ପ୍ରଦିପ୍ତା ସୁର ଆନନ୍ଦପୁର ବ୍ଲକ ର ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ସାଂସଦ ପ୍ରତିନିଧି
ଆନନ୍ଦପୁର:ଶ୍ରୀମତୀ ପ୍ରଦିପ୍ତା ସୁର ବାଉଁଶଗଡ ସେବା ସମବାୟସମିତି ର ପୂର୍ବତନ ସଭାପତି ତଥା ବର୍ତ୍ତମାନ ସାଳବଣୀ ମଣ୍ଡଳ ର ମହିଳା ମୋର୍ଚ୍ଚା ସଭାପତି କର୍ଯ୍ୟକରୁଥିବ ଶ୍ରୀମତୀ ପ୍ରଦୀପ୍ତା ସୁର ଙ୍କୁ ମାନ୍ୟବର ସାଂସଦ ଅନନ୍ତ ନାୟକ ମହୋଦୟ ଆନନ୍ଦପୁର ବ୍ଲକ ର ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି ସାଂସଦ ପ୍ରତିନିଧି ଭାବେ ମନୋନୀତ ହେବା ପରେ ଶ୍ରୀମତୀ ସୁର କହିଛନ୍ତି ମାନ୍ୟବର ସାଂସଦ ମୋତେ ଯେଉଁ ଦାୟିତ୍ବ ପ୍ରଦାନ କରିଛନ୍ତି ତାକୁ ଠିକ୍ ଭବେ ସମ୍ପାଦନ କରିବା ସହ ମହିଳା ଶିଶୁ ବିକାଶ ବିଭାଗ ଅଧୀନ ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କ ର ବିଭିନ୍ନ ସମସ୍ୟା ତଥା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ଗାଁ ଗହଳିର ସ୍ଵୟଂ ସହାୟକ ଗୋଷ୍ଠୀ କିପରି ସରକାରୀ ଯୋଜନାର ଲାଭ ପାଇ ଆତ୍ମ ନିର୍ଭର ହେବେ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଏଥି ସହ ତାଙ୍କର ନିଯୁକ୍ତି ପାଇଁ ସାଂସଦ ଙ୍କୁ କୃତଜ୍ଞାତ ଜଣାଇ ଛନ୍ତି ତାଙ୍କ ନିଯୁକ୍ତି ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।