logo

*ଆମକୋ ସିମ୍‌କୋ ଶହୀଦ ସ୍ମାରକୀ କମିଟି ତରଫରୁ ୪୯ ଜଣ ଶହୀଦଙ୍କୁ ଭକ୍ତିପୁତ ଶ୍ରଦ୍ଧାଞଳି ଅର୍ପଣ* :

ଆମ୍‌କୋ-ସିମ୍‌କୋରେ ବ୍ରିଟିସ ଗୁଳିରେ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧଞଳୀ ଅର୍ପଣକରାଯାଇଛି । ୮୫ ତମଶହୀଦ ଦିବସରେ ପାନପୋଷ ଉପଜିଲ୍ଲାପାଳ ତଥା ଆମ୍‌କୋ-ସିମ୍‌କୋ ଶହୀଦ ସ୍ମାରକୀକମିଟିର ଅଧ୍ୟକ୍ଷ ବିଜୟକୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣମରା ସମାଧି ପୀଠ ଓ ଆମକୋ-ସିମକୋର ଶହୀଦ ପୀଠରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ପରିପେକ୍ଷୀରେ ଶ୍ରୀ ନାୟକ କହିଲେ ଯେ ଖୁଟକାଟୀ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ୧୯୩୯ ମସିହାରେ ବ୍ରିଟିସଗୁଳୀରେ ଶହୀଦ ହୋଇଥିବା ଆଦିବାସୀଙ୍କତ୍ୟାଗ ଓ ବଳିଦାନ ସ୍ମରଣୀୟ । ରାଜ୍ୟସରକାର ଆମ୍‌କୋ-ସିମ୍‌କୋକୁ ପର୍ଯ୍ୟଟନ ସ୍ଥଳୀରୁପେ ଘୋଷଣା କରିବା ସହ ଶହୀଦଙ୍କ ଉଦ୍ଦେଶ୍ୟରେ ଜାଲିୟାନା ୱାଲାବାଗ ଢାଞ୍ଚାରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣକରିଛନ୍ତିା ଆମ୍‌କୋ-ସିମ୍‌କୋର ସମସ୍ତ ପ୍ରଗତୀମୂଳକ କାର୍ଯ୍ୟଚାଲିଛି ଏବଂ ଆଗାମି ବର୍ଷଶେଷ ସୁଦ୍ଧା ସମସ୍ତ କାର୍ଯ୍ୟଶେଷ ହେଲେଏହାକୁ ଉଦ୍‌ଘାଟନ କରାଯିବ ବୋଲି କହିଥିଲେ । ଆମ୍‌କୋ-ସିମ୍‌କୋଶହୀଦ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ଶହୀଦ ସ୍ମାରକୀକମିଟିର ଯୁଗ୍ମ-ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସ୍ୱାଧୀନତାସଂଗ୍ରାମୀ ନିର୍ମଳମୁଣ୍ଡା ଓ ୪୯ ଜଣ ନିରିହ ଆଦାବାସୀଙ୍କ ପ୍ରାଣବଳୀ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମାରକୀକମିଟିର ଉପାଧ୍ୟକ୍ଷ ପ୍ରଫେସର ବିଜୟ କୁମାର ଟପ୍ପୋ କହିଲେ ଯେ ଆଜିକୁ ୮୫ବର୍ଷତଳେ ଅର୍ଥାତ ୧୯୩୯ ମସିହାର ଆଜିର ଦିନରେ ବ୍ରିଟିଶଗୁଳିରେ ପ୍ରାଣବଳୀ ଦେଇ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ରକ୍ତରଞ୍ଜିତ ଏହିକ୍ଷେତ୍ର ସେମାନଙ୍କ ବିରତ୍ୱ ଓ ସଂଗ୍ରାମ କଥା ମନେ ପକାଉଛି । ସାଧୀନତା ସଂଗ୍ରାମୀ ନିର୍ମଳମୁଣ୍ଡାଙ୍କ ଦୃଢ ନେତୃତ୍ୱରେ ହିଁ ସେତେବେଳେ ବ୍ରିଟିସମାନଙ୍କ ନିଦ ହଜେଇ ଦେଇଥିଲା । ଖୁଟକାଟି ଅଧିକାରକୁ ସାବ୍ୟସ୍ତକରିବା ପାଇଁ ସେମାନଙ୍କ ବଳିଦାନ ଆଜି ଆଦିବାସୀ ସଂପ୍ରଦାୟଙ୍କୁ ସେମାନଙ୍କ ତ୍ୟାଗ ପୁତ ଜୀବନ ବିଷୟରେ ସ୍ନରଣ କରାଉଛି । ରାଜ୍ୟସରକାର ସେମାନଙ୍କ ବଳିଦାନକୁ ହୃଦୟଙ୍ଗମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁଶହୀଦର ମାନ୍ୟତା ପ୍ରଦାନ କରି ନ ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

8
1912 views