logo

ଇସ୍ତଫା ଦେଲେ କାଳୁ ଖଣ୍ଡାୟତ ରାୟ BJP LEADER KALU KHANDAYAT RESIGN FROM BJP

ମୁଖ୍ୟ ଖବର
୧୪ରେ ବାରଣାସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱରରେ ଏସ ଜୟଶଙ୍କର
ଜୟପୁରରେ ମୁଖ୍ୟମନ୍ତ୍ରୀ
ନିର୍ବାଚନ ଜିତିଲେ ମିଶନ ଶକ୍ତିକୁ ବନ୍ଦ କରିଦେବେ ଧର୍ମେନ୍ଦ୍ର ପ୍ରଧାନ: ପ୍ରଣବ ପ୍ରକାଶ
ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର
ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କରିଚାଲିଛନ୍ତି ନବୀନ ସରକାର:ସଞ୍ଜୟ ଦାସବର୍ମା
ଅର୍ଥ ବିଭାଗର ପ୍ରମୁଖ ସଚିବ ହେଲେ ସୁଜାତା ଆର୍‌ କାର୍ତ୍ତିକେୟନ
ଆଜି ଓଡ଼ିଶା ଆସିବେ ଏସ.ଜୟଶଙ୍କର
ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ସୌମ୍ୟ
ଆଜି ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଫଣ୍ଡିଂ ନାହିଁ: ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ
Heading News
ଖୋର୍ଦ୍ଧା: କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଖୋର୍ଦ୍ଧା ବିଜେପିରୁ ଅନେକ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁଙ୍କ ଅଙ୍କ ଭୁଲ ପ୍ରମାଣିତ ହୋଇଥିଲା । ଏହାପରେ କ୍ରମାଗତ ଗଣମାଧ୍ୟମରେ ଆସି ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ । ଏପରିକି ୨ କୋଟି ଟଙ୍କା ଦେଇ ପାରିଲେନି ବୋଲି ଦଳୀୟ ଟିକେଟରୁ ତାଙ୍କୁ ବଞ୍ଚିତ କରାଗଲା ବୋଲି ସେ ବୟାନ ଦେଇଥିଲେ । ଗତ ଥର ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁ ଖଣ୍ଡାୟତ । ଆଜି ବହୁ ବାଦ ବିବାଦ ପରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।

8
693 views