logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆନନ୍ଦପୁର ମହାବିଦ୍ୟାଳୟ ରେ କ୍ଲଷ୍ଟର ଲେବୁଲ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ମାନଙ୍କର ତାଲିମ ଶିବିର ଅନୁଷ୍ଠିତ

ଆନନ୍ଦପୁର। ଆନନ୍ଦପୁର ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ମାନଙ୍କର ତାଲିମ ଶିବିରକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଦିଲ୍ଲୀପ କୁମାର ଦାସ ପ୍ରଦୀପ ପ୍ରଜ୍ଜ୍ଵଳିତ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ଉପଲକ୍ଷେ ମହାବିଦ୍ୟାଳୟ ର ସମ୍ମିଳନୀ

କକ୍ଷରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ମହାନ୍ତ,ଡ଼. ନାରାୟଣ ମିଶ୍ର,ଅଧ୍ୟାପକ ଅନନ୍ତ ଚରଣ ମହାନ୍ତି,ଅଧ୍ୟାପକ ରଘୁଦିପ୍ତୀ ନାୟକ,ପ୍ରାଧ୍ୟାପକ ଶିବ ଚରଣ ବେହେରା, ଡ଼. କମଳିନୀ ପାଣିଗ୍ରାହୀ

, ଉମାକାନ୍ତ ନାୟକ,ଗୀତାଞ୍ଜଳୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରେଡ଼ କ୍ରସ ସମ୍ବନ୍ଧରେ ସ୍ୱେଚ୍ଛାସେବୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ।ପ୍ରାରମ୍ଭରେ ଯୁବ ରେଡ଼କ୍ରସର ଉପଦେଷ୍ଟା ପ୍ରଫୁଲ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଡ଼. କମଳିନୀ ପାଣିଗ୍ରାହୀ ସଂଯୋଜନା କରିଥିଲେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା

ଏହି ଶିବିରର ପ୍ରଥମ ଦିବସରେ ଅଧ୍ୟାପକ ନିହାର ରଞ୍ଜନ ସାମଲ ରେଡ଼କ୍ରସର ଇତିହାସ ଏବଂ ଆନନ୍ଦପୁର ମେଡ଼ିକାଲର ଡ଼. ଉଦୟ ଭାସ୍କର ପଣ୍ଡା ସ୍ବେଚ୍ଛାକୃତ ରକ୍ତଦାନ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏହି ଶିବିରରେ ଆନନ୍ଦପୁର ମହାବିଦ୍ୟାଳୟ ସମେତ କନକ ମଞ୍ଜରୀ

ମହାବିଦ୍ୟାଳୟ, କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ, ବଳଭଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ଟୁକୁଣା, ପତିତପାବନ ମହାବିଦ୍ୟାଳୟ ସାଇଁକୁଳ, ଗ୍ରାମ୍ୟ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଶାଳବଣି ର ଯୁବ ରେଡ଼ କ୍ରସର ସ୍ୱେଚ୍ଛାସେବୀ

ଓ କାଉନସେଲର ଯୋଗଦେଇଥିଲେ ଅଧ୍ୟାପକ ମନୋରଞ୍ଜନ ପାଢ଼ୀ, ଚିନ୍ତାମଣି ବେହେରା,ଡ଼. ନିମାଇଁ ଚରଣ ରାଉତ ପ୍ରମୁଖ ତର୍କ ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗଦେଇଥିବାବେଳେ ପୁଷ୍ପଲତା ରାମ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଅପରାହ୍ନରେ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ପରିଚାଳନା କରିଥିଲେ।

32
21288 views
20 shares

Comment