logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଜେପି ନଦୀ ସୁରକ୍ଷା ସମିତି ନମାମିଗଙ୍ଗେ ପକ୍ଷରୁ ସେବା କାର୍ଯ୍ୟ:ବୈତରଣୀ ନଦୀ ଘାଟ ରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଆନନ୍ଦପୁର:ଭାରତ ବର୍ଷର ବ

ବିଜେପି ନଦୀ ସୁରକ୍ଷା ସମିତି ନମାମିଗଙ୍ଗେ ପକ୍ଷରୁ ସେବା କାର୍ଯ୍ୟ:ବୈତରଣୀ ନଦୀ ଘାଟ ରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ
ଆନନ୍ଦପୁର:ଭାରତ ବର୍ଷର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପ୍ରଚଣ୍ଡ ଦେଶ ଭକ୍ତ, ଭାରତୀୟ ଜନ ସଂଘ ର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୁନ ୨୩ ତାରିଖ ବଳିଦାନ ଦିବସ ଅବସରରେ, ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଆନୁକୁଲ୍ୟରେ ଆନନ୍ଦପୁର ଠାରେ ସେବା କାର୍ଯ୍ୟ ହେଇଯାଇଛି। ଆନନ୍ଦପୁର ମୁନିସିପାଲିଟି ୪ ନମ୍ବର ୱ୍ଆର୍ଡ ର ବୈତରଣୀ ନଦୀ ର ଠାକୁର ଘାଟ ରେ ବ୍ୟାପକ ଭାବେ ସଫେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ନଦୀ ଘାଟ ସଫେଇ କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ କଂ ନେତୃତ୍ଵରେ ହେଇଯାଇଛି ।ଏହି ସଫେଇ କାଯ୍ୟକ୍ରମ ରେ ନଦୀ ଘାଟ ସଫା କରିବା ସହିତ ନଦୀ ରୁ ପଲିଥିନ ଜରି, ଅନାବନା ନଟାଗଛ କାଟି ବିଜେପି ର କାର୍ଯ୍ୟକର୍ତ୍ତା ସଫା କରିଥିଲେ। ନଦୀ ଘାଟ ରାସ୍ତା କୁ ସଫା କରିବା ସହିତ ରାସ୍ତା କୁ ସମତଳ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ୍ ରଞ୍ଜନ ସାମନ୍ତସିଂହାର, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଜିଲ୍ଲା ସହସଂଯୋଜକ ଶ୍ରୀ ଗୋଲକ ଜେନା, କାଉନସିଲର ଶ୍ରୀ ସମ୍ବିତ କୁମାର ଦାସ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହରମୋହନ ଶାସିନି, ଆନନ୍ଦପୁର ନଗର ମଣ୍ଡଳ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ହରେକୃଷ୍ଣ ପାତ୍ର, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର କୁମାର ସାହୁ, ଗଗନ କୁମାର ସିଂ, ରାମଚନ୍ଦ୍ର ସାହୁ, ବାଇଧର ସାହୁ, ଘାସିନାଥ ନାୟକ, ପଦ୍ମଲୋଚନ ଦାଶ, ଆଲୋକ କୁମାର ଖଟୁଆ, ବିମଳ କୁମାର ରାଉତ କଂ ସମେତ ବହୁ ସଂଖ୍ଯାରେ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

22
14736 views
1 shares

Comment