logo

ଆନନ୍ଦପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଆନନ୍ଦପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଫନିନ୍ଦ୍ର କୁମାର ନାୟକ ଯୋଗଦେଇଛନ୍ତି ସେ ଭଦ୍ରକ ରେଞ୍ଜରୁ କେନ୍ଦୁଝର ରେଞ୍ଜକୁ ବଦଳି ହୋଇ ଆସିବା ପରେ ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥାନ କରିଥିଲେ ବଦଳି ଆଦେଶ ପାଇ ବୁଧବାର ସେ ଆନନ୍ଦପୁର ଥାନାରେ ଯୋଗଦେଇଛନ୍ତି ତାଙ୍କର ଯୋଗଦାନ ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ସମ୍ବର୍ଦ୍ଧନା ର ସୁଅ ଛୁଟି ଥିବା ବେଳେ ଆଜି ଆନନ୍ଦପୁର ଉପଖଣ୍ଡର ଅଗ୍ରଣୀ ସାମ୍ବାଦିକ ସଂଘ ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ନୂତନ ଥାନା ଅଧିକାରୀ ଶ୍ରୀ ନାୟକ ଙ୍କୁ ସ୍ଵାଗତ କରାଯିବା ସହ ଆନନ୍ଦପୁର ପ୍ରେସ ପରିଷଦ ର ସଭାପତି ଶ୍ରୀଯୁକ୍ତ ନିରାକାର ଦଳେଇ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେଳେ ପ୍ରେସ ପରିଷଦ ର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ନୂତନ ଥାନା ଅଧିକାରୀଙ୍କୁ ସ୍ବାଗତ କରିଥିଲେ ଏବଂ ଆନନ୍ଦପୁର ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ପୂର୍ବରୁ ଥାନା ଅଧିକାରୀ ଭାବେ ଦାୟିତ୍ବରେ ଥିବା ଲକ୍ଷ୍ମୀକାନ୍ତ ପ୍ରଧାନଙ୍କର ଜିଲ୍ଲା ମୁଖ୍ୟାଳୟକୁ ବଦଳି ଆଦେଶ ହୋଇଥିବା ଜଣାଯାଇଛି। ତେବେ ଆନନ୍ଦପୁର ଅଞ୍ଚଳରେ ଲାଗିରହିଥିବା ଆଇନଶୃଙ୍ଖଳା ପରିସ୍ଥିତି, ଗୋ-ଚାଲାଣ ବୃଦ୍ଧି, ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ,ବାଲି,ପଥର,ଚୋରା ଚାଲାଣ ଚୋରି ଡକାୟତି ଇତ୍ୟାଦି ବୃଦ୍ଧି ପାଇଥିବା ବେଳେ ନୂତନ ଥାନା ଅଧିକାରୀଙ୍କ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି

0
65 views