logo

ନାମାଙ୍କନ ପତ୍ର ଦାଖଲ କଲେ ପାଳଲହଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ଫକିର ମୋହନ ସାମଲ

ନାମାଙ୍କନ ପତ୍ର ଦାଖଲ କଲେ ପାଳଲହଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ଫକିର ମୋହନ ସାମଲ

ଆଜି ପାଳଲହଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଫକିର ମୋହନ ସାମଲ ପାଳଲହଡା ଶ୍ରୀ ସାମେଶ୍ୱର ଶିବ ମନ୍ଦିରରେ ପୂଜାଅର୍ଚନା କରି ଦର୍ଶନ କରିବା ପରେ ନିଜର ହଜାର ହଜାର ସମର୍ଥକ ମାନଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ପାଳଲହଡା ସହର ପରିକ୍ରମା କରି ପାଳଲହଡା ଶ୍ରୀ ସାମେଶ୍ୱର ଶିବ ମନ୍ଦିର ଠାରୁ ଆସି ପାଳଲହଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଳଲହଡା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କ ପାଖରେ କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି,କଂଗ୍ରେସ ବିଧାୟକ ପ୍ରାର୍ଥୀ ଫକିରମୋହନ ସାମଲଙ୍କ ସହିତ ଆଜି ଢେଙ୍କାନାଳ ସାଂସଦ ପ୍ରାଥୀନି ଇଂ ସସ୍ମିତା ବେହେରା, ଶିବରାମ ଦାସ, ସୂର୍ଯ୍ୟମଣି ସାହୁ,ସୁଶାନ୍ତ ଶଶିକାନ୍ତ ସାମଲ,ମଧ୍ଯ ଉପସ୍ଥିତ ରହିଥିଲେ।

0
57 views