logo

ଭଙ୍ଗା ଦଦରା ପଲିଥିନ ତଳେ ବିତୁଛି ଜୀବନ:ଆବାସ ଯୋଜନା ନାରାୟଣଙ୍କ ପାଇଁ ସାତ ସପନ

ଆନନ୍ଦପୁର:ଗରିବଙ୍କ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା ହେଲେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ନଦେଖିଲେ ବିଶ୍ୱାସ କରିହେବ ନାହିଁ। ଏକ ପୁସ୍ତକର ମଲାଟ୍ ପରୀ ସବୁ ଉପରେ ଚିକ ଚିକ ହେଲେ ଭିତରେ ସବୁ ଗୋଳ ମାଳିଆ।

କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା  ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ଧାଉଡିହା ଗ୍ରାମରେ।  ପଞ୍ଚାୟତରେ ଥିବା ଜଣେ ଅସହାୟ  ଦିନମଜୁରିଆ ଏବଂ ତାର ପତ୍ନୀ ଓ ପୁଅ ନିଜ ଭାଗ୍ୟକୁ ଆଦରି ଦୀର୍ଘ  ବର୍ଷ ହେଲା ଭଙ୍ଗା,ଦଦରା

ଘରେ ପଲିଥିନ୍‌ ଟାଙ୍ଗୀ ପଡ଼ିରହିଛନ୍ତି। 'ଯେତେ ଗୁହାରି କଲେ ବି ଶୁଣୁ ନାହାନ୍ତି ସରପଞ୍ଚ କି ସରକାରୀ ବାବୁ।ଥିଲା ବାଲାଙ୍କୁ ମିଳୁଛି ଆବାସ ନଥିଲାବାଲାଙ୍କୁ ସାହା ଖୋଲା ଆକାଶ। ଖାଳିଆମେଣ୍ଟା ପଞ୍ଚାୟତକୁ  ଦେଖି ଏହି ପଞ୍ଚାୟତ ଉନ୍ନତି ର ଶୀର୍ଷ ରେ ପହଞ୍ଚିବା ପ୍ରାୟ ଭୁଲ ହେବ।ଲୋକଙ୍କୁ ନେଇ ପଞ୍ଚାୟତ ଓ ସେହି ପଞ୍ଚାୟତ ପାଇଁ ଏହି କାର୍ଯ୍ୟାଳୟ ସେମାନେ କେମିତି ରହୁଛନ୍ତି? ଆପଣ ଭାବୁଥିବେ ସେମାନେ ବହୁତ ଖୁସି ରେ ଥିବେ କିନ୍ତୁ କଥାଟା ପୁରା ଓଲଟା, ସେହି ପଞ୍ଚାୟତର ଅସହାୟ ଶ୍ରମଜୀବୀ ନାରାୟଣ ଚନ୍ଦ (୬୬) ଙ୍କ ଘରକୁ ଦେଖିଲେ ଜାଣିପାରିବେ, ଘର ଅବସ୍ତା ଦେଖିଲେ ଏଠି ଯେ ମଣିଷ ରହିବା ଅସମ୍ଭବ ଏହା ଆପଣ ଠିକ୍ ବୁଝିପାରୁଥିବେ,କିନ୍ତୁ ଏହି ଘରେ ସିଏ ଆଉ ତାଙ୍କ ପତ୍ନୀ ଏବଂ ପୁଅ  ଦୀର୍ଘ ବର୍ଷ ଧରି ରହିଆସୁଛନ୍ତି।କେତେବେଳେ ଉପରୁ ଖରା ପଡୁଛି ତ କେତେବେଳେ ବର୍ଷା ଏପଟେ ସାପ ବେଙ୍ଗ ପରି ଅନେକ ଜୀବଜନ୍ତୁ ଘରେ ପଶି ଯାଉଛନ୍ତି। ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି ନାରାୟଣଙ୍କ ପରିବାର। ମୁଲମଜୁରି ଲାଗି ଯାହା ରୋଜଗାର କରନ୍ତି ସେଥିରେ ଦୁଇ ଓଳି ଦୁଇ ମୁଠା ଖାଇବା ମଧ୍ୟ କଷ୍ଟକର,ତେଣୁ ସେ ଘର ଖଣ୍ଡିଏ କରିବା ପାଇଁ ଅସମର୍ଥ ହୋଇଥିବାରୁ ଭାଗ୍ୟକୁ ଆଦରି ପଡିରହିଛନ୍ତି। ସରପଞ୍ଚଙ୍କ ପାଖକୁ ଗଲେ ସେ କହୁଛନ୍ତି ବିଡିଓଙ୍କ ପାଖକୁ ଯାଅ, ଆଉ ବିଡିଓଙ୍କ ପାଖକୁ ଗଲେ ସେ କହୁଛନ୍ତି ସରପଞ୍ଚଙ୍କୁ କୁହ। ଏଠି ପ୍ରଶ୍ନ ଉଠୁଛି ଏମିତି ଦାଇତ୍ୱହୀନ ଉତ୍ତର ଦେଲେ ସାଧାରଣ ଗରିବ ଲୋକଟିଏ ନିଜର ଅସୁବିଧା ଜଣେଇବ କାହାକୁ?? ସବୁଠାରୁ ବଡ଼ କଥା ହେଲା ମହିଳା ସରପଞ୍ଚ ଥିବା ବେଳେ, ଶାସନ ଭାର ସମ୍ଭାଳୁଛନ୍ତି ତାଙ୍କ ସ୍ବାମୀ, ଅର୍ଥାତ୍ ଏଠି ଚାଲିଛି ସ୍ବାମୀ ସରକାର।  