logo

ଆନନ୍ଦପୁର ନଗର ବିଜେପି ପକ୍ଷରୁ ସ୍ବଚ୍ଛଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆନନ୍ଦପୁର ନଗର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସକୁ ସେବା ପକ୍ଷ ଭାବେ ପାଳନ କରାଯାଉଥିବା ବେଳେ ୧୯ ତାରିଖ ଦିନ ପୌରାଂଚଳର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ନଗର ବିଜେପି ସଭାପତି ହେମନ୍ତ କୁମାର ସାହୁଙ୍କ ସଂଯୋଜନାରେ ଶୁକ୍ରବାର ସକାଳ ୭ ଘଟିକା ସମୟରେ ଶ୍ରୀଶ୍ରୀ ଉତ୍ତରେଶ୍ଵର ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି କର୍ମୀମାନେ ମନ୍ଦିରର ଚତୁର୍ପାଶ୍ ସହ ପରିସରକୁ ସଫେଇ କରି ପରିବେଶକୁ ସ୍ୱଚ୍ଛ କରିଥିଲେ । ପଦ୍ମପୁରସ୍ଥିତ ପହ୍ମେଶ୍ଵର ମନ୍ଦିର,ଫକିରପୁର ବାଲୁଙ୍କେଶ୍ବର ମନ୍ଦିର, ଶାଳପଡ଼ା ମିଶ୍ର କଲୋନୀସ୍ଥିତ ମା' ଦୁର୍ଗା ମନ୍ଦିର ପରିସରକୁ ବିଜେପି କର୍ମୀମାନେ ସଫେଇ କରି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲେ। ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, ନିରାକାର ଦଳେଇ, ପ୍ରଶାନ୍ତ ମହାପାତ୍ର, ଶରତ ସେଠୀ, ଦୀପକ ରାମ, ଘନଶ୍ୟାମ ମୁଦୁଲି, ରୁଦ୍ରପ୍ରସାଦ ରାଜ, ବବିତା ପଣ୍ଡା,ସୁମତୀ ଜେନା, ପ୍ରଣୟିନୀ ବ୍ରହ୍ମ, ଅଞ୍ଜନା ଜେନା, ତ୍ରିଲୋଚନ ତ୍ରିପାଠୀ, ଦିଲ୍ଲୀପ କୁମାର ବେଜ, ମାନସ କୁମାର ସାହୁ, ରତିକାନ୍ତ ହୋତା, ସନ୍ତୋଷ ଜେନା, ଗଣେଶ୍ଵର ମହାନ୍ତି, ମନ ସିଂ, ବୁଦ୍ଧଦେବ ବେହେରା, ସୁନିନ୍ଦ୍ର ସେଠୀ, ଗଗନ ସିଂ, ରମେଶ ସିଂ, ଦୁଃଖବନ୍ଧୁ ରଣା, ବ୍ରଜ କିଶୋର ଦାଶ, ନରେନ୍ଦ୍ର କୁମାର ପଣ୍ଡା, ସଚିନ ମଲ୍ଲିକଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେପ୍ଟେମ୍ବର ୨୨ ତାରିଖ ଦିନ ସେବା ପକ୍ଷ ପାଳନ ନେଇ ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୯ ଘଟିକା ସମୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି।

4
231 views