*ଓଡିଆ ଭାସ୍କର ଚେନାଲର ଯୁବ ମୁଖ୍ୟ ସମ୍ପାଦକ ତଥା ସାମ୍ବାଦିକ ଆଉ ନାହାଁନ୍ତି*
ସୁନ୍ଦରଗଡ଼ ଜିଲ୍ଲାର ସାମ୍ବାଦିକ ପରିବାରର ଏକ ଅପୂରଣୀୟ କ୍ଷତି । ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ତିଲ୍ଡେଗା ଗ୍ରାମର ବାସିନ୍ଦା ତଥା ବହୁ ମେଳାପୀ ମିଷ୍ଟଭାଷୀ ଯୁବ ସୂଲଭ ସାମ୍ବାଦିକ ସହ " ଓଡିଆ ଭାସ୍କର ଚେନାଲର " ମୁଖ୍ୟ ସମ୍ପାଦକ ଅଶୋକ କୁମାର ଦାଶ ଆଜି ସକାଳ ୯ ଘଟିକା ୩୦ ମିନିଟ ସମୟରେ ରାଉରକେଲା ଜେପି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡିଛି । ଦୁଇ ଦିନ ପୂର୍ବରୁ ସେ ଅସୁସ୍ଥତା ଅନୁଭବ କରିବା ପରେ ପରିବାର ଲୋକେ ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରୁ ବୁର୍ଲା ଚିକିତ୍ସାଳୟକୁ ନେଇଥିଲେ ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଜୟ ପ୍ରକାଶ ହସ୍ପିଟାଲକୁ ନେଇଥିଲେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଯକୃତ ଖରାପ ହୋଇଯିବା ଯୋଗୁଁ ସେ ସବୁଦିନ ପାଇଁ ଶେଷ ନିଶ୍ବାସ ତ୍ୟାଗ କରିଥିବା ନେଇ ଡାକ୍ତର ମତବ୍ୟକ୍ତ କରିଥିବା ଜଣାପଡିଛି।
ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।