logo

ନାମାଙ୍କନ ଭରିଲେ ଧର୍ମେନ୍ଦ୍ର

ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାମାଙ୍କନ ଦାଖଲ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ମଧ୍ୟ ନେଇଥିଲେ । ଶ୍ରୀ ପ୍ରଧାନ ଆଜି ସକାଳେ ସମଲେଶ୍ୱରୀ ମନ୍ଦିରରୁ ବାହାରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ନେତୃମଣ୍ଡଳୀ ଓ ଜନସାଧାରଣ ଏବଂ କାର୍ୟ୍ୟକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସିଥିଲେ ।

ଶୋଭାଯାତ୍ରାଟି ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ଦଲେଇପଡା, ମୁନସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀତ୍ୱ ଭାବେ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି । ପ୍ରାର୍ଥୀତ୍ୱ ଘୋଷଣା ହେବା ଠାରୁ ଶ୍ରୀ ପ୍ରଧାନ ସମ୍ବଲପୁରର ସବୁ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସାକାର କରି ଅନେକ ଦକ୍ଷ, ଅନୁଭବୀ ବିଜେଡି ଏବଂ କଂଗ୍ରେସ ଦଳର ନେତା, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବନେତାମାନେ ସାମିଲ ହୋଇଛନ୍ତି, ଯାହା କେନ୍ଦ୍ରମନ୍ତ୍ରୀଙ୍କ ପରିଶ୍ରମ ଓ ସାଂଗଠନିକ କାର୍ୟ୍ୟ ଏବଂ ଦକ୍ଷତାକୁ ପ୍ରତିପାଦିତ କରିଛି ।

0
185 views