logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାନବଧିକାର ଦିବସ ଅବସରରେ ମେଗା ରକ୍ତଦାନ ଶିବିରଆନନ୍ଦପୁର:ବିଶ୍ୱ ମାନବଧିକାର ଦିବସ ଅବସରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି କେହି ଯେମିତି ରକ୍

ମାନବଧିକାର ଦିବସ ଅବସରରେ ମେଗା ରକ୍ତଦାନ ଶିବିର

ଆନନ୍ଦପୁର।:ବିଶ୍ୱ ମାନବଧିକାର ଦିବସ ଅବସରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି କେହି ଯେମିତି ରକ୍ତ ଅଭାବ ରୁ ଜୀବନ ନଯାଉ ସେଥିପାଇଁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଆଜି ଆନନ୍ଦପୁର କଲେଜ ପରିସରରେ ଓଡିଶା ମୋ

ପରିବାର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମାନବଧିକାର ପରିଷଦର ଜିଲ୍ଲା ସଭାପତି ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଆନନ୍ଦପୁର କଲେଜର ଅଧ୍ୟକ୍ଷ ଡ଼. ଦିଲ୍ଲୀପ କୁମାର ଦାସ ଫିତା କାଟି ଉଦ୍ଘାଟନ କରିଥିବାବେଳେ  ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଆନ୍ତର୍ଜାତୀୟ ମାନବଧିକାର ପରିଷଦ ର ଜିଲ୍ଲା ସଭାପତି ସତ୍ୟବ୍ରତ ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ମିଶ୍ର,ଚମ୍ପୁଆ ସିଟି ବୋର୍ଡର ସଭାପତି ଶିବସଙ୍କର ରାଜ୍,ଓଡିଶା ମୋ ପରିବାର ର କୋର୍ଡିଂନେଟର ପ୍ରଦୀପ କୁମାର ସାହୁ,ବିଜେଡି ନେତା ତଥା ପୂର୍ବତନ ନଗରପାଳ ଶାନ୍ତନୁ କୁମାର ସେଠୀ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ,ସ୍ୱେଚ୍ଛାସେବୀ ଯୋଗଦେଇ ସ୍ୱଇଛାରେ ରକ୍ତଦାନ କରିଥିଲେ।ମୋଟ ୮୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଡାକ୍ତର ଉଦୟ ଭାସ୍କର ପଣ୍ଡାଙ୍କ ନେତୃତ୍ୱରେ ମେଡ଼ିକାଲ ଟିମ ସହଯୋଗ କରି ରକ୍ତ ସଂଗ୍ରହ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦପୁର କଲେଜର ସମସ୍ତ ଷ୍ଟାଫ ଏବଂ ଓଡିଶା ମୋ ପରିବାର ର ସମସ୍ତ ସଦସ୍ୟ ଓ କେନ୍ଦୁଝର ଜିଲ୍ଲା ଆନ୍ତର୍ଜାତୀୟ ମାନବଧିକାର ପରିଷଦର ସମସ୍ତ ସଦସ୍ୟ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

6
14722 views
8 shares

Comment