ସୁଦ୍ଧା ସେତିକିରେ ଲୋଭ ସରିନଥିଲା l ଲୋକଙ୍କୁ କହିଥିଲେ ମିଟର ଲାଗିଲା ୨୦୦ଟଙ୍କା ଲେଖାଏଁ ଦେଲେ ତୁମର ଶୀଘ୍ର ଲାଇନ୍ ଆସିବ
ନିରୀହ ଆଦିବାସୀ ମାନେ ୨୦୦ ଟଙ୍କା ଲେଖାଏଁ ଆଦାୟ କରୀ ୪୦ଜଣ ପରିବାର ଠିକାଦାର ବାବୁଙ୍କୁ ଦେବା ପରେ ସେବେଠାରୁ ଠିକାଦାର ବାବୁଙ୍କ ଦର୍ଶନ ମିଳୁନି କି ଗାଁ ରେ ଲାଇନ୍ ଜଳୁନି ଗ୍ରାମବାସୀ  ବୋହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପିଲାମାନଙ୍କର ପାଠ ପଢ଼ାରେ ବ୍ୟଘତ ସୃଷ୍ଟି ହେଉଥିବାବେଳେ ଲାଇନ ନପାଇ ଅଞ୍ଚଳ ବାସୀ ବିଭିନ୍ନ ସମୟରେ ବନ୍ୟ ଜୀବଜନ୍ତୁଙ୍କ ଆକ୍ରମଣ ର ଶିକାର ହେଇଥିବା ନଜିର ରହିଛି।ଯାହାକୁ ନେଇ ଅଞ୍ଚଳର ବାସିନ୍ଦା ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିବାବେଳେ ଇଲେକ୍ଟ୍ରି ଅଫିସରେ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ କାର୍ଯ୍ୟାନୁଷ୍ଠାନ ସୁନ।ଯାହାକୁ ନେଇ ନିରୀହ ଆଦିବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି।ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅପଣେଇବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଉଚିତ ଜବାବ ଦେବେ ବୋଲି ଚରମ ଚେତାବନୀ ମଧ୍ୟ ଶୁଣେଇଛନ୍ତି।ଆନନ୍ଦପୁର ଉପଜିଲ୍ଲାପାଳ ଓ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମବାସୀ ମାନଙ୍କୁ କିପରି ଖୁବ୍ ଶୀଘ୍ର ଲାଇନ୍ ଦିଆଗଲେ  ନିରୀହ ଆଦିବାସୀ ମାନେ ଉପକୃତ ହୋଇପାରନ୍ତେ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ll

..........
3
1028 views    0 comment
0 Shares

ଆନନ୍ଦପୁର ରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ସମୀକ୍ଷା ବୈଠକ
ଆନନ୍ଦପୁର:କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆନନ୍ଦପୁର ଓ ଘଷିପୁରା ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀଙ୍କ ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ।ପ୍ରଥମେ ଭୁବନେଶ୍ୱର ରୁ ବାହାରି ବେଲବାହାଳୀ କୁଶେଇ ନଦୀ ଉପରେ ନିର୍ମିତ ସେତୁର ସମୀକ୍ଷା କରିଥିଲେ ଏଥିରେ ବିଭାଗୀୟ ଏନ ଏଚ ଏ ଇ ଅଧିକାରୀ ଏବଂ ଏ ଆର ଏସ ଏସ ର ଅଧିକାରୀ ଙ୍କ ଠାରୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୁଝିଥିଲେ।ନିର୍ଦ୍ଧାରିତ ସମୟରେ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମାପ୍ତ କରିବା ସହିତ  ବିଭିନ୍ନ ସର୍ଭିସ ରୋଡ କୁ ଯଥାଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ।ଆସନ୍ତା ଜୁନ ସୁଦ୍ଧା ସମସ୍ତ କାମ ସାରିବାକୁ କତ୍ତୃପକ୍ଷ ରାଜିହୋଇଥିବା ସୂଚନା ମିଳିଛି।ବେଲବାହାଳୀ ସେତୁର ଉଭୟ ପାର୍ଶ୍ଵରେ ଦୁଇଟା ଗୋଲେଇ ଛକ ନିର୍ମାଣ ହେବାକୁ ମଧ୍ୟ ନିର୍ଦେଶ ଦେଇଥିବା ଜଣାଯାଇଛି।ପରେ ଆନନ୍ଦପୁର ବ୍ୟାରେଜ ଉପରେ କାର୍ଯ୍ୟକ୍ରମ ର ସମୀକ୍ଷା କରି ଯଥାଶୀଘ୍ର ଉଭୟ ପାର୍ଶ୍ଵ କେନାଲ କାମ ସମାପ୍ତ କରିବାକୁ ନିର୍ଦ୍ଧେଶ ଦେଇଥିବା ଜଣାଯାଇଛି।ଏବଂ କେନ୍ଦ୍ର ସରକାରଙ୍କ ଅର୍ଥରେ ଘର ଘର ପାଣି ଯୋଗାଇଦେବାକୁ ଥିବା ଜଳ ସେଚନ ମିଶନ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏଥିରେ ବିଭାଗୀୟ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।ଏହି ଗସ୍ତ କାର୍ଯ୍ୟକ୍ରମ ରେ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପୃଥ୍ବୀ ରାଜ୍ କୁଅଁର,ଅଲୋକ ସେଠୀ, ବରିଷ୍ଠ ନେତା ମହେଶ୍ବର ସାହୁ,ରାମଚନ୍ଦ୍ର ସାହୁ,ଜ୍ଞାନ ସାମନ୍ତ ସିଂହାର, ରଞ୍ଜନ ପାତ୍ର, ଅନାଦି ସାହୁ,ସୁମତି ଜେନା,ସୁକଦେଵ ଦାସ,ମାନସ ରଞ୍ଜନ ସା,ବାଇ ଧର ଚିନ୍ଦରା, ସଂଗ୍ରାମ ଜେନା,ରାଜୀବ ନାୟକ,କିଶୋର ପାତ୍ର, ବଳରାମ ମାଝୀ, ଦୀପକ ଜେନା,ଆକାଶ ସାହୁ,ପ୍ରଭୃତି ଉପସ୍ଥିତ ରହି ସହଯୋଗ କରିଥିଲେ।

..........
0
31 views    0 comment
0 Shares