logo

*ନାବାଳିକା କଲେ ଆତ୍ମହତ୍ୟା* *କାରଣ ଅସ୍ପଷ୍ଟ*

ରାଉରକେଲା ସହର ସ୍ଥିତ ଉଦିତନଗର ସଂଲଗ୍ନ ମାଲଗୋଦାମ ଅଞ୍ଚଳର ମସଜିଦ ଗଳିରେ ପରିବାର ସହ ରହୁଥିବା ଜନୈକା ନାବାଳିକା ଆତ୍ମହତ୍ୟା କରିଥିବାର ଜଣାପଡିଛି । ତେବେ ଅଜୟ ବିଶ୍ଵକର୍ମାଙ୍କ ୧୬ ବର୍ଷୀୟା ନାବାଳିକା କନ୍ୟା ନିଜ ଘରେ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏହି ଘଟଣାର କାରଣ ଅସ୍ପଷ୍ଟ । ଏ ନେଇ ପରିବାର ଲୋକେ ଉଦିତନଗର ଥାନାରେ ଲିଖିତାକାରରେ ଜଣାଇବା ପରେ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିଶ ମୃତା ନାବାଳିକାର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସ୍ଥାନୀୟ ଅଞ୍ଚଳର ଲୋକେ ଏହା ପ୍ରେମ ବେପାରକୁ ନେଇ ହୋଇଥାଇପାରେ ବୋଲି ଆଶଙ୍କା କରୁଛନ୍ତି । ଏହି ଘଟଣାକୁ ନେଇ ବସ୍ତି ବାସିନ୍ଦା ବିଭିନ୍ନ ପ୍ରକାର ଚର୍ଚ୍ଚା କରୁଥିବାର ପରିଲକ୍ଷିତ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିଶ ମତବ୍ୟକ୍ତ କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିଶ ମତବ୍ୟକ୍ତ କରିଛି ।
ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

68
6040 views