ଆନନ୍ଦପୁର ମହାବିଦ୍ୟାଳୟ ହୀରକ ଜୟନ୍ତୀ ନେଇ କେନ୍ଦୁଝର ସହିଦ ସଦନ ଠାରେ ପ୍ରସ୍ତୁତି ବୈଠକ
ଆନନ୍ଦପୁର ମହାବିଦ୍ୟାଳୟ ର ହୀରକ ଜୟନ୍ତୀ ଉତ୍ସବକୁ ସରସ ସୁନ୍ଦର ଓ ଆକର୍ଷଣ କରିବା ସହିତ ମହାସମାରୋହରେ ପାଳନ କରିବା ପାଇଁ ଆଜି କେନ୍ଦୁଝର ସହରସ୍ଥ ଶହୀଦ ସଦନ ଠାରେ ହୀରକ ଜୟନ୍ତୀ କମିଟିର ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଅବସରରେ ସ୍ମରଣିକା "ଶାଶ୍ୱତ ହୀରକ ଜୟନ୍ତୀ ବିଶେଷାଙ୍କ" ପାଇଁ କଲେଜ ସମ୍ପର୍କିତ ଲେଖା, କବିତା ଓ ଗଳ୍ପ ପ୍ରଭୁତି ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ନାୟକଙ୍କ ପାଖକୁ ପଠାଇବା ପାଇଁ ନିଷ୍ପତ୍ତି କରାଯାଇଛି। ଆନନ୍ଦପୁର କଲେଜର ହୀରକ ଜୟନ୍ତୀ ଉତ୍ସବକୁ ସଫଳ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ସମାବେଶ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ୧୦ ଘଟିକା ସମୟରେ ଆନନ୍ଦପୁର କଲେଜ ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିର ହେଇଛି। ଏହାର ସଫଳତା ପାଇଁ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ରାମଚନ୍ଦ୍ର ସୂର, ରତ୍ନାକର ବାରିକ ଓ ସତ୍ଯବ୍ରତ ରାମ ପ୍ରମୁଖଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ହୀରକ ଜୟନ୍ତୀ ଉତ୍ସବରେ ଅତିଥି ମାନଙ୍କୁ ଯୋଗାଯୋଗ ଦାୟିତ୍ଵ ବରିଷ୍ଠ ନେତା ଶ୍ରୀ ଦେବ ଜେନାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ହୀରକ ଜୟନ୍ତୀ ଉତ୍ସବର ସମସ୍ତ ପ୍ରକାର ସମନ୍ଵୟ ସହିତ ଯୋଗାଯୋଗର ଦାୟିତ୍ଵ ସାମ୍ବାଦିକ ଲୋକନାଥ ସିଂ ଓ ଶତ୍ରୁଘ୍ନ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ପୂର୍ବତନ ଅଧ୍ୟକ୍ଷ ଦିଲୀପ କୁମାର ଦାଶଙ୍କୁ ମନୋନୀତ କରାଯାଇଛି। ଏହି ବୈଠକରେ କମିଟିର ସାଧାରଣ ସମ୍ପାଦକ ଶ୍ରୀ ନିରାକାର ଦଳେଇ, ଅଧ୍ୟାପକ ସୁଧା ଦାସ, ପ୍ରାକ୍ତନ ଅଧ୍ୟାପକ ଅନୀଲ କୁମାର ଦାସ, ବ୍ରଜବିହାରି ଜେନା, ସତ୍ୟଜିତ ସାମନ୍ତରାୟ, ସୁବ୍ରତ କୁମାର ମହାନ୍ତି, ଆନନ୍ଦ ମିଶ୍ର, ଅଟଳ ବିହାରୀ ଶତପଥୀ, ଆଶୁତୋଷ ପଟ୍ଟନାୟକ, ସୁମନ୍ତ୍ର ନାଏକ, ସୁବାସ ଚନ୍ଦ୍ର ଦଳେଇ ମାର୍କଣ୍ଡ ସାମଲ, କୈଳାସ ଚନ୍ଦ୍ର ନାହାକ ପ୍ରମୁଖ ଙ୍କ ସମେତ ଅନେକ ପୂର୍ବତନ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ହୀରକ ଜୟନ୍ତୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସାମ୍ବାଦିକ ନିରାକାର ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।