logo

*ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ* *୧୫୧ ପ୍ରକଳ୍ପରେ ସାମିଲ ହେଲେ ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ*

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଟିତ ହୋଇଯାଇଛି l ମୂଖ୍ୟ ଅତିଥି ଭାବେ ଗୁରୁଣ୍ଡିଆ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର ମାଝି ଦୀପ ପ୍ରଜ୍ଜ୍ଵଳନ ଓ ନାଲି ଫିତା କାଟି ପ୍ରଦର୍ଶନୀ ୨୦୨୪ର ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଗୁରୁଣ୍ଡିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୁରୁଣ୍ଡିଆର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ଯାରାଣୀ ସାହୁ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁରୁଣ୍ଡିଆର ଅଧ୍ୟକ୍ଷ ମାନସ କୁମାର କାମିଲା ଉପସ୍ଥିତ ଥିଲେ l ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ ମୋଟ ୧୫୧ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ବିଚାରକ ଭାବେ ଡଃ ପ୍ରତାପ ସାଗର ନାୟକ ଅଧ୍ୟାପକ ରସାୟନ ବିଜ୍ଞାନ, ଶ୍ରୀ କୃଷ୍ଣ ଚନ୍ଦ୍ର ପଟେଲ ଅଧ୍ୟାପକ ଗଣିତ, ଅସୀମ ନାୟକ ଅଧ୍ୟାପକ ଜୀବ ବିଜ୍ଞାନ ସମସ୍ତ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ l ପ୍ରଦର୍ଶନୀରେ ୭ ଟି ବିଭାଗ ଯଥା ଖାଦ୍ୟ ପରିଚାଳନା, ଗମନାଗମନ ଓ ଯୋଗାଯୋଗ, ପ୍ରାକୃତିକ କୃଷି, ବିପର୍ଯ୍ୟୟ ପରିଚାଳନା, ଗଣିତ ପ୍ରକଲ୍ପ ଓ ନୁତନ ଚିନ୍ତାଧାରା, ବର୍ଜ୍ୟବସ୍ତୁ ପରିଚାଳନା, ସମ୍ବଳ ପରିଚାଳନା ଉପରେ ଆଧାରିତ ହୋଇଥିଲା l ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ଗାଇଡ୍ ଶିକ୍ଷକଙ୍କ ପରାମର୍ଶ କ୍ରମେ ନିଜ ନିଜର ପ୍ରଦର୍ଶନୀକୁ ଅତି ନିଖୁଣ ଭାବରେ ପ୍ରଦର୍ଶିତ କରିଥିଲେ । ଆଖ ପାଖ ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦେଖିବାକୁ ଆସିଥିଲେ l ପୁରସ୍କାର ବିତରଣୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସିଆରସିସି ବାଇଧର ବାରିକଙ୍କ ସଂଯୋଜନାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସମାଜ ମଙ୍ଗଳ ଅଧିକାରୀ ଦେବବ୍ରତ ନାଏକ ସମ୍ମାନିତ ଅତିଥି ଭାବେ ବିଷ୍ନୁ ଚରଣ ରାଉତ, ଓଡିଶା ଆଦର୍ଶ ବିଦ୍ୟାଳୟ ଗୁରୁଣ୍ଡିଆର ଅଧ୍ୟକ୍ଷ ମାନସ କୁମାର, ସ୍ଵର୍ଣ୍ଣମୟୀ ବେହେରା, ପ୍ରଧାନ ଶିକ୍ଷକ ଗଙ୍ଗାଧର ସେଠ୍, ମାନସ ରଞ୍ଜନ ପ୍ରଧାନ, ଉମା କାଲୋ, ଉପସ୍ଥିତ ଥିଲେ l ୭ ଟି ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶିତ କରିଥିବା ଛାତ୍ରଛାତ୍ରୀଙ୍କୁ ସିଲ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ସିଆରସିସି ବାଣେଶ୍ଵର ଭୂମିଜ, ରମାକାନ୍ତ ଦେହୁରୀ, ସୁଶାନ୍ତ ସାମନ୍ତ, ସିବିନାରାୟଣ ଦଣ୍ଡିଆ, ପୀତବାସ ସାହୁ,ଦକ୍ଷ ବେହେରା, କମଳ ସୁନ୍ୟାନି, ପଙ୍କଜ ହରିଜନ, ମହାଦେବ ଭୂମିଜ, ଚୈତନ ବୁଡା, ଶିକ୍ଷୟିତ୍ରୀ ସରସ୍ଵତୀ ମହାକୁଡ଼, ବରିଷ୍ଠ ଶିକ୍ଷକ ପରମାନନ୍ଦ ରାୟ, ଜୟକାନ୍ତ ଖମାରି, ପୂର୍ଣ୍ଣ ଚନ୍ଦ୍ର ସାହୁ, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉମା କାଲୋ, ବରିଷ୍ଠ କିରାଣୀ ଅଭିଳାଷ ସେଠି, ମୂଖ୍ୟ କିରାଣି କାହ୍ନୁ ଚରଣ ବାରା, କନିଷ୍ଠ କିରାଣୀ ରଶ୍ମି ରଞ୍ଜନ ଦାସ, ପ୍ରମୁଖ ସହଯୋଗ କରିଥିଲେ l
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

53
3532 views