logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିର୍ମାଣଧୀନ ନୂତନ ଛାତ୍ରାବାସର ଛାତ ଢ଼ଳେଇ ଯନ୍ତ୍ରୀଙ୍କ ଉପସ୍ଥିତିରେ ସମ୍ପନ୍ନ (ଅସାମାଜିକ ଗୋଷ୍ଠୀ ସାଜିଛନ୍ତି ଛାତ୍ରାବାସ ନିର୍ମାଣ ରେ ବାଧକ)

ଆନନ୍ଦପୁର ଉପଖଣ୍ଡର ସର୍ବପୁରାତନ ବିଦ୍ୟାଳୟ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବ ନିର୍ମିତ ଛାତ୍ରବାସର ଛାତର ଢ଼ଳେଇ କାର୍ଯ୍ୟ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଉକ୍ତ ବିଦ୍ୟାଳୟର ଛାତ୍ରାବାସଟି ପୁରାତନ ହୋଇଥିବା ବେଳେ ସେଠାରେ ରହିବା ଅନୁପ‌ଯୋଗୀ ହୋଇଯାଇଥିବାରୁ ସରକାରଙ୍କ ପକ୍ଷରୁ ୧୫୦ଶଯ୍ୟା ବିଶିଷ୍ଟ ତିନି ମହଲା ନୂତନ ଛାତ୍ରାବାସ ୫କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ବେଳେ ୨୫ତାରିଖ ମଙ୍ଗଳବାର ଦିନ ଘଟଗାଁ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯନ୍ତ୍ରୀ କାଳୀ ଚରଣ ସିଂ, ଗୌର ପ୍ରସାଦ ସେଠୀ, ମାନସ ଭଞ୍ଜନ ମଲ୍ଲିକ, ଶୁଭେନ୍ଦୁ ବେହେରା, ଶୁଭେନ୍ଦୁ ସାହୁ, ୱାର୍କ ସରକାର ସୁବାଷ ମହାନ୍ତିଙ୍କ ତତ୍ତ୍ବାବଧାନରେ ନୂତନ ଛାତ୍ରାବାସର ପ୍ରଥମ ମହଲା ଛାତର ଢ଼ଳେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ବିଦ୍ୟାଳୟର ନୂତନ ଛାତ୍ରବାସ କାର୍ଯ୍ୟ ୨୦୨୬ ମସିହା ଜୁନ୍ ମାସ ମଧ୍ୟରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କିଛି ନ୍ୟସ୍ତସ୍ୱାର୍ଥ ଅସାମାଜିକ ବ୍ୟକ୍ତି ନିଜର ବ୍ୟକ୍ତିଗତ ଆକ୍ରୋଶକୁ ନେଇ ଅଫିସରମାନଙ୍କୁ ଧମକ ଦେଉଥିବାରୁ ଛାତ୍ରବାସର ଅଗ୍ରଗତି କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ଯାହା ଫଳରେ ଛାତ୍ରାବାସ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାକୁ ନେଇ ଆନନ୍ଦପୁରର ବିଭିନ୍ନ ସମାଜସେବୀ, ବୁଦ୍ଧିଜୀବୀ ଓ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଏବଂ ବ୍ୟକ୍ତି ଗତ ଆକ୍ରୋଶ ରଖି ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ମିଛ ଅପପ୍ରଚାର କରୁଥିବା ଅସାମାଜିକ ଗୋଷ୍ଠୀ ଓ ବ୍ୟକ୍ତି ଙ୍କ ବିରୁଦ୍ଧରେ ପ୍ରଶାସନିକ ଅଧିକାରୀ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଥିବା ବେଳେ ତୁରନ୍ତ ବିଦ୍ୟାଳୟ ର ନୂତନ ଛାତ୍ରାବାସ କାର୍ଯ୍ୟ ସାରିଲେ ବହୁ ଦୂର ଦୁରାନ୍ତ ରୁ ଆସି ବିଦ୍ୟାଳୟ ରେ ନାମ ଲେଖାଇଥିବା ଛାତ୍ର ମାନେ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସି ମତ ରଖିଥିବା ବେଳେ ପ୍ରଶାସନ ତୁରନ୍ତ ଏହାକୁ ଗୁରୁତର ସହ ନେଇ ନୂତନ ଛାତ୍ରାବାସ କାର୍ଯ୍ୟ ସାରିବାକୁ ଦାବୀ ହେଉଛି ।

32
1704 views

Comment