logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଆଗରେ ହାଜର ହେବା ଆଗରୁ ଅଭିଯୋଗ କାରିକୁ ଉଠାଇନେଲା ପୋଲିସ :ନ୍ୟାୟ ଦାବି କଲା ବିଜେପି

କେନ୍ଦୁଝର: କେନ୍ଦୁଝର ଶୁଆକାଠି ସ୍ଥିତ ଓଏମସି ଖଣିରେ ଶ୍ରମିକ ନିଯୁକ୍ତି, ଶୁଆକାଠି କୋ ଅପରେଟିଭ ସୋସାଇଟି ରେ ସଭ୍ୟପଦ ପାଇବା ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ, ଏନେଇ ଶ୍ରମିକ ନେତା ଖଗେଶ୍ୱର ପୂର୍ତ୍ତି ଜିଲ୍ଲା ପ୍ରଶାସନ ସମେତ ଲେବର କମିଶନର ଙ୍କ ଠାରେ ବାରମ୍ବାର ଅଭିଯୋଗ କରିବା ପରେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଠାରେ ଅଭିଯୋଗ କରିଥିଲେ, ଖଗେଶ୍ୱର ପୂର୍ତ୍ତି । ପୂର୍ତ୍ତିଙ୍କ ଅଭିଯୋଗ କୁ ଆଧାର କରି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଙ୍କ ସମେତ ଖଣି ନିର୍ଦେଶକ, ରାଜ୍ୟ ସମବାୟ ବିଭାଗ ମୁଖ୍ୟ, ଓଡିଶା ଖଣି ନିଗମ ର ଏମଡି ଙ୍କୁ ନୋଟିସ ଜାରି କରିଥିଲେ, କମିଶନ ରେ ଆଜି (୨୧.୧୦.୨୧) ହାଜର ହେବାକୁ ଥିବା ବେଳେ ପୋଲିସ ଚତୁରତାର ସହିତ ଶ୍ରମିକ ନେତା ଖଗେଶ୍ୱର ପୂର୍ତ୍ତିଙ୍କୁ ହାଜର ହେବା ପୂର୍ବରୁ ବିଭିନ୍ନ ସଙ୍ଗିନ କେଶ ରେ ଫସାଇ ଜେଲ କୁ ପଠାଇ ଦେଲେ , ଯାହାକୁ ନେଇ ଆଜି ବିଜେପି ଆଦିବାସୀ ମୋର୍ଚ୍ଚା ଏହାକୁ ବିରୋଧୀ କରି ଜିଲାପାଳଙ୍କ ଠାରେ ଫେରାଦ ହୋଇଛି।ଆଦିବାସୀଙ୍କ ସ୍ଵର କୁ ଚାପି ଦେବା ପାଇଁ କମିଶନ ସଦସ୍ୟଙ୍କ ତଦନ୍ତକୁ ବାଟବଣା କରିବା ପାଇଁ ପ୍ରଶାସନିକ କଳକୁ ବ୍ୟବହାର କରି ଆଦିବାସୀ ନେତା ଖଗେଶ୍ବର ପୂର୍ଭି କୁ ପୁରୁଣା କେସ ରେ ଆଧାର କରି ଗିରଫ କରାଯାଇ ଅଛି । ଏଣୁ ଆମ୍ଭେ ଅନୁରୋଧ କରୁକି ତୁରନ୍ତ ଖଗେଶ୍ବର ପୂର୍ଭି କୁ ଏହି ମିଛ କେସରେ ଛନ୍ଦା ନ ଯାଇ ଆଦିବାସୀଙ୍କୁ ନ୍ୟାୟ ପୂର୍ବକ ନିର୍ଦୋଷ ଖଗେଶ୍ୱର ଙ୍କୁ ସମ୍ମାନ ସହିତ ଛଡ଼ାଯାଉ । ନଚେତ ଆଗାମି ଦିନରେ କେନ୍ଦୁଝର ର ସମସ୍ତ ନିରୀହ ଆଦିବାସୀ ନିଜର ସମ୍ମାନ ଓ ଅଧିକାର ପାଇଁ ରାଜରାସ୍ତା କୁ ଓହ୍ଲାଇବ ବୋଲି ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।

0
14723 views

Comment