logo

*ଯୁବତୀଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର* *ଦୁଷ୍କର୍ମ ଓ ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ*

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଚାନ୍ଦିପୋଷ ଥାନା ସଂଲଗ୍ନ କୁମ୍ଭାକେଲା ବ୍ରିଜ୍‌ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ପରିଚୟ ମିଳିପାରି ନ ଥିଲା ବେଳେ ଦୁଷ୍କର୍ମ ପରେ ତଣ୍ଟି କାଟି କେହି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡିଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିଶ ସନ୍ଦେହ କରୁଛି ।
ଖବର ପାଇ ଚାନ୍ଦିପୋଷ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ହତ୍ୟା ଓ ପ୍ରମାଣ ନଷ୍ଟ ନେଇ ଦଫା ଲଗାଇ ପୋଲିଶ ଆଜି ଶବକୁ ସୁନ୍ଦରଗଡ଼ ଜିଲା ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଯେହେତୁ ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଛି ତେଣୁ ୭୨ ଘଣ୍ଟା ଶବକୁ ରଖାଯିବ ଓ ତା ପରେ କେହି ଦାବିଦାର ନ ବାହାରିଲେ ଶତ୍କାର କରାଯିବ ବୋଲି ପୋଲିଶ ସୂଚନା ଦେଇଛି l ବଣାଇଁ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏହିଭଳି ଅପରାଧ, ଅପରାଧି ସୁଚିନ୍ତିତ ହତ୍ୟାକାଣ୍ଡ ଭିଆଇ ପ୍ରମାଣ ନଷ୍ଟ ପ୍ରତି ଅଧିକ ଧ୍ୟାନ ଦେଇ ପରୋକ୍ଷରେ ପୋଲିଶକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ନେଇ ଚର୍ଚ୍ଚା ହେଉଛି ।
ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

208
8665 views