logo

ପ୍ରୀତି ପ୍ରଣତି ପରିବାର ପକ୍ଷରୁ ଆଭାସି ବୈଠକ ଅନୁଷ୍ଠିତ

ଆନନ୍ଦପୁର:- ପ୍ରୀତି ପ୍ରଣତି ପରିବାରର ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନ ରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ସୁଜିତ କୁମାର ମିଶ୍ର, ହରିହର ଭୁକ୍ତା, କାର୍ଯ୍ୟକାରିଣୀ ସଭାପତି ମଧୁସ୍ମିତା ମହାନ୍ତି, ସମ୍ପାଦକ ଦେବବ୍ରତ ବାରିକ, ପ୍ରଜ୍ଞା ପ୍ରାରମିତା ନନ୍ଦ ଓ ଶୁଭମ ବେହେରା ଇତ୍ୟାଦି ଯୋଗ ଦେଇ ଚଳିତ ବର୍ଷର ବାର୍ଷିକ ଉତ୍ସବ ଓ ମୁଖପତ୍ର ପ୍ରକାଶନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଆସନ୍ତା ବର୍ଷ ଜାନୁଆରୀ 14 ତାରିଖରେ ବାର୍ଷିକ ଉତ୍ସବ ପାଇଁ ସମୟ ସ୍ଥିରୀକୃତ ହୋଇଥିଲା। ଏବଂ ପ୍ରୀତି ପ୍ରଣତି ର ତୃତୀୟ ବର୍ଷ ମୁଖପତ୍ର ନିମନ୍ତେ ୧୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଲେଖା ସଂଗ୍ରହ କରିବା ପାଇଁ ସ୍ଥିର ହୋଇଥିଲା ଓ ଆମ ପ୍ରୀତି ପ୍ରଣତି ପରିବାର ପକ୍ଷରୁ ଗତ ଅଗଷ୍ଟ ମାସରେ ଆୟୋଜିତ ରାଜ୍ୟ ସ୍ତରୀୟ କବିତା ମହା ସପ୍ତାହର ଚୁଡାନ୍ତ ଫଳାଫଳ ପ୍ରକାଶ ପାଇଛି | ୫ ଦିନ ଧରି ଅନୁଷ୍ଠିତ ଏହି ମହାସପ୍ତାହରେ ବିଭିନ୍ନ ଶୀର୍ଷକରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗିନୀ ମାନଙ୍କ ମଧ୍ୟରୁ ବିଚାରକମଣ୍ଡଳୀଙ୍କ ମୂଲ୍ୟାଙ୍କ ଅନୁସାରେ ବର୍ଷାରାଣୀ ପ୍ରଥମ, ଅଙ୍କିତ କୁମାର ସ୍ୱାଇଁ ଦ୍ଵିତୀୟ ଓ ପ୍ରଜ୍ଞା ପାରମିତା ନନ୍ଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି | ମୁଖପତ୍ର ନିମନ୍ତେ ନିଜର ଲେଖା ଦେବାକୁ ହେଲେ ସମ୍ପାଦକ ଓ ସଭାପତି ଙ୍କ ସହିତ ଯୋଗାଯୋଗ କରନ୍ତୁ - ଦୂରଭାଷ 9348779394 -
ଠିକଣା - ସମ୍ପାଦକ ପ୍ରୀତି ପ୍ରଣତି ପରିବାର
ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା ରେ ପଠାଇ ପାରିବେ ବୋଲି ପ୍ରୀତି ପ୍ରଣତି ପକ୍ଷରୁ କୁହାଯାଇଛି ।

15
11829 views
  
1 shares