logo

ଆନନ୍ଦପୁର ମହାବିଦ୍ୟାଳୟରେ CYBER CRIME ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କେନ୍ଦୁଝର ଜିଲ୍ଲା ପୋଲିସ ଆନୁକୂଲ୍ୟରେ CYBER CRIME AWARENES PROGRAM ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର Dr. ନାରାୟଣ ମିଶ୍ରଙ୍କ ଅଧକ୍ଷତାରେ ଏବଂ NCC ଅଫିସର ରଘୁଦୀପ୍ତି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଖଣ୍ଡର ପୋଲିସ ଅଫିସର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର DSP ଶ୍ରୀଯୁକ୍ତ ଅମ୍ବିତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ଆନନ୍ଦପୁର ଥାନାର ଥାନାଧିକାରୀ ଶ୍ରୀଯୁକ୍ତ ଲଷ୍ମୀକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ମୁଖ୍ୟଅତିଥି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମତିଥି ଉପଲକ୍ଷେ ଉତ୍କଳମଣୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ସଭାଟି ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିଲା ସଭାରେ ଉପସ୍ଥିତ ସମସ୍ତ ଅତିଥି ତଥା ପୋଲିସ ଅଧିକାରୀ ମାନେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସାମ୍ପ୍ରତିକ ସମୟରେ ସମାଜରେ ଘଟୁଥିବା CYBER CRIME ସମ୍ପର୍କରେ ସଚେତନ କରାଇବା ସହିତ ଏଥିରୁ କିପରି ନିଜକୁ ସୁରକ୍ଷିତ ରଖାଯାଇ ପାରିବ, ସେ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ପିଲାମାନଙ୍କ ମଧ୍ୟରେ ଉତ୍ସIହ ସୃଷ୍ଟି କରିବା ସହିତ ସଚେତନ କରିବା ଉଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ଅଧିକାରୀ DSP ଶ୍ରୀଯୁକ୍ତ ଅମ୍ବିତ କୁମାର ମହାନ୍ତି ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ QUIZ ପ୍ରତିଯୋଗିତା କରିଥିଲେ ଏବଂ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ବିଷୟ ସମ୍ପର୍କିତ ଏକ ନାଟକ ପରିବେଷଣ କରିଥିଲେ ଉକ୍ତ ସଭାରେ ମହାବିଦ୍ୟାଳୟର NCC, NSS ତଥା ଅନ୍ୟ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିବା ବେଳେ ଉକ୍ତ ସଭାରେ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ପ୍ରାଧ୍ୟାପିକା, ଅଧ୍ୟାପକ ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ସର୍ବ ଶେଷରେ NSS ପ୍ରୋଗ୍ରାମ ଅଫିସର ପ୍ରଫେସର ଓଜେଲ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

19
3787 views
  
1 shares