logo

*ସାବତ ମା ଓ ବାପାର ବର୍ବରତା* *ଶୋଇଥିବା ବେଳେ ପୁଅକୁ କବାଟ କିଳି ନିଆଁ ଲଗାଇ ଦେଇଥିଲେ* *ସଙ୍କଟାପନ୍ନ ଅବସ୍ଥାରେ ପୁଅ ଚିକିତ୍ସାଧୀନ*

ଛାର କିଛି ସମ୍ପତ୍ତି ପାଇଁ ବାପକୁ ମିଛସତ ସିଖାଇ ସାବତ ମା ଓ ବାପା ମିଶି ପୁଅକୁ ଜଳାଇ ମାରି ଦେବାକୁ ବସିଥିଲେ । ଧନ୍ୟ ରେ କଳିଯୁଗର ଅନ୍ଧ ମଣିଷ ।
ସୁନ୍ଦରଗଡ଼ ଜିଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳ ବହାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ପୁଅ (ଦଶରଥ ଭୂମିଜ) ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାପା ସମରା ଭୂମିଜ ଓ ସାବତ ମାଆ ରମାଦେଇ ଭୁମିଜ ମିଶି ବାହାର ପଟୁ କବାଟ ଲଗାଇ ଘରେ ନିଆଁ ଲଗେଇ ଦେଇଥିଲେ। ଘରଟି ଜଳିବାରୁ ପୁଅ ଦଶରଥ ଭୁମିଜର ନିଦ ଭାଙ୍ଗି ଯାଇଥିଲା। ପରେ ସେ ଚିତ୍କାର କରି ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ, ହେଲେ ବାହାର ପଟୁ କବାଟ ବନ୍ଦ ଥିବାରୁ ବାହାରି ପାରି ନ ଥିଲେ। ପରେ ଜୀବନ ରକ୍ଷା ପାଇଁ ଝରକା ପଟେ ଯାଇ ଦେଖିଲା ବେଳକୁ ବାପା ଓ ସାବତ ମାଆ ସବୁ ଦେଖୁଥିଲେ କିନ୍ତୁ କବାଟ ଖୋଲି ନ ଥିଲେ। ଦଶରଥଙ୍କ କକା ଅନ୍ୟ ପାଖ ପଡୋଶୀ ଲୋକେ କବାଟ ଖୋଲି ବାହାର କଲା ବେଳକୁ ଶରୀର ୪୦ ଭାଗ ଜଳି ଯାଇଥିଲା। କକା ଓ ପଡୋଶୀ ମିଶି ପ୍ରଥମେ ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା l ଏବେ ସଙ୍କଟାପନ୍ନ ଭାବେ ଦଶରଥ ଚିକିତ୍ସିତ ହେଉଥିବା ବେଳେ ଏ ଘଟଣା ନେଇ କକା ଭାଇ ସମରା ଓ ଭାଉଜ ରମାଦେଇ ନାଁରେ ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡ଼ଛି l ଲହୁଣୀପଡ଼ା ପୋଲିଶ ଉଭୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

53
2532 views