logo

ଆନନ୍ଦପୁର ପ୍ରେସ ପରିଷଦର ଦ୍ବିତୀୟ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ବର୍ଦ୍ଧନା

ଆନନ୍ଦପୁର ପ୍ରେସ୍ ପରିଷଦର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ବର୍ଦ୍ଧନା- ୨୦୨୫ କାର୍ଯ୍ୟକ୍ରମ ୯ ତାରିଖ ରବିବାର ଦିନ ଆନନ୍ଦପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ନିରାକାର ଦଳେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ବିତୀୟ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ଓ ଆନନ୍ଦପୁର ରୋଟାରୀ କ୍ଲବର ପ୍ରତିଷ୍ଠାତା ପ୍ରଫେସର ଡ. ଗଙ୍ଗାଧର ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ମନୋଜ ଦାଶ, ସମ୍ମାନିତ ଅତିଥ‌ି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ରୋଟାରୀଆନ୍ ମେଜର, ପ୍ରଫେସର ଡ. ସୁମିତ୍ରା ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ,ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମା' ସରସ୍ଵତୀ, ଓଁ ଓ ଭାରତ ମାତାଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଆନନ୍ଦପୁର ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶମ୍ଭୁନାଥ ରଣାଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ପରିଷଦର ବରିଷ୍ଠ ସାମ୍ବାଦିକ କିରଣ କୁମାର ପାଢ଼ୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ହରେକୃଷ୍ଣ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥି ମାନେ ଆଲୋଚ୍ୟ ବିଷୟ ବସ୍ତୁ ‘ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା’ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନରେ ସମାଜରେ ସାମ୍ବାଦିକମାନଙ୍କ ଯୋଗୁଁ ସବୁ ବର୍ଗର ଲୋକମାନେ ନିଜର ନ୍ୟାୟ ପାଇବା ସହିତ ବିଭିନ୍ନ ସମସ୍ୟା ସରକାରଙ୍କ ନଜରକୁ ଆଣିପାରିଥାନ୍ତି । ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମଡ଼େଲ ସ୍କୁଲ, ବି.ଏନ୍. ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର ମହାବିଦ୍ୟାଳୟ ଓ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ପରିଷଦ ପକ୍ଷରୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସମାଜରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତି ଡ଼. ବିଷ୍ଣୁ ନାରାୟଣ ପାତ୍ର, କବି, ପ୍ରଫୁଲ୍ଲ ଚକ୍ର, ଅବସରପ୍ରାପ୍ତ ସୈନିକ ଲବେନ୍ଦ୍ର ହୋ, ମୁରଲୀଧର ମିଶ୍ର, ସ୍ୱଚ୍ଛସାଥୀ ସଙ୍ଗୀତା ଦଳେଇ, ଅଧ୍ୟାପକ ବିଜୟ କୁମାର ସାହୁ, ଯୋଗଗୁରୁ ଅନ୍ନଦା ଶଙ୍କର ମହାନ୍ତି, ନୃତ୍ୟଗୁରୁ ଜିତୁ ଦାଶ, ସାମ୍ବାଦିକ ରବିନାରାୟଣ ରାଜ, ଅନିଲ ସାହୁ, ସରପଂଚ ଅନ୍ନପୂର୍ଣା ଦେହୁରୀ, ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ପତି, ଶିକ୍ଷାବିତ୍ ଶାନ୍ତନୁ କୁମାର ମିଶ୍ର, କ୍ରୀଡ଼ାବିତ୍ ରମେଶ ଚନ୍ଦ୍ର ସିଂ, ସମାଜସେବୀ ବିଷ୍ଣୁ ପ୍ରସାଦ ବାରିକ, ସୁଶିଲ କୁମାର ହୋତା, ବବିତା ଶତପଥ୍, ରାମଚନ୍ଦ୍ର ସାହୁ, ନରେନ୍ଦ୍ର କୁମାର ଜେନା, ପ୍ରିୟବ୍ରତ ସାହୁ, ଆଶା କର୍ମୀ ସଂଚିତା ସାହୁ ପ୍ରମୁଖଙ୍କ ସହ ୩ଜଣ ଭିନ୍ନକ୍ଷମ ବ୍ୟକ୍ତି ଓ ଖବରକାଗଜ ବିତରକଙ୍କୁ ଉପଢୌକନ ସହ ମାନପ‌ତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ଗଦାଧର ମିଶ୍ର, ସତ୍ୟରଂଜନ ଦାସ, ଗଣେଶ ମହାନ୍ତି, ରଞ୍ଜିତ କୁମାର ରଣା, ମନମୋହନ ନାୟକ, ମକରଧ୍ଵକ ସାହୁ, ଭରତ ବେହେରା, ପ୍ରଫୁଲ୍ଲ ମହାନ୍ତି, ରତିକାନ୍ତ ସାହୁ, ଆଇନଜୀବୀ ସୁଦାମ ଚରଣ ମଙ୍ଗଳ, ପ୍ରଦୀପ ମୁଦୁଲି, ମମତା ରାଣୀ ଜେନା ପ୍ରମୁଖଙ୍କ ଆପ୍ରାଣ ଚେଷ୍ଟା ରେ କାର୍ଯ୍ୟକ୍ରମରେ ସହଯୋଗ କରି ସଫଳ କରିଥିବା ବେଳେ ଶତାଧିକ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

5
1379 views
1 comment