logo

ଡାଲମିଆ ସିମେଣ୍ଟ ଆନୁକୁଲ୍ୟରେ ଠିକାଦାର ଓ ମିସ୍ତ୍ରୀ ଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

ଡାଲମିଆ ସିମେଣ୍ଟ ତାହାର ଗୁଣବତ୍ତା ଓ ସ୍ଥାୟିତ୍ଵ କୁ ନେଇ ସାରା ବିଶ୍ବ ତଥା ଭାରତରେ ଏକ ନିଆରା ପରିଚୟ ସୃଷ୍ଟି କରିଛି ଦିର୍ଘ ୮୬ ବର୍ଷ ହେଲା ଭାରତରେ ଏହି କମ୍ପାନୀ ସିମେଣ୍ଟ ଉତ୍ପାଦନ କରୁଛି ଆଧୁନିକ ଯନ୍ତ୍ରପାତି ଅତ୍ୟାଧୁନିକ ବୈଷୟିକ କୌଶଳ ନେଇ ଏହି କମ୍ପାନୀ ର କାରଖାନା ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଉତ୍ପାଦନ କରିବା ସହ ଜନସାଧାରଣଙ୍କ ଗୃହ,ରାସ୍ତା,ନାଳ ,ପାଚେରୀ ନିର୍ମାଣ ପାଇଁ ଆବଶ୍ୟକତା ମେଣ୍ଟାଉଛି ଏବଂ ସରକାରୀ ଓ ବେସରକାରୀ ନିର୍ମାଣର ଆବଶ୍ୟକତା ପୂରଣ କରୁଛି ଏଥିପାଇଁ ସାରା ଭାରତରେ ତାର ସୁନାମ ରହିଛି ଏହି ଡାଲମିଆ ସିମେଣ୍ଟ କମ୍ପାନୀ ତରଫରୁ ଶୁକ୍ରବାର ଦିନ ଆନନ୍ଦପୁରର କ୍ରିଷ୍ଣା ପ୍ୟାଲେସ ହୋଟେଲ ପରିସରରେ ଠିକାଦାର, ମିସ୍ତ୍ରୀ, ରାଜମିସ୍ତ୍ରୀ, ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଏରିଆ ସେଲସ ମେନେଜର ଶରତ ସ୍ବାଇଁ,ଜୋନାଲ ଟେକ୍ନିକାଲ ମେନେଜର ରଜନୀକାନ୍ତ ଷଡ଼ଙ୍ଗୀ, ଟେକ୍ନିକାଲ ସେଲସ ଲିଡ ସୂର୍ଯ୍ୟକାନ୍ତ ମିଶ୍ର,ଟେକ୍ନିକାଲ ବିଜିନେସ ଡେଭେଲପମେଣ୍ଟ ଅଫିସର ଇଂ ଜିତ ପ୍ରକାଶ ରାଜ, ଟେକ୍ନିକାଲ ବିଜନେସ ଡେଭଲପମେଣ୍ଟ ଅଫିସର ଅରୁଣ କୁମାର ସ୍ବାଇଁ, ଏରିଆ ସେଲସ ଅଫିସର ସ୍ନେହାସି ଲେଙ୍କା,ଏରିଆ ସେଲସ ଅଫିସର ଚିରାଗ ଚିରଞ୍ଜିବୀ ଦାସ ଓ ସମସ୍ତ ବିଭାଗୀୟ ଅଧିକାରୀ,ବିଲ୍ଡର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଅତିଥି ଗଣ ଭାରତ ପ୍ରଷିଦ୍ଧ ଡାଲମିଆ ସିମେଣ୍ଟ କମ୍ପାନୀର ୮୬ ବର୍ଷ ର ଇତିହାସ ଉପରେ ଆଲୋକପାତ କରିବା ସହ ଡାଲମିଆ ସିମେଣ୍ଟ କମ୍ପାନୀ ଲୋକଙ୍କ ଚାହିଦା,ସିମେଣ୍ଟ ଗୁଣବତ୍ତା, କାରଖାନାକୁ ଆଧୁନିକକରଣ,ପରିବେଶ ଉପରେ ଗୁରୁତ୍ବ, କର୍ମଚାରୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଉପରେ ଗୁରୁତ୍ବ ଦିଆ ଯାଉଥିବା କଥା କହିଥିଲେ ଆଗକୁ ମଧ୍ୟ ସିମେଣ୍ଟ ପ୍ଲାଣ୍ଟ କୁ ଜିରୋ କାର୍ବନ ରେ ପରିଣତ କରିବାକୁ ଚେଷ୍ଟା କରିବ ବୋଲି କହିଥିଲେ ଡାଲମିଆ ସିମେଣ୍ଟ ସେମାନଙ୍କୁ ବହୁ କିଛି ସୁବିଧା ଦେଉଛି ସଠିକ ସମୟରେ ସିମେଣ୍ଟ ଯୋଗାଇବା,ଗୁଣାଵତ୍ତା ଵଜାୟ‌ ରଖିବା , ମିସ୍ତ୍ରୀ ମାନଙ୍କୁ ଆବଶ୍ୟକୀୟ ସମୟ ସମୟ ନେଇ ପ୍ରଶିକ୍ଷଣ କରାଇବା ଉପରେ ଗୁରୁତ୍ବ ଦେଇଥିଲେ ତତ୍ ସହ ମିସ୍ତ୍ରୀ ମାନେ ଡାଲମିଆ ସିମେଣ୍ଟର ବଜାରର ଆବଶ୍ୟକତା ଏବଂ ଵଜାରରେ ଲୋକଙ୍କର ଡାଲମିଆ ସିମେଣ୍ଟ ଚାହିଦା ଅଧିକ ବୋଲି କହିଥିଲେ ଏହି କାର୍ଯ୍ୟକ୍ରମ ରେ ଡିଲର, ଶତାଧିକ ମିସ୍ତ୍ରୀ ପ୍ରମୁଖ ଯୋଗଦେଇ ଡାଲମିଆ ସିମେଣ୍ଟ କମ୍ପାନୀର ଅଧିକାରୀମାନଙ୍କ ଠାରୁ ବହୁମୂଲ୍ୟ କଥା ଶୁଣିଥିଲେ ।

1
203 views