logo

*ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ* :

ଏମିତି ବି ଜୀବନ ଯାଏ । କ'ଣ ଏକା ବେଳକେ ତିନି ଜଣଙ୍କର ଆୟୁଷ ପୂରି ଯାଇଥିଲା ନା ତିନିହେଁ ଅପମୃତ୍ୟୁ ମାଗିଥିଲେ । ଏକ ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଭଷ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ ଟି ପି ସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଅଜଣା ଟ୍ରକଟି ଧକ୍କା ମାରି ଫେରାର ହୋଇଯାଇଥିବା ସୂଚନା ରହିଛି। ତେବେ
ଗୋଟିଏ ବାଇକରେ ଯାଉଥିବା ତିନି ସ୍ଥାନୀୟ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହେଇଯାଇଛି। ମୃତକମାନେ ହେଲେ ସେହି ଦର୍ଲିପାଲି ଗ୍ରାମର ରଞ୍ଜନ ପ୍ରଧାନ, ଆଶିଷ ଭୋଇ ଓ ରୂପକ ଧୁରୁଆ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

20
1124 views