logo

ଦୁର୍ଗମ ଅଞ୍ଚଳରେ ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର, • ବିଶାଳ ବାଇକ ଶୋଭାଯାତ୍ରା ସହିତ ଭୋଟ ଭିକ୍ଷା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୭/୫(AIMA): ବିଜେଡ଼ିର ସୁଶାସନ ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ଆଜି ନବୀନ ପଟନାୟକଙ୍କ ନେତୃତ୍ୱରେ ରାଜ୍ୟ ନିରନ୍ତର ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଷଷ୍ଠଥର ପାଇଁ ସରକାର ଗଠନ ବିଜେଡ଼ିର ଲକ୍ଷ ବୋଲି ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଳ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା କରିବା ପରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀଙ୍କୁ ନେଇ ଏକ ବିଶାଳ ରୋଡ଼ ସୋ ସହିତ ନିଜର ଦମ ଦେଖାଇଛି ବିଜେଡ଼ି । ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଳକର ମୂଷାନାଳ,ପଦ୍ମଥୋପା,ବେନଗାଁ,କୁମ୍ବାରଗୁଡ଼ା,ଲାଖବାହିଲି,ପାହାଡ଼ପଦର,ମାଳିଯୁବାଙ୍ଗ ଦେଇ ବିଜେପୁର ପହଞ୍ଚିଥିଲା। ବିଧାୟକ ପାର୍ଥୀ ଶ୍ରୀ ଦିଶାରୀଙ୍କୁ ବିଭିନ୍ନ ସ୍ଥାନରେ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ,ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଉପାଧ୍ୟକ୍ଷ ସଞ୍ଜୀବ ନାୟକ,ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ,ବିଜେଡ଼ି ଜିଲ୍ଲା ସମ୍ପାଦକ ଜଗଦୀଶ ବେନିଆଁ, ବ୍ଳକ ଯୁବ ବିଜେଡ଼ି ସଭାପତି ଡିଲେସ ନାଗ,ବରିଷ୍ଠ ବିଜେଡ଼ି କର୍ମୀ ଶ୍ରୀଧର ପେଶନିଆ,ବ୍ଳକ ଯୁବ କାର୍ଯ୍ୟକାରିଣୀ ସଭାପତି ବନମାଳୀ ମାଝୀ,ବିଜେଡ଼ି ଜୋନ୍-୨ ସଭାପତି ଲୋକନାଥ ମାଝୀ, ଜୋନ୍-୧ ଚନ୍ଦ୍ର ଶେଖର ମହାପାତ୍ର,ରାଜେନ୍ଦ୍ର ମାଳି,ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ,ବରିଷ୍ଠ କର୍ମୀ ଚନ୍ଦ୍ର ଧ୍ୱଜ ପେଶନିଆ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ପାହାଡ଼ ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ଛତ୍ରପୁର ସରପଞ୍ଚ ବ୍ଳକ ସଭାନେତ୍ରୀ ସୁଜାତା ଘଡେଇ,ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା,ବ୍ଳକ ପୂର୍ବତନ ଉପାଧକ୍ଷା ତୁଳସୀ ନାଏକ, ହରିଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କର୍ମୀମାନେ ବାଇକ ରାଲିରେ ଉପସ୍ଥିତ ଥିଲେ I

ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍)

6
2462 views