logo

*ଜେଲରେ ଜଣେ ବିଚାରାଧିନ କଏଦୀର ମୃତ୍ୟୁ* *ମୃତ୍ୟୁର କାରଣ ଅସ୍ପଷ୍ଟ*

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁଗଡ ସ୍ବତନ୍ତ୍ର ଉପ କାରାଗାରରେ ହତ୍ୟା ମାମଲାରେ ଥିବା ବିଚାରଧୀନ କଏଦୀର ମୃତ୍ୟୁ ହୋଇଯାଇଛି । କୋଇଡ଼ା ଅଞ୍ଚଳର ଜନୈକ ବାସିନ୍ଦା ହତ୍ୟା ମାମଲାରେ ବିଚାରଧୀନ କଏଦୀ ଭାବେ ବୁଧୁ ମୁଣ୍ଡା ଆଜି ସକାଳେ ଜେଲ୍ ହାଜତରେ ଅସୁସ୍ଥ ହୋଇଥିବାରୁ ତାକୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ। ତେବେ ମୃତ ଯୁବକ ଜଣଙ୍କ ଗତ ବର୍ଷେ ହେଲା ଜେଲରେ ବିଚାରଧୀନ ଅବସ୍ଥାରେ ସଜା କାଟୁଥିବା ବେଳେ ମୃତୁ ବରଣ କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ । ତେବେ ଜେଲ୍ କର୍ମଚାରୀ ମାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବୁଧୁ ମୁଣ୍ଡା ଆଗରୁ ବହୁ ବାର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣା ଯାଉଥିଲା ଦେହ ସବୁବେଳେ ଅସୁସ୍ଥ ରହୁଥିଲା ବୋଲି ।
ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

94
2493 views