logo

କେନ୍ଦୁଝର ସହରରେ ଅପରାହ୍ନରେ ବର୍ଷା ହେବା କାରଣରୁ ପ୍ରବଳ ଖରାରୁ ସାମାନ୍ଯ ତ୍ରାହି ମିଳିଛି ।

କେନ୍ଦୁଝର ଗଡ, (ତା-୦୮/୦୫/୨୪) ଅପରାହ୍ନ ସମୟରେ ହାଲୁକା ବର୍ଷା ହେବା କାରଣରୁ କେନ୍ଦୁଝର ସହରବାସୀଙ୍କୁ ପ୍ରବଳ ଖରାରୁ ସାମାନ୍ଯ ତ୍ରାହି ମିଳିଛି । କିଛିଦିନ ହେବ କେନ୍ଦୁଝର ସହରର ତାପମାତ୍ରା ୪୦° ଉପରେ ରହୁଥିଲା । ପ୍ରବଳ ଖରା ହେବା କାରଣରୁ ଦିନ ୧୦ଟା ପରେ ରାସ୍ତା, ଘାଟ, ଦୋକାନ, ବଜାର ଫାଙ୍କା ଦେଖିବାକୁ ମିଳୁଥିଲା । ଆଜିର ସାମାନ୍ୟତମ ବର୍ଷା ହେବା କାରଣରୁ ଲୋକମାନଙ୍କୁ ପ୍ରବଳ ଖରାରୁ କିଛିଦିନ ପାଇଁ ତ୍ରାହି ମିଳିଛି । ଏପରିକି ଏହି ବର୍ଷା ହେବା କାରଣରୁ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଓ କର୍ମୀମାନଙ୍କୁ ନିର୍ବାଚନ ପ୍ରଚାର କରିବାକୁ କିଛି ପରିମାଣରେ ସହଜ ହୋଇପାରିବ । ପାଣିପାଗ ସୂଚନା ଅନୁସାରେ ଆଉ ଅଳ୍ପ କିଛି ଦିନ ଏପରି ମେଘାଚ୍ଛନ୍ନ ପାଗ ରହିବା ସମ୍ଭାବନା ରହିଛି ଏବଂ ପ୍ରପଳ ଖରାରୁ କିଛିଦିନ ପାଇଁ ଆଶ୍ବସ୍ତ ମିଳିବ ।

159
2534 views