logo

*୪୫ ଡିଗ୍ରୀ ତାପମାତ୍ରାରେ ସିଝୁଛି ସହର* :

ଅପରାହ୍ନ ୩ଟା ସୁଦ୍ଧା ସହରର ତାପମାତ୍ରା ବୃଦ୍ଧି ପାଇ ୪୫ ଡିଗ୍ରୀରେ ପହଞ୍ଚିବା ପରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି। ସହରର ରାସ୍ତାଗୁଡ଼ିକ ଜନଶୂନ୍ଯ ହୋଇପଡୁଛି। ସାଇକେଲ ଓ ମୋଟରସାକେଲରେ ଯାଉଥିବା ଲୋକମାନେ ମୁହଁରେ ଧଳା ଗାମୁଛା ଢାଙ୍କି ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ରାସ୍ତା କଡ ଦୋକାନଗୁଡିକରେ ତରଭୁଜ, ଆମ୍ବରସ ବିକ୍ରୀ ବୃଦ୍ଧି ପାଇଥିଲା ବେଳେ ରାଉରକେଲା ମହାନଗର ନିଗମ ପକ୍ଷରୁ ଜଳଛତ୍ରର ବ୍ଯବସ୍ଥା ମଧ୍ୟ କରାଯାଇଛି। ଆଗାମୀ ଦୁଇ ଦିନ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦିନ ୧୧ଟା ପରେ ବିଶେଷ କାର୍ଯ୍ୟ ନ ଥିଲେ ବାହାରକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ବିଶେଷ ସୂଚନା ଦିଆଯାଇଛି।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

4
1065 views