logo

ICSE ରେଜଲ୍ଟ; ଦିନ ୧୧ଟାରେ ଓ୍ବେବସାଇଟ୍‌ରେ ପ୍ରକାଶ ପାଇବ ଦଶମ ଓ ଦ୍ବାଦଶ ଫଳ

ଭୁବନେଶ୍ୱର,୦୬/୦୫: ସୋମବାର କାଉନ୍‌ସିଲ୍‌ ଫର୍ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନ୍‌ନେସନ୍ସ (ସିଆଇଏସ୍‌ସିଇ) ରେଜଲ୍ଟ ପ୍ରକାଶ ପାଇବ । ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ ପାଇବ । ଦିନ ୧୧ଟାରେ ସିଆଇଏସ୍‌ସିଇର ୱେବ୍‌ସାଇଟ୍‌ www. cisce.orgରେ ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ପ୍ରକାଶ ପରେ ସ୍କୋର କାର୍ଡ ଡିଜି ଲକର୍‌ ଏବଂ ବୋର୍ଡ ୱେବ୍‌ସାଇଟ୍‌ ଏବଂ କ୍ୟାରିଅର ପୋର୍ଟାଲ୍‌ରେ ଉପଲବ୍ଧ ହେବ । ଏଠାରୁ ପରୀକ୍ଷାର୍ଥୀମାନେ ନିଜର ତଥ୍ୟ ଦେଇ ସ୍କୋର କାର୍ଡ ଡାଉନଲୋଡ୍‌ କରିପାରିବେ । ପାଇଥିବା ନମ୍ବରରେ ସନ୍ତୁଷ୍ଟ ନ ଥିଲେ ମେ ୧୦ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ । ଏଥିପାଇଁ ୧ହଜାର ଟଙ୍କା ଆବେଦନ ଫି' ଦାଖଲ କରିବାକୁ ପଡ଼ିବ । ପୁନଃ ମୂଲ୍ୟାୟନ ପାଇଁ ପେପର ପିଛା ଦେଢ଼ ହଜାର ଟଙ୍କା ଦାଖଲ କରିବେ । ୪ ସପ୍ତାହ ମଧ୍ୟରେ ରିଚେକିଂ ରେଜଲ୍ଟ ମିଳିବ । ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ଜୁଲାଇ ମାସରେ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ହେବ ।

19
2886 views