logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ଟ୍ରାକ୍ଟର ଧକ୍କାରେ ଲୁନା ଚାଳକଙ୍କ ମୃତ୍ୟୁ* :

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଲବାହାଲି ସଂଲଗ୍ନ ରଙ୍ଗାମାଟିଆ ଗ୍ରାମର ରାସ୍ତାରେ ଟ୍ରାକ୍ଟର ଧକ୍କାରେ ଲୁନା ଚାଳକ ମୃତ୍ୟୁ ହୋଇଥିବା ଜଣାପଡିଛି। ସାନ ନୁଆଗାଁ ଗ୍ରାମର ଗାବ୍ରେଲ ସିନ୍ଦୂର (୪୫) ନାମକ ବ୍ୟକ୍ତି ଜଣକ ଲୁନା ଯୋଗ ରାଉରକେଲାକୁ କୌଣସି କାମକୁ ଆସି ରାତିରେ ନିଜ ଘରକୁ ଫେରୁଥିବା ବେଳେ ତାଲବାହାଲି ସଂଲଗ୍ନ ରଙ୍ଗାମାଟିଆ ଗ୍ରାମ ପଟୁ ଏକ ଟ୍ରାକ୍ଟର ଆସୁଥିବା ବେଳେ ଲୁନା ଚାଳକକୁ ଧକ୍କା ହେବା ଫଳରେ ଲୁନାରୁ ଛିଟିକି ପଡି ରାସ୍ତା ଉପରେ ଗୁରୁତର ହୋଇପଡିଥିଲେ। ଫଳରେ ସେଠାକାର ସ୍ଥାନୀୟ ଲୋକେ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ। ଖବର ପାଇ ଲହୁଣିପଡ଼ା ପୋଲିଶ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

219
4738 views

Comment