ସୂଚନା ଅନୁସାରେ ତାଙ୍କର ଆବାସ ଯୋଜନାରେ ଘର ଆସିଥିଲା କିନ୍ତୁ ଚଂଚକତା କରାଯାଇ ଏବଂ ରାଜନୈତିକ ଆକ୍ରୋସ ମୂଳକ ଭାବେ ତାଙ୍କୁ ଲିଷ୍ଟ ରୁ କାଟି ଦେଇଥିବା ନାରାୟଣଙ୍କ ପରିବାର ଅଭିଯୋଗ କରିଛନ୍ତି।ଯାହାକୁ ନେଇ ପୂର୍ବରୁ ବିଡ଼ିଓ ଙ୍କୁ ଦେଖାକରି ଅଭିଯୋଗ କରିଥିବା ବେଳେ ଏବେ ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ ଭେଟି ଅଭିଯୋଗ କରିଛନ୍ତି।ଏବଂ ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀ କୁଅଁର ଅଭିଯୋଗ ଗ୍ରହଣ କରିବା ସହିତ ସମସ୍ୟର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ପଞ୍ଚାୟତ ରେ ଅନେକ ସମସ୍ୟା ରହିଥିବାବେଳେ ପ୍ରକୃତ ହିତାଧିକାରୀ ସରକାର ଙ୍କ ବିଭିନ୍ନ ଯୋଜନାରୁ ବାଦ ପଡୁଥିବା ଏବଂ ଅଯୋଗ୍ୟ ହିତାଧିକାରୀ ହାତ ଗୁଂଜା ଏବଂ ଶାସକ ଦଳର ନେତାଙ୍କୁ ଧରି ଯୋଜନା ହାତଉଥିବା ଅଭିଯୋଗ ହୋଇଛି ଏପରିକି ଲାଞ୍ଚ  ନଦେଲେ ଏବଂ କେବଳ ଶାସକ ଦଳର କର୍ମୀ ମାନଙ୍କୁ ଯୋଜନାରେ ସାମିଲ କରାଯାଉଥିବା ନାରାୟଣଙ୍କ ପରିବାର ସମେତ ଅନେକ ବାଦ ପଡିଥିବା ହିତାଧିକାରୀ ଅଭିଯୋଗ ଆଣିବା ସହିତ ସାଧାରଣ ରେ ଏନେଇ ଚର୍ଚ୍ଚା ମଧ୍ୟ ହେଉଥିବା ଶୁଣିବାକୁ ମିଳୁଛି। ଏଠି ସବୁଠାରୁ ବଡ଼ ପ୍ରଶ୍ନ କାହା ଛତ୍ରଛାୟା ତଳେ ଏହି ପଞ୍ଚାୟତ ର ସରପଞ୍ଚ ଏବଂ ସରକାରୀ ବାବୁ। ଘଷିପୁରା ନିର୍ବାଚନ ମଣ୍ଡଳୀର କୌଣସି ଦଳୀୟ ନେତା ନା କୌଣସି ପ୍ରଶାସନିକ ଅଧିକାରୀ? ଯେଉଁଥିପାଇଁ ଲୋକଙ୍କ ସମସ୍ୟା ନବୁଝି ମଧ୍ୟ ସେ ରହିଛନ୍ତି ଅଚିନ୍ତା ରେ,ଖାଲି ସେତିକି ନୁହଁ ପଞ୍ଚାୟତ ରେ ବିଭିନ୍ନ ପ୍ରକାର ସମସ୍ୟା ଥିବାବେଳେ ସାଧାରଣ ଗରିବ ଲୋକଟି ଡରରେ ସାହସ କରିପାରୁ ନାହିଁ କିଛି କହିବାକୁ କାରଣ ସବୁ ହର୍ତ୍ତାକର୍ତ୍ତା ଦଇବ ବିଧାତା ହେଉଛନ୍ତି ଶାସକ ଦଳର ନେତା ଓ କର୍ମୀ। ଏପଟେ କିଛି କହିଲେ ବିଭିନ୍ନ ସରକାରୀ ଯୋଜନାରୁ ବାଦ ପଡିଯିବାର ଭୟ ଏମିତି ଲୋକଙ୍କ ସମସ୍ୟା କୁ ଅଣଦେଖା କରା ଯାଉଥିବା ବେଳେ  ଆଗାମୀ ଦିନରେ ପଞ୍ଚାୟତବାସୀ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଉଚିତ ଜବାବ ଦେବେ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଦେଖିବାକୁ ବାକି ରହିଲା ଏହି ଅସହାୟ ଶ୍ରମଜୀବୀ ନାରାୟଣ ଙ୍କ ପରିବାରକୁ ଘର ମିଳୁଛି କେବେ ଏବଂ ତାଙ୍କ ପରି ବାଦ ପଡିଥିବା ଉକ୍ତ ପଂଚାୟତ ର ହିତାଧିକାରୀଙ୍କ ଦୁଃଖ ଲାଘବ ହେଉଛି କେବେ? ।

8
14696 views
  
6 shares