logo

ଆନନ୍ଦପୁର ମହାବିଦ୍ୟାଳୟ ରେ ବିଶ୍ୱ ଏଡ଼ସ ଦିବସ ପାଳନ

ଆନନ୍ଦପୁର ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ନୂତନ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ଼କ୍ଟର ନାରାୟଣ ମିଶ୍ର ଙ୍କ ଅଧକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ସୁନାମଧାନ୍ୟ ଚକ୍ଷୁ ବିଶେଷଂଜ୍ଞ ଡାକ୍ତର ଉଦୟ ଭାସ୍କର ପଣ୍ଡା ଯୋଗ ଦେଇ ଏଡସ ର କାରଣ ଓ ନିରାକରଣ ସମ୍ବନ୍ଧ ରେ ଆଲୋଚନା କରିଥିଲେ । ବକ୍ତା ଭାବେ ଡ଼କ୍ଟର ଦିବ୍ୟାଲୋଚନ ଭୂୟାଁ ଯୋଗ ଦେଇ ସଚେତନତା ହିଁ ଏଡସ ରୁ ସୁରକ୍ଷା ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଶିବ ଚରଣ ବେହେରା,ମାୟାଧର ନାୟକ ଯୋଗଦେଇଥିଲେ.ଅଧ୍ୟାପକ ରଘୁଦୀପ୍ତି ନାୟକ ଙ୍କ ସଂଯୋଜନା ରେ ପୁଷ୍ପଲତା ରାମ ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ଯୁବ ରେଡକ୍ରସ ର ଉପଦେଷ୍ଟା ପୂର୍ଣାନନ୍ଦ ପାର୍ଥ ସାରଥୀ ଶଙ୍ଖୁଆ ଧନ୍ୟ ବାଦ୍ ଅର୍ପଣ କରିଥିଲେ। ଯୁବ ରେଡକ୍ରସ ର ବରିଷ୍ଟ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ Ncc,Nss,scout and guide ଓ YRC ର ସ୍ବେଛାସେବୀ ମାନେ ମହାବିଦ୍ୟାଳୟ ପ୍ରାଙ୍ଗଣ ରୁ ଏକ ସଚେତନତା ରାଲି ଆନନ୍ଦପୁର ବ୍ରିଜ ଛକ ପର୍ଯ୍ୟନ୍ତ ଯାଇ ଜନସାଧାରଣ ମାନଙ୍କୁ ସ୍ଲୋଗାନ ମାଧ୍ୟମ ରେ ସଚେତନ କରିଥିଲେ। ଡ଼କ୍ଟର ଶକ୍ତି ପ୍ରସାଦ ମହାପାତ୍ର,ବିଶ୍ୱଜିତ ରାଉତ,ସୁଲୋଚନା ସାହୁ,କେଶବ ଜେନା,ଦେବବ୍ରତ ରାମ,ଶ୍ରୀକାନ୍ତ ପଟେଲ,ସ୍ବେଛାସେବୀ ବିଶ୍ୱନାଥ ବେହେରା,ଜାଗୃତି ମିଶ୍ର,ଶିବାନନ୍ଦ ଶଙ୍ଖୁଆ,ଆଶୁତୋଷ ଆଚାର୍ଯ୍ୟ,ପ୍ରତୀକ୍ଷା ଦତ୍ତ,ଦଳିରାଣୀ ବେଜ,ଲିନା ବେହେରା,ଦୁର୍ଗା ମୁଣ୍ଡା,ଅଜିତ କୁମାର ଜେନା,ଶିବ ପ୍ରସାଦ ମହାରଣା ପ୍ରମୁଖ ସଚେତନତା ସଭା ପରିଚାଳନା କରିଥିଲେ।

6
6297 views