logo

ଦାମନଯୋଡିରେ ଛଅଟି ଶ୍ରମିକ ସଂଗଠନର ମିଳିତ ଆନୁକୁଲ୍ୟରେ ଶ୍ରମିକ ଦିବସ ପାଳିତ ତା ୧/୫/୨୪

ଆଲୁମିନା ମଜଦୁର ସଂଘ ସମେତ ଛଅଟି ଶ୍ରମିକ ସଂଗଠନ ଦ୍ବାରା ଶ୍ରମିକ ଦିବସ ପାଳିତ
ଦାମନଯୋଡି:-(ନି.ପ୍ର)2/5 : ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ ପ୍ରକଳ୍ପରେ କାର୍ଯ୍ୟରତ ବିଭିନ୍ନ ଶ୍ରମିକ ସଙ୍ଗଠନ, ଠିକା ଶ୍ରମିକ ସଂଗଠନର ମିଳିତ ସହଯୋଗରେ ଶ୍ରମିକ ଦିବସ ପାଳନ ଓ ଆଲୁମିନା ମଜଦୂର ସଂଘର ସ୍ଥାୟୀ କାର୍ଯ୍ୟଳୟର ଶୁଭାରମ୍ଭ କରାଯାଇଥିଲା ।ମାଥାଲପୁଟ ସ୍ଥିତ ଆମ୍ବତୋଟା ନିକଟସ୍ଥ ପଡିଆରେ ବିରାଟ ପଟୁଆରରେ ନଗର ପରିକ୍ରମା କରି ଛଅଟି ଶ୍ରମିକ ସଂଗଠନ ଏକତ୍ରୀତ ହୋଇଥିଲେ ।ମୁଖ୍ଯ ଅତିଥି ହିସାବରେ ସିଟୁର ଓଡ଼ିଶା ରାଜ୍ୟ କମିଟିର ସାଧାରଣ ସମ୍ପାଦକ କମରେଡ ଉଲ୍ଲାସ ଚନ୍ଦ୍ର ସ୍ବାଇଁ,ସମ୍ମାନୀତ ଅତିଥି ହିସାବରେ ସି ଆଇ ଏସ ଏଫର ଇନ୍ସପେକ୍ଟର ଜିତେନ ଚୌଧୁରୀ,ଆଲୁମିନା ମଜଦୂର ସଂଘର ସଭାପତି କୁନା ଖରା ,ସଂପାଦକ ଅର୍ଜୁନ ଚୌଧୁରୀ,ଯୁଗ୍ମ ସଂପାଦକ ପ୍ରଶାନ୍ତ ବାରିକ୍ ,ଉପସଭାପତ କୁମୁଟି ନାୟକ, କୋଷାଧ୍ୟକ୍ଷ ସି କେ ଜେନା ,ମାଇନ୍ସ ଆଣ୍ଡ ରିଫାଇନାରୀ ଏମପ୍ଲୟୀ ଉୟୁନିୟନର ସାଧାରଣ ସମ୍ପାଦକ କରୁଣାକର ସେଠୀ,ହେଭି ଆଣ୍ଡ ଲାଇଟ ମୋଟର ଭେଇକିଲ ଇଉନିୟନର ସଭାପତି ଏଡବିନ ଖରା,ସାଧାରଣ ସମ୍ପାଦକ ବିଜୟ ବିହାରୀ ପାତ୍ର, ମାସ୍ ଶ୍ରମିକ ସଂଘର ସଭାପତି ଜର୍ଜ ବେନ୍ ତୁରୁକ୍, ସାଧାରଣ ସମ୍ପାଦକ ନାରାୟଣ ଶତପଥୀ,ନବନିର୍ମାଣ ଶ୍ରମିକ ସଂଘର ସଭାପତି ସୁବାସ ଖରା,ସାଧାରଣ ସମ୍ପାଦକ ଆଦର୍ଶ ଖରା,ନାଲକୋ ମାଇନ୍ସ ଠିକା କର୍ମଚାରୀ ସଂଘର ସଭାପତି ମନୋଜ କୁମାର ନାୟକ, ସାଧାରଣ ସମ୍ପାଦକ କର୍ଣ୍ଣ ହିଆଲ, ନାଲକୋ ଠିକାଦାର କର୍ମଚାରୀ ସଂଘର ସଭାପତି ଶ୍ଯାମ ଗଉଡ,ସାଧାରଣ ସମ୍ପାଦକ ଉଦୟ ଦାସ କୁଲଦୀପ ପ୍ରମୁଖ ମଞ୍ଚାସୀନ ରହି ମେ ଦିବସ ତଥା ଶ୍ରମିକ ଦିବସର ଇତିହାସ, ଶ୍ରମିକମାନଙ୍କର କଲ୍ଯାଣ ନିମନ୍ତେ ଅଦ୍ୟାବଧି ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।ଶ୍ରମିକମାନଙ୍କର ନ୍ଯାର୍ଯ୍ଯଦାବି, ପ୍ରାପ୍ଯ ହାସଲ କରିବାକୁ ହେଲେ ଶ୍ରମିକ ଏକତା ଜରୁରୀ ଅଟେ ।ମୁଖ୍ଯ ଅତିଥି ମାନନୀୟ କମରେଡ ଉଲ୍ଲାସ ଚନ୍ଦ୍ର ସ୍ବାଇଁ ଶ୍ରମିକ ଦିବସର ଆଦ୍ଯରୁ ଅଦ୍ଯାବଧି ସଂଘର୍ଷର କାହାଣୀ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।ଦୀର୍ଘ ପଇଁତିରିଶ ବର୍ଷ ସଂଗ୍ରାମ ପରେ ଆଲୁମିନା ମଜଦୂର ସଂଘର ସ୍ଥାୟୀ ଅଫିସ ଗୃହର ଶୁଭ ଉଦ୍‌ଘାଟନ କରାଯାଇ ଥିଲା ।ସଭାପତି କୁନା ଖରା ଓ ସଂପାଦକ ଅର୍ଜୁନ ଚୌଧୁରୀଙ୍କ ଆପ୍ରାଣ ଚେଷ୍ଟାକୁ ସଦସ୍ଯମାନେ ସାଧୁବାଦ ଜଣାଇଥିଲେ ।ଶତାଧିକ କର୍ମଚାରୀ ଉପସ୍ଥିତ ରହି ଶ୍ରମିକ ଦିବସକୁ ଧୁମଧାମରେ ପାଳନ କରିଥିଲେ ।ଶ୍ରମିକ ଏକତାର ସ୍ବରରେ ବାତାବରଣ ମୁଖରିତ ହୋଇଥିଲା ।ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭାକାର୍ଯ୍ଯ ସାଙ୍ଗ କରାଯାଇଥିଲେ ।ଶେଷରେ ସାମୁହିକ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା ।

118
5104 views