logo

*ବିଶ୍ଵଜିତଙ୍କ କବିତା ପୁସ୍ତକ "ଏ ସହର ଧୂଳି ନୁହେଁ " ଉନ୍ମୋଚିତ*

ଆନନ୍ଦପୁର ଉପଖଣ୍ଡ ଇଞ୍ଚଳ ଗ୍ରାମର ଜଣେ ଯୁବ ପ୍ରତିଭା ବିଶ୍ଵଜିତ୍ ରାଉତ। ସେ ବହୁ ପ୍ରତିଭାର ଅଧିକାରୀ । ସେ ଏକା ଧାରରେ ଲେଖନୀ ଚାଳନା କରନ୍ତି କବିତା, ଗଳ୍ପ, ନାଟକ, କବିତା, ଓ ଭ୍ରମଣକାହାଣୀ । ସେ ତାଙ୍କ କବିତାରେ ମାଟି ଓ ଜୀବନର କଥା କହେ ତା ସହ ବଦଳି ଯାଉଥିବା ସମାଜ,ଧ୍ବଂସ ହୋଇପଡୁଥିବା ପ୍ରକୃତି ଓ ହଜିଯାଉଥିବା ମାନବିକତା କୁ କବିତାରେ ଚିତ୍ରିତ କରି ସୁସ୍ଥ ସମାଜ ପାଇଁ ଆହ୍ୱାନ କରିଛନ୍ତି କବି।' ଏ ସହର ଧୂଳି ନୁହେଁ ' କବିତା ପୁସ୍ତକ ତାହାର ଏକ ପ୍ରମାଣ। ଯୁବ କବି ବିଶ୍ୱଜିତ୍ ରାଉତଙ୍କ ଲିଖିତ ଏହି ପୁସ୍ତକକୁ ଉନ୍ମୋଚନ କରି ‍ଅତିଥି ମାନେ ଏହା ମତ ବ୍ୟକ୍ତ କରିଛନ୍ତି । ଯୁବ କବି ବିଶ୍ୱଜିତ୍ ଙ୍କ ଲିଖିତ ପ୍ରଥମ କବିତା ପୁସ୍ତକ 'ଏ ସହର ଧୂଳି ନୁହେଁ ' ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଛି । ପୁସ୍ତକରେ ଉନ୍ମୋଚକ ଭାବରେ ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ତଥା ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର ପ୍ରଫେସର, କିସ୍ ର ପ୍ରଫେସର ବିଜୟାନନ୍ଦ ସିଂ,କେନ୍ଦ୍ରସାହିତ୍ୟ ଏକାଡେମୀ ଯୁବପୁରସ୍କାର ପ୍ରାପ୍ତ ଲେଖକ ତଥା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ର ସରକାରୀ ପ୍ରଫେସର ଶିଶିର ବେହେରା, ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଜୟ କୁମାର ଶତପଥୀ,ଆନନ୍ଦପୁର ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ଅଧ୍ୟାପକ ରଘୁଦୀପ୍ତି ନାୟକ,ଅଧ୍ୟାପକ କାହ୍ନୁଚରଣ ଜେନା ପ୍ରମୁଖ ଯୋଗଦାନ କରିଥିଲେ । ଯୁବ କବି ବିଶ୍ୱଜିତ୍ ରାଉତଙ୍କ ଉକ୍ତ ପୁସ୍ତକଟି ଓଡ଼ିଆ କାବ୍ୟ ଜଗତକୁ ନୂତନ ପଥ ଦେଖାଇବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ ।

27
2796 views