*ଆତ୍ମହତ୍ୟା ନା ହତ୍ୟା ତଦନ୍ତ ସାପେକ୍ଷ*
*ଜଙ୍ଗଲ ଭିତରେ ଗଛରେ ଝୁଲୁଛି ଯୁବକଙ୍କ ଶବ*
ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଘଟଣ । ମଙ୍ଗଳବାର ସକାଳେ ଏହି ଦୃଶ୍ୟ ଲୋକ ଲୋଚନକୁ ଆସିଛି। କେତେକ ଲୋକେ ପ୍ରକୃତି ସେବା ପାଇଁ ଜଙ୍ଗଲ ମୁହାଁ ହେଉଥିବା ବେଳେ ସେମାନଙ୍କ ନଜରକୁ ଏହି ଘଟଣା ଆସିଥିଲା। ତେବେ ମୃତ ଯୁବକ ଜଣଙ୍କ ହେଲେ ଆକାଶ ମିଞ୍ଜ ଓ ତାଙ୍କ ବୟସ ୨୫ ବର୍ଷ। ଏକ ଗଛରେ ଗାମୁଛାରେ ଝୁଲୁଥିବା ଲୋକେ ଠାବ କରିବା ସହ ସଦର ଥାନାକୁ ସୂଚନା ଦେଇଛନ୍ତି । ତେବେ ମୃତକଙ୍କ ଘର ରସରାଜ ପୁର ବୋଲି ଜଣା ପଡିଛି। ଏହା ଆତ୍ମହତ୍ୟା କି ହତ୍ୟା ତାହା ପୋଲିଶ ତଦନ୍ତରେ ଜଣା ପଡ଼ିବ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ପୂର୍ବ ଶତ୍ରୁତାକୁ ନେଇ କେହି ଅନ୍ୟତ୍ର ମାରି ଜଙ୍ଗଲରେ ଆଣି ଟାଙ୍ଗୀ ଦେଇଛି ତାହା ତଦନ୍ତ ସାପେକ୍ଷ । ବ୍ୟବଚ୍ଛେଦ ରିପୋର୍ଟ ହିଁ କହିବ ହତ୍ୟା ନା ଆତ୍ମହତ୍ୟା ? ।
ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।