
*ଆକାଉଣ୍ଟ ଭତ୍ତା ଧାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କାହିଁକି ?*
ଆଉ ଦିନକ ପରେ ଆସିବ ସାବିତ୍ରୀ ଅମାବାସ୍ୟା । ଯେଉଁ ଏକାଉଣ୍ଟ୍ ଧାରୀଙ୍କ ଖାତାକୁ ଏ ଯାଏଁ ପଇସା ଆସିନି ସେମାନେ କ'ଣ ଆଉଥରେ ଅଲଗା ସାବିତ୍ରୀ ବ୍ରତ ପାଳନ କରିବେକି ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରୁଛି ମାନନୀୟ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମହୋଦୟ ଦୟାକରି ଟିକେ ବିଶେଷ ଧ୍ୟାନ ଦେବେ । ଆମରି ଟ୍ୟାକ୍ସ ଜମାରୁ ଭତ୍ତା ମିଳୁଛି । ତାହା ପୁଣି ପଞ୍ଚାୟେତ ବାଲା ହାତରେ ପାଇବେ ୧୫ ରୁ ୨୦ ତାରିଖ ଭିତରେ ଏବଂ ଏକାଉଣ୍ଟ୍ ଧାରୀ ପାଇବେ ମାସ ଶେଷରେ ଏ କି ପ୍ରକାରର ନ୍ୟାୟ କିଛି ବୁଝି ହେଉନି । ଏକାଉଣ୍ଟ୍ ଧାରୀଙ୍କ ପାଇଁ ଏତେ ବୈମାତୃକ ମନୋଭାବ କାହିଁକି । ଏକାଉଣ୍ଟ୍ ଧାରୀଙ୍କ ଭିତରେ ଅନେକ ଭିନ୍ନକ୍ଷମ , ପରିବାର ପୋଷଣ କାରୀ ଓ ଅନ୍ୟାନ୍ୟ ଥିବା ବେଳେ ଏଇଟା ପ୍ରଥମ ମାସ ନୁହେଁ ଯେ ଡେରି ହେଲା ବିଗତ ଛ ମାସରୁ ଉର୍ଦ୍ଧ୍ଵ ହେବ ଏହି ଖେଳ ଚାଲିଛି । ଯଦି ଅସୁବିଧା ହେଉଛି ତେବେ ସମସ୍ତିଙ୍କୁ ପଞ୍ଚାୟେତରେ ହାତରେ ଦିଆଯାଉ ସମୟ ସୀମା ଭିତରେ । ମାନନୀୟ ରାଜ୍ୟ ସରକାର ମହୋଦୟ ଥରେ ଭତ୍ତା ଧାରୀଙ୍କ କଥା ଟିକିଏ ସୁସ୍ଥ ମସ୍ତିଷ୍କରେ ଚିନ୍ତା କରି ଦେଖନ୍ତୁ ଯେ ସେମାନେ କିଭଳି ଜଳୁଛନ୍ତି । ଓଳିଏ ଖାଇଲେ ଅନ୍ୟ ଓଳି ପାଣିପିଇ ଚଳାଇ ନେଉଛନ୍ତି । ସେଥିରେ ପୁଣି ଭତ୍ତା ଟିକକ ମନଇଛା ଦିଆଗଲେ ସେମାନେ ଚଳିବେ କେମିତି ଥରେ ଚିନ୍ତା କରିଛନ୍ତି କି କେବେହେଲେ । ଏକାଉଣ୍ଟ୍ ଧାରୀଙ୍କ ଭତ୍ତା ମିଳିଲେ ସେମାନେ ଆଉଥରେ କେବେ ହୁଏତ ସାବିତ୍ରୀ ପାଳି ପାରନ୍ତି । ସମଗ୍ର ରାଜ୍ୟ ଏହି ଅସୁବିଧା ଭୋଗ କରୁଛି ନା ପଶ୍ଚିମ ଓଡିଶା କୁ ଏଭଳି କରାଯାଉଛି । ଦେଖିବାକୁ ବାକି ରହିଲା ମାନ୍ୟବର ରାଜ୍ୟ ସରକାର କେତେ ଶୀଘ୍ର ପଦକ୍ଷେପ ନେବେ ।
ବରିଷ୍ଠ ସାମ୍ବାଦିକଙ୍କ ରିପୋର୍ଟ ।