logo

*ଭିନ୍ନକ୍ଷମ ଓ ବିଧବାଙ୍କ ଛାତଘରର ସ୍ବପ୍ନ ଅଧାରେ ରହିଯିବ* *ରାଜ୍ୟ ସରକାର ଦୃଷ୍ଟି ଦେବେ କି?*

ଓଡ଼ିଶାର ମାନ୍ୟବର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମହୋଦୟ ଉଚିତ ଭାବେ ତର୍ଜମା କରି ବିବେଚନା କରିବାକୁ ଅନୁରୋଧ । ବୁଦ୍ଧିଜୀବୀ ମହଲ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆପଣ ଯେଉଁ ଭଳି ଭାବରେ ସାରା ରାଜ୍ୟରେ ଗତ ରବିବାର ମାର୍ଚ୍ଚ ମାସର ୩୦ ତାରିଖ ଦିନ ଅନ୍ତୋଦୟ ପକ୍କା ଗୃହର ଶୁଭ ଉଦ୍ଘାଟନ କରି ଆଦେଶ ନାମା ବଣ୍ଟନ କରାଇଲେ ପ୍ରତ୍ୟେକ ବ୍ଲକରେ ଏବଂ ଉକ୍ତ ପତ୍ରରେ ଲିଖିତ ଥିଲା କି ଆଦେଶ ପତ୍ର ପାଇବା ସହ ଗୃହ କାର୍ଯ୍ୟର ଅୟମାରମ୍ଭ ପାଇଁ ପ୍ରଥମ କିସ୍ତିରେ ୪୦ ହଜାର ଦିଆଯିବ । ଯାହା କି ଆଦେଶ ପତ୍ର ମିଳିବାର ୮ ଦିନ ଅତିକ୍ରମ କରିଯାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତିର ଟଙ୍କା ଆସିନାହିଁ କାହିଁକି ବିଚାର କରିବେ । ତେବେ କଥା ହେଉଛି ଆଜିକାର ଏ ଅତି ମହଙ୍ଗା ଯୁଗରେ ମାତ୍ର ୧ ଲକ୍ଷ ୨୦ ହଜାର ଟଙ୍କାରେ ଜନୈକ ଭିନ୍ନକ୍ଷମ ବା ଜନୈକା ଗରିବ ବିଧବା ମହିଳା କିପରି ଭାବରେ ନିଜର ସ୍ବପ୍ନର ପକ୍କା ଘର ତିଆରି କରିପାରିବ । ସରକାର ଯେଉଁ ଅର୍ଥରାଶି ଦେଉଛନ୍ତି ସେଥିରେ କସ୍ମିନକାଳେ ସମ୍ଭବ ହେବନାହିଁ । ଧ୍ୟାନ ଦେବେ ମାନ୍ୟବର ରାଜ୍ୟ ସରକାର ତଥା ରାଜ୍ୟର ବରିଷ୍ଠ ନେତୃବୃନ୍ଦ । ଆଜିର ମହଙ୍ଗା ଯୁଗରେ ଇଟା ୧୨ ହଜାର ଟଙ୍କା ଟ୍ରିପ , ବାଲି ଟ୍ରିପ ୫ ହଜାର ଟଙ୍କା , ଚିପ୍ସ ଟ୍ରିପ ୬ ହଜାର ଟଙ୍କା , ସିମେଣ୍ଟ ବୋରା ପିଛା ୪୦୦ ଟଙ୍କା ସେହିପରି ଲୁହାଛଡ଼ କୁଇଣ୍ଟାଲ ପିଛା ୭୦ ହଜାର ଟଙ୍କା ଥିବା ବେଳେ ଘରଟିଏ ଗଢ଼ିବା ପାଇଁ ନିକଟରେ ପାଣିର ସୁବିଧା ନ ଥିଲେ ପାଣି ମଧ୍ୟ କିଣିବାକୁ ପଡ଼ିବ । ତେବେ ଆଦେଶ ପତ୍ରରେ ଦିଆଯାଇଥିବା ମୁଲ୍ୟ ଉପରେ କୈାଣସି ଠିକାଦାର ଏହି କାର୍ଯ୍ୟକୁ କରିବା ପାଇଁ ରାଜି ହେଉନାହାଁନ୍ତି କାରଣ ଗୃହ ତିଆରି ମେଟେରିଆଲର ଦାମ ଏତେ ମାତ୍ରାରେ ବଢ଼ିଛି ଯେ ମେହେନତର ଫଳ ଶୁନ୍ୟ ମିଳିବ । ଏଥିରେ ପୁଣି ୧୦/୧୨ ର ଦୁଇ ବଖରା ଗୃହ ସହ ଛାତ ପଡ଼ିବ ଏବଂ କବାଟ ଝରକା ମଧ୍ୟ ଲାଗିବ । ତେବେ ମିସ୍ତ୍ରୀ କୁଲି ଏବଂ ରେଜାଙ୍କ ଦୈନିକ ପାରିଶ୍ରମିକ ଯଦି ୧୭୫୦ ଟଙ୍କା ହେଉଛି ତାହା ସପ୍ତାହକୁ ୧୦ ହଜାର ୫ ଶହ ଟଙ୍କା ହେଉଛି । ତେବେ ଅନ୍ତୋଦୟ ଗୃହ କାର୍ଯ୍ୟର ଅୟମାରମ୍ଭର ପ୍ରଥମ ଚାରି ସପ୍ତାହର ପାରିଶ୍ରମିକ ବାବଦରେ ୪୨ ହଜାର ଟଙ୍କା ଖର୍ଚ୍ଚ ହେବାକୁଥିବା ବେଳେ ସ୍ବପ୍ନର ଘର ତିଆରି ପାଇଁ ବାଲି , ଇଟା , ସିମେଣ୍ଟ , ଲୁହାଛଡ଼ ଇତ୍ୟାଦି ଦ୍ରବ୍ୟ ସକାଶେ ଜନୈକ ଭିନ୍ନକ୍ଷମ ବା ଜନୈକା ଗରିବ ବିଧବା ମହିଳା କେଉଁଠୁ ଯୋଗାଡ଼ କରିବ । ଗୃହ ନ ଥିବା ଭାଙ୍ଗି ଯାଇଥିବା , ହାତୀ ଭାଙ୍ଗି ଥିବା ଗୃହର ନବିକରଣ ସହ ଗରିବ ବିଧବା ମହିଳା ଓ ଭିନ୍ନକ୍ଷମ ମାନଙ୍କୁ ଏହି ସ୍ବପ୍ନର ଅନ୍ତୋଦୟ ଗୃହ ତିଆରି ପାଇଁ ଯେଉଁ ପ୍ରୋତ୍ସାହନ ରାଶି ଆପଣ ପ୍ରଦାନ କରୁଛନ୍ତି ମାନ୍ୟବର ରାଜ୍ୟ ସରକାର ଏଥିରେ ଛାତ ଘର ତ ଦୂରର କଥା ଆଜବେଷ୍ଟସ ଘର ବି ସମ୍ଭବ ନୁହେଁ । ତେଣୁ ମାନ୍ୟବର ରାଜ୍ୟ ସରକାର ଆପଣଙ୍କ ରାଜ୍ୟର ବରିଷ୍ଠ ବୁଦ୍ଧିଜୀବୀ ମାନଙ୍କ ସହ ଥରେ ଏ ବିଷୟରେ ବିଷଦ ଭାବେ ଆଲୋଚନା ପର୍ଯ୍ୟାଲୋଚନା କରି ଦେଖନ୍ତୁ ଯେ ଆଜିର ଏ ମହଙ୍ଗା ଯୁଗରେ ପ୍ରକୃତରେ ଜଣେ ଗରିବ ବିଧବା ମହିଳା ବା ଜଣେ ଭିନ୍ନକ୍ଷମ ସତରେ କ'ଣ ତାର ସ୍ବପ୍ନର ବାସଗୃହ ତିଆରି କରିପାରିବ । ଦେଖିବାକୁ ବାକି ରହିଲା ରାଜ୍ୟ ସରକାର କେତେ ଶୀଘ୍ର ଏହାର ବିହିତ ପଦକ୍ଷେପ ଗ୍ରହଣ କରିବେ ଏବଂ ପ୍ରକୃତ ପକ୍ଷେ ଗରିବ ବିଧବା ମହିଳା ଓ ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କର ସ୍ବପ୍ନର ଛାତଘର ଯୋଗାଇ ଦେବେ କି ?।
ବରିଷ୍ଠ ସାମ୍ବାଦିକଙ୍କ ରିପୋର୍ଟ ।

187
11850 views