*୨୨ତମ ରାଜ୍ଯ ସ୍ତରୀୟ ସବ ଜୁନିଅର ବାଳକ ବାଳିକା ସିପକ୍ ଟାକ୍ରୋ ପ୍ରତିଯୋଗିତl ଉଦଯାପିତ*
୨୨ତମ ରାଜ୍ଯ ସ୍ତରୀୟ ସବ ଜୁନିଅର ବାଳକ ବାଳିକା ସିପକଟାକ୍ରୋ ପ୍ରତିଯୋଗିତl ଉଦଯାପିତ ହୋଇ ଯାଇଛି l ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଭବାନୀଭବନ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଦୁଇ ଦିନ ଧରି ମହା ଆଡମ୍ବର ସହକାରେ ସଂଘର୍ଷମୟ ଖେଳ ଚାଲୁଥିଲା l ମୁଖ୍ୟ ଅତିଥି ଭାବେ ସତ୍ୟମ୍ ଏଣ୍ଟରପ୍ରାଇଜେସର ମlଲିକ ନିରଜ ଅଗ୍ରୱାଲ ଯୋଗଦାନ କରି ସମସ୍ତ ଖେଳାଳି ମାନଙ୍କୁ ଉତ୍ସlହିତ କରିଥିଲେ l ସମ୍ମାନୀତ ଅତିଥି ଭାବେ ସିନେ ତାରକା ପ୍ରଦୀପ ଦତ୍ତ, ରାଜ ସ୍ପୋର୍ଟସ ମାଲିକ ରାଜେଶ ମେହେର ଓ ଓଡ଼ିଶା ରାଜ୍ୟ ସିପକଟାକ୍ରୋ ସଂଘର ସାଧାରଣ ସମ୍ପାଦକ ପ୍ରୁଥିରାଜ ସାହୁ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ l ଫାଇନlଲ ବାଳକ ମ୍ୟାଚରେ କିସ୍ ଭୁବନେଶ୍ୱର ଦଳ ସୁନ୍ଦରଗଡ ଦଳକୁ ପରାଜିତ କରି ବିଜୟୀ ହୋଇଥିବା ବେଳେ ବାଳିକା ବିଭାଗରେ ମଧ୍ଯ କିସ୍ ଭୁବନେଶ୍ୱର ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଭଦ୍ରକ ଦଳକୁ ପରାଜିତ କରି ବିଜୟୀ ହୋଇଥିଲେ l ଶ୍ରୀ ସାହୁ ବକ୍ତବ୍ୟରେ କହିଥିଲେ ଏଠାରେ ଚୟନ ହୋଇଥିବା ଖେଳାଳି ମାନଙ୍କୁ କ୍ୟାମ୍ପରେ ରଖି ତାଲିମ ଦିଆଯିବ ଏବଂ ଆସନ୍ତା ଡିସେମ୍ବର ମାସରେ କେରଳ ରାଜ୍ୟରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ l ଆନ୍ତର୍ଜାତୀୟ ରେଫରୀ ବ୍ରଜ ମୋହନ ସାହୁ, ମହମ୍ମଦ ଗୁଲ୍ଫାମ, ନିରଜ୍ ସ୍ବାଇଁ,ଜାତୀୟ ରେଫରି ରାମଚନ୍ଦ୍ର ବାରିକ, ବ୍ରଜବନ୍ଧୁ କlଣ୍ଡି, ଲଲାଟେନ୍ଦୁ ସ୍ୱାଇଁ, କିରଣ ଶିଳା ବାର୍ଲl, ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ବିଶ୍ଵନାଥ ମିଶ୍ର ଓ ଗୌରାଙ୍ଗ ଚରଣ ନାୟକ ଖେଳ ପରିଚlଳନl କରିଥିଲେ l ଉକ୍ତ ଖେଳକୁ ସୁନ୍ଦରଗଡ ଜିଲ୍ଲା ସିପକଟାକ୍ରୋ ସଂଘ ଓ ଓଡ଼ିଶା ରାଜ୍ୟ ସିପକଟାକ୍ରୋ ସଂଘ ଆୟୋଜନ କରିଥିଲେ l ଜିଲ୍ଲା ସେକ୍ରେଟାରୀ ରଥ ଖାଲକୋ, ରୂପକ କୁମାର ପ୍ରସାଦ, ସିଦ୍ଧାର୍ଥ ବକ୍ସି, ସୁଜିତ୍ ଗୋସ୍ୱାଇଁ ମିଞ୍ଜ, ସୁଶାନ୍ତ କୁମାର ଷଡଙ୍ଗୀ, ରସାନନ୍ଦ ମହାନନ୍ଦିଆ, ବିକାଶ କୁଆ, କାଜଲ ମଗର, ରଞ୍ଜିତା ନାଏକ ପ୍ରତିଯୋଗିତାରେ ସହଯୋଗ କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତିରେ ଖେଳ ଶିକ୍ଷକମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ l ବାଳକ ବିଭାଗରେ ବେଷ୍ଟ ଖେଳାଳି ଭାବେ ସୁନ୍ଦରଗଡ ଦଳର ଲିପନ ସେଠ୍ ଏଵଂ ବାଳିକା ବିଭାଗରେ କିସ ଭୁବନେଶ୍ଵରର ଲକ୍ଷ୍ମୀପ୍ରିୟା ମାଝୀଙ୍କୁ ବେଷ୍ଟ ଖେଳାଳି ଭାବେ ଚୟନ କରି ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଭବାନୀ ଭବନ ସ୍ପୋର୍ଟସ କମ୍ପ୍ଲେକ୍ସର କୋଚ୍ ଲିପ୍ସା ଷଡ଼ଙ୍ଗୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସୁଦକ୍ଷ ତାଲିମ୍ ବଳରେ ସୁନ୍ଦରଗଡ଼ ବାଳକ ଦଳ ପ୍ରଥମ ଥର ପାଇଁ ଫାଇନlଲ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ବାଳିକା ଦଳ ସେମି ଫାଇନାଲରେ ଭାଗ ନେଇଥିଲେ l ସିନିୟର୍ ମହିଳା ବିଭାଗରେ ଭଦ୍ରକ ଏବଂ କଟକ ଦଳ ଓ ପୁରୁଷ ବିଭାଗରେ ରାୟଗଡ଼ା ଓ ସୁନ୍ଦରଗଡ ଦଳ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ଅତି ଚିତ୍ତାକର୍ଷକ ଥିଲା l ଦୁଇ ଜଣ ଅନ୍ତର୍ଜାତୀୟ ଖେଳାଳୀଙ୍କ ମ୍ୟାଚ୍ ଦେଖି ଦର୍ଶକ ବେଶ୍ ଖୁସି ଅନୁଭବ କରିଥିଲେ l ଶେଷରେ ବିଜେତା ଓ ଉପ ବିଜେତା ଦଳଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରl ଯାଇଥିଲା l
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।