logo

*ନାଳରୁ ଦନ୍ତାହାତୀର ମୃତ ଦେହ ଉଦ୍ଧାର* :

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡା ସ୍ଥିତ ବାଙ୍କୀ ରେଞ୍ଜ ଅଧିନସ୍ଥ କେ ବଲାଙ୍ଗ ସେକ୍ସନର ଡାଳିମ ଡ଼ିହି ନାଳରୁ ଏକ ଦନ୍ତାହାତୀର ମୃତ ଦେହକୁ ବନ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି। ଉକ୍ତ ହାତୀଟି କେନ୍ଦୁଝର ଅଞ୍ଚଳରୁ ଆସି ବଣେଇ ବନଖଣ୍ଡ ବରସୁଆଁ ବନାଞ୍ଚଳ ଦେଇ ସୋମବାର ଦିନ ରାତିରେ ଡାଳିମ ଡ଼ିହି ଅଞ୍ଚଳରେ ପହଁଞ୍ଚି ଥିଲା ବୋଲି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ସୂଚନା ଦେଇଥିଲେ।ଖବରପାଇ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ହାତୀର ଗତିବିଧି ଅନୁଧ୍ୟାନ କରିବା ସହିତ ହାତୀଟି ରୋଗଗ୍ରସ୍ତ ଥିବା ଅନୁମାନ କରି ମଙ୍ଗଳବାର ଦିନ ଚିକିତ୍ସା ମଧ୍ୟ କରିଥିଲେ।ଉକ୍ତ ହାତୀଟି ପାଣି ପିଇବା ପାଇଁ ଡାଳିମ ଡ଼ିହି ନାଳ ଭିତରକୁ ପଶିଥିଲା ଏବଂ ସେଠାରେ ଗାଧୋଇ ଥିଲା।କିନ୍ତୁ ହାତୀଟି ଅସୁସ୍ଥ ଥିବା ଜଣାପଡିଥିଲା।ବନ ବିଭାଗ କର୍ମଚାରୀ ସେଠାରେ ଜଗି ରହି ହାତୀ ଉପରେ ସତର୍କ ଦୃଷ୍ଟି ରଖିଥିଲେ ମଧ୍ୟ ମଙ୍ଗଳବାର ରାତି ପ୍ରାୟ ୧୨ ଟା ବେଳକୁ ହାତୀଟି ମୃତ୍ୟୁ ବରଣ କରିଥିଲା।ଖବରପାଇ ଆର ସିପିଏଫ ରାମା ସାମୀ,ଡିଏଫଓ ଯଶୋବନ୍ତ ସେଠି,ଏସିଏଫ ସୌମ୍ୟ ରଞ୍ଜନ ଗୋଛାୟତ,ରେଞ୍ଜର ସ୍ୱାତୀ ରଞ୍ଜନି ଗମାଙ୍ଗ ,ଫରେଷ୍ଟର ରାଜେଶ ଜ୍ୟୋତିଷ, ଙ୍କ ସମେତ ବନ କର୍ମଚାରୀ ପ୍ରାଣୀ ଚିକିତ୍ସକ ଦଳ ଉପସ୍ଥିତ ଥିବା ବେଳେ ଅପରାହ୍ନରେ ଭୁବନେଶ୍ୱରର ଟାସ୍କଫୋର୍ସ ଦଳ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ମାଟିତଳେ ପୋତି ଦିଆଯାଇଥିଲା।ଏ ସଂକ୍ରାନ୍ତରେ ଡିଏଫୋ ଯଶୋବନ୍ତ ସେଠିଙ୍କୁ ପଚାରିବାରୁ ସେ କହିଲେ ମୃତ ହାତୀଟି ଦନ୍ତାହାତୀ।ଆନୁମାନିକ ବୟସ ପ୍ରାୟ ୧୫ ବର୍ଷ ବୟସ ହେବ।କିନ୍ତୁ କୋଉ କାରଣରୁ ମୃତ୍ୟୁ ବରଣ କରିଛି ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ପ୍ରମାଣ ମିଳି ପାରିବ।କିନ୍ତୁ ହାତୀଟି କୌଣସି ଦୁରାରୋଗରେ ପୀଡିତ ହେଉ କିମ୍ବା ଅଂଶୁଘାତ ଜନିତ ମୃତ୍ୟୁ ହେଇଥିବ ବୋଲି ଆଶଙ୍କା କରାଯାଉଛି।କାରଣ ବର୍ତ୍ତମାନ ସୁଦ୍ଧା ହାତୀଟିକୁ ପାଣି ଭିତରୁ ଉଦ୍ଧାର କରାଯାଇ ନ ଥିବାରୁ ଆମେ ମଧ୍ୟ ସ୍ପଷ୍ଟ ଭାବରେ କିଛି ଜାଣିପାରୁ ନାହିଁ ବୋଲି ସୂଚନା ଦେଇଥିଲେ।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

14
1918 views