logo

ସରଗରମ ଆନନ୍ଦପୁର ରାଜନୀତି:ଆଶାୟୀଙ୍କ ଲମ୍ବା ଲାଇନ୍: ମୁକାବିଲା ସ୍ଥିତିରେ ବିରୋଧୀ - ଶାସକ:ଜିତାପଟ୍ କାହାର:ବିଜେପିର ଭୋଟ ହାର ବୃଦ୍ଧିରେ ଶାସକ

ସରଗରମ ଆନନ୍ଦପୁର ରାଜନୀତି:ଆଶାୟୀଙ୍କ ଲମ୍ବା ଲାଇନ୍: ମୁକାବିଲା ସ୍ଥିତିରେ ବିରୋଧୀ - ଶାସକ:ଜିତାପଟ୍ କାହାର:ବିଜେପିର ଭୋଟ ହାର ବୃଦ୍ଧିରେ ଶାସକ ନାକେଦମ୍
ଆନନ୍ଦପୁର:- କେନ୍ଦୁଝର ଜିଲ୍ଲାର ଚର୍ଚ୍ଚିତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଆସିଛି ୨୦୨୪ ସାଧାରଣ ନିର୍ବଚନ ପାଇଁ ହାତରେ ମାତ୍ର ଆଉ କେତେ ମାସର ବ୍ୟବଧାନ କିନ୍ତୁ ଏବେଠାରୁ ଆନନ୍ଦପୁର ରାଜନୀତି ବେଶ୍ ଉଷ୍ମ ହେବାରେ ଲାଗିଛି ଶାସକ ଏବଂ ବିରୋଧୀ ଉଭୟ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ରଣନୀତି ପ୍ରସ୍ତୁତିରେ ଲାଗି ପଡିଲେଣି ଆନନ୍ଦପୁର ରାଜନୀତି ରେ ଆଗକୁ ବହୁମୁଖି ପ୍ରତିଦ୍ୱନ୍ଦିତା ଓ ଘମାଘୋଟ ଲଢେଇ ନେଇ ଆଭାସ ମିଳୁଥିବା ବେଳେ ନିଜ ନିଜର ଦଳୀୟ ସଙ୍ଗଠନକୁ ଅଧିକ ଶାଣିତ କରିବାକୁ ଆନନ୍ଦପୁରରେ ରାଜନୈତିକ ଦଳ ଗୁଡିକ ଘନ ଘନ ବୈଠକ ,କର୍ମୀ ସମ୍ମିଳନୀ,ବୁଥ ସ୍ଥରରେ କର୍ମୀ ମାନଙ୍କୁ ମନାଇବା ପାଇଁ ମନ୍ତ୍ରଣା ଆରମ୍ଭ କରି ଦେଲେଣି ଗାଁ ଗାଁ ରେ ଚିଠା ତାଲିକା ପ୍ରସ୍ତୁତ ହେଲାଣି ଏହି ନିର୍ବାଚନ ମଣ୍ଡଳୀରେ ୨୦୧୪ ରୁ ୨୦୨୨ ମଧ୍ୟରେ ବିଜେଡି ଜିତାପଟ୍ କରୁଥିବାବେଳେ କଂଗ୍ରେସ ସତା ହରାଇଛି ସେହିପରି ପ୍ରମୁଖ ବିରୋଧୀ ଭାବେ ବିଜେପି ଉଭା ହୋଇଆସୁଛି ୨୦୧୪ ମସିହା ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସମସ୍ତ ଦଳର ଭୋଟ ହାର କୁ ତର୍ଜମା କଲେ ତାହା ସ୍ପଷ୍ଟ ବାରି ହେଉଛି ସୂଚନା ଅନୁଯାୟୀ ୨୦୧୪ ମସିହା ସାଧାରଣ ନିର୍ବାଚନ ରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେଡି କୁ ୮୨,୫୨୦ଖଣ୍ଡ ଭୋଟ ଓ କଂଗ୍ରେସ କୁ ୬୦,୨୯୬ ଖଣ୍ଡ ଭୋଟ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟି ବିଜେପି କୁ ୧୨,୬୬୪ଖଣ୍ଡ ଭୋଟ ମିଳିଥିଲା ୨୦୧୭ମସିହା ଜିଲ୍ଲାପରିଷଦ ଓ ପୌର ନିର୍ବାଚନ ରେ ବିଜେଡି କୁ ୭୭,୫୯୭ ଖଣ୍ଡ ଭୋଟ କଂଗ୍ରେସ କୁ ୨୭,୯୮୬ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି କୁ ୩୦,୮୯୭ ଖଣ୍ଡ ଭୋଟ ମିଳିଥିଲା ୨୦୧୯ ମସିହା ସାଧାରଣ ନିର୍ବଚନରେ ବିଜେଡି କୁ ୮୯,୮୫୦ଖଣ୍ଡ ଓ କଂଗ୍ରେସ କୁ ୪୫,୬୫୭ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି କୁ ୩୧,୫୫୪ଖଣ୍ଡ ଭୋଟ ମିଳିଥିଲା ସେହିପରି ୨୦୨୨ମସିହା ଜିଲ୍ଲା ପରିଷଦ ଓ ପୌର ନିର୍ବଚନରେ ବିଜେଡି କୁ ୮୯,୭୧୩ଖଣ୍ଡ କଂଗ୍ରେସ କୁ ୧୯,୫୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି କୁ ୭୧,୮୯୭ଖଣ୍ଡ ଭୋଟ ମିଳିଥିଲା ଉକ୍ତ ଭୋଟ ହାର କୁ ଆକଳନ କଲେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ଜୀତାପଟ କରୁଥିବା ବେଳେ ବିଜେଡିର ଭୋଟ ହାର ଏକ ରକମ୍ ସ୍ଥିର ରହିଛି କଂଗ୍ରେସ ର ଭୋଟ ହାର କୁ ଆକଳନ କଲେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୨୦୧୪ ରୁ ୨୦୨୨ମଧ୍ୟରେ କଂଗ୍ରେସର ଭୋଟ ହାର କମି କମି ଯାଇଛି ଏବଂ କଂଗ୍ରେସ ଏକ ରକମ ସତା ହରାଇଥିବା ବେଳେ କଂଗ୍ରେସ ସ୍ଥିତି ଟଳମଳ ହୋଇଛି ସେହିପରି ବିଜେପି ର ଭୋଟ ହାର କୁ ଆକଳନ କଲେ ବିଜେପି ର ଭୋଟ ହାର ବୃଦ୍ଧି ପାଉଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହି ପ୍ରମୁଖ ବିରୋଧୀ ସାଜିଛି ଭାରତୀୟ ଜନତା ପାର୍ଟି ବିଜେପି ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାରଧାରା ଓ ଲୋକପ୍ରିୟତା ସାରା ଭାରତରେ ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ରେ ମଧ୍ୟ ବିଜେପି ପ୍ରମୁଖ ବିରୋଧୀ ସାଜିଛି ସେହିପରି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ଯୁବ ନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଙ୍କ ଲୋକ ପ୍ରୀୟତା ବୃଦ୍ଧି ପାଉଥିବା ବେଳେ ତାଙ୍କର ସାଂଗଠାନିକ ସ୍ଥିତି ବେଶ୍ ମଜଭୁତ ରହିଥିବା ଚର୍ଚ୍ଚା ମଧ୍ୟ ଯୋର୍ ଧରିଛି ଆଲୋକ ସେଠୀ ଙ୍କ ନେତୃତ୍ବରେ ବିଜେପି ର ଭୋଟ ହାର ବୃଦ୍ଧି ପାଇଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନ ରେ ବିଜେପି ଆଶାତୀତ ସଫଳତା ହାସଲ କରିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ଆଗାମୀ ସାଧାରଣ ନିର୍ବାଚନ ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବିଜେଡି ସରକାର ର ଦୁର୍ନୀତି,ଭ୍ରଷ୍ଟାଚାର ଓ ଗୁଣ୍ଡାରାଜ୍ ରେ ସାଧାରଣ ଜନତା ଅତିଷ୍ଠ ହୋଇଥିବା ବେଳେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇଫାଳ ହୋଇଥିବା ବେଳେ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ମଧ୍ୟରେ ଗୋଷ୍ଠୀ କନ୍ଦଳ ବିଜେଡି ପାଇଁ ଘାତକ ସାଜିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ସେହିପରି ଭାରତୀୟ ଜନତା ପାର୍ଟି ବିଜେପି ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ ହିତକର କାର୍ଯ୍ୟରେ ବିଶ୍ୱାସ ରଖି ବିଜେପି ପ୍ରତି ଜନସାଧାରଣ ଙ୍କ ସମର୍ଥନ ବୃଦ୍ଧି ପାଉ ଥିବା ବେଳେ ବିଜେପି ର ସମସ୍ତ କର୍ମୀ ଓ ନେତା ଏକତ୍ର ହୋଇ ସଂଗଠନକୁ ସୁଦୃଢ କରିବା ସହ ଜନସାଧାରଣ ଙ୍କ ନିକଟତର ହୋଇ ପାରିଲେ ଜନସାଧାରଣ ଙ୍କ ଆସ୍ଥା ଭାଜନ ହେବା ସହ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପୁଣି କ୍ଷମତା ହାସଲ କରିପାରିବ ବୋଲି ସାଧାରଣ ରେ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଏହାରି ଭିତରେ ବହୁ ନୂତନ ଆଶାଇ ପ୍ରାର୍ଥୀ ଉଭା ହୋଇଥିବା ବେଳେ ଜନସାଧାରଣ କାହା ଉପରେ ଭରଷା ଓ ବିଶ୍ୱାସ କରୁଛନ୍ତି ଏବଂ କାହା ମୁଣ୍ଡ ଉପରେ ଜନସାଧାରଣ ସୁନା କଳସ ଢାଳି ବିଜୟୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

87
9714 views
  
1 shares