logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୧୦ରୁ ରାଜ୍ୟ ସ୍ତରୀୟ କୁଶ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଆନନ୍ଦପୁର: ଆନନ୍ଦପୁର ଷ୍ଟାଡ଼ିୟମ ଠାରେ ୬ତମ ରାଜ୍ୟ ସ୍ତରୀୟ କୁଶ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଟ ଫେବୃଆରୀ ୧୦ତାରିଖରୁ ଆରମ୍ଭ ନେଇ ୪ତାରିଖ ବୁଧବାର ଦିନ ଆନନ୍ଦପୁର ଷ୍ଟାଡ଼ିୟମ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ସଂସଦର ସମ୍ପାଦକ ନବରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଶ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଟର ଖେଳ ସୂଚୀରେ ଫେବୃଆରୀ ୧୦ତାରିଖ ମଙ୍ଗଳବାର ଦିନ ଉଦ୍‌ଘାଟନୀ ମ୍ୟାଚ ଜଗା ୟୁନାଇଟେଡ଼ ଭୁବନେଶ୍ଵର ଓ ବାଦଲ ଫୁଟବଲ ଏକାଡ଼େମୀ ଭଦ୍ରକ, ୧୧ତାରିଖ ବୁଧବାର ସିମିଳିପାଳ ଫୁଟବଲ କ୍ଲବ ଓ ମିଶନ ଟାଇଗର ବାଲେଶ୍ଵର, ୧୨ତାରିଖ ଗୁରୁବାର ୟୁନାଇଟେଡ଼ କ୍ଲବ ଗଣ୍ଡରପୁର ଓ ମା'ଆଦିଶକ୍ତି ଫୁଟବଲ କ୍ଲବ ମୟୁରଭଞ୍ଜ, ୧୩ତାରିଖ ଶୁକ୍ରବାର ସମ୍ବଲପୁର ଫୁଟବଲ ଏକାଡ଼େମୀ ଓ ପପୁଲାର ଫୁଟବଲ କ୍ଲବ ଢ଼େଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୪ତାରିଖ ଶନିବାର ଦିନ ପ୍ରଥମ ସେମି ଫାଇନାଲ, ୧୫ତାରିଖ ରବିବାର ଦ୍ୱିତୀୟ ସେମିଫାଇନାଲ ହେବାକୁ ଥିବା ବେଳେ ୧୬ତାରିଖ ସୋମବାର ଦିନ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଛନ୍ତି । ଅପରାହ୍ଣ ୩ଘଟିକା ସମୟରେ ଆନନ୍ଦପୁର ଷ୍ଟାଡ଼ିୟମରେ ଖେଳ ଅନୁଷ୍ଠିତ ହେବା ସହ ଚମ୍ପିୟାନ ଦଳକୁ ୩୦ ହଜାର ଓ ରନର୍ସ ଅଫ ଦଳକୁ ୨୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ପୂର୍ବତନ ଫୁଟବଲ ଖେଳାଳୀ ତଥା କ୍ରୀଡ଼ା ସଂସଦର ଉପ-ସଭାପତି ନିରାକାର ଦଳେଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ରୀଡ଼ା ସଂସଦର ବରିଷ୍ଠ ଖେଳାଳୀ ତଥା ଉପ-ସଭାପତି ବିନୋଦ ମିଶ୍ର, ସମ୍ପାଦକ ଗଗନ ସିଂ, ସ‌ହ-ସମ୍ପାଦକ ରମେଶ ସିଂ, ଅକ୍ଷୟ କୁମାର ମହାନ୍ତି, ସଦସ୍ୟ ବାଇଧ ସେଠୀ, ହାଡ଼ିବନ୍ଧୁ ଖୁଟିଆ, ନିକୁଞ୍ଜ ବିହାରୀ ମିଶ୍ର, ଦୁଲାଲ ଦାସ, ମନୋରଂଜନ ସିଂ, ମୁରଲିଧର ଧର ମିଶ୍ର, ପ୍ରସନ୍ନ ମିଶ୍ର, ବସନ୍ତ କୁମାର ସାହୁ, ଅଖିଳ କୁମାର ପଟ୍ଟନାୟକ, ସଞ୍ଜିବ୍ କୁମାର ସିଂ, ଲୁଲୁ ଚାନ୍ଦ, ବିରଜା ପ୍ରସାଦ ନାୟକ,ମଦନ ପାଣିଙ୍କ ସହ ସାମ୍ବାଦିକ ହରେକୃଷ୍ଣ ପାତ୍ର, ସତ୍ୟରଂଜନ ଦାସ ନିର୍ମଳ ଚନ୍ଦ୍ର ରାଉଳ, କୀରଣ ପାଢ଼ୀ, ଲଲାଟେନ୍ଦୁ ଧୂରଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ

16
517 views

Comment