logo

ଫେଲ୍ ହେଲା ଇଞ୍ଜିନ୍, ୬ଘଣ୍ଟା ଅଟକିଲା ଟ୍ରେନ୍ : ଡିଆରଏମ୍‌ଙ୍କୁ ଫୋନ୍ କରିବାରୁ ମିଳିଲା ଏମିତି ଉତ୍ତର…

ଭୁବନେଶ୍ୱର ।  ହାଓ୍ବଡାରୁ ପୁରୀ ଅପ୍ ଶ୍ରୀ ଜଗନ୍ନାଥ ଟ୍ରେନ୍ ଟ୍ରେନ୍ ଫେଲ୍ । ୬ ଘଣ୍ଟା ହନ୍ତସନ୍ତ ହେଲେ ଯାତ୍ରୀ । ଗୁରୁବାର ସକାଳ ୬ଟାରେ ଅର୍ଥାତ ୬ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ସୋର ଷ୍ଟେସନରୁ ଗନ୍ତବ୍ୟସ୍ଥଳ ପୁରୀ ଅଭିମୁଖେ ଛାଡିଥିଲା ।

ଟ୍ରେନ୍‌ଟି ସୋର ଷ୍ଟେସନଠାରୁ ୧ କିଲୋମିଟର ଦୂର ନିଛାଟିଆ ସ୍ଥାନରେ ବୁଧବାର ରାତି ୧୧ଟା ୩୦ ମିନିଟରୁ ରାତି ୩ଟା ୩୦ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲା । ପରେ ଟ୍ରେନ୍ ପଛକୁ ଫେରି ସୋର ଷ୍ଟେସନରେ ପହଞ୍ଚିଥିଲା ।

 ରାତି ଅଧରେ ଟ୍ରେନରେ ଭିଡ ସାଙ୍ଗକୁ ଗୁରୁତର କ୍ୟାନସର ରୋଗୀଠାରୁ ଆରମ୍ଭ କରି କାର୍ଯକ୍ଷେତ୍ରକୁ ଯାଉଥିବା ଯାତ୍ରୀମାନେ ମଝି ରାସ୍ତାରେ ଅଟକି ହାଇରାଣ ହେଉଥିଲେ । ରେଳବାଇ ଖଡ଼ଗପୁର ଡିଭିଜନାଲ ରେଳ ମ୍ୟାନେଜରଙ୍କୁ ଫୋନ୍ କରିବାରୁ ତାଙ୍କ ଉତ୍ତର ଥିବା କିଛି ଅଲଗା ।

ସେ କହିଥିଲେ, ଅଧ ରାତିରେ ମୋତେ ଫୋନ୍ କଲ କାହିଁକି ? ଡେରି ହେଲା ତ କଣ ହେଲା । ସିନିଅର ଡିସିଏମଙ୍କୁ ଫୋନ୍ କର । ସିଧା କଣ ମୋତେ ଫୋନ୍ କରିଦେବ । ଜଣାଅଛି ଇଞ୍ଜିନ ଫେଲ୍ ଅଛି ।

ଭଦ୍ରକରୁ କ୍ରେନ୍ ଆସୁଛି  ଇଞ୍ଜିନକୁ ଉଠାଇବା ପାଇଁ । ଏଭଳି ଚଢା ଗଳାରେ ଡିଆରଏମଙ୍କ ଉତ୍ତର ରେଳ ଯାତ୍ରୀଙ୍କୁ ଆଘାତ ଦେଇଥିଲା । ଯାତ୍ରୀମାନେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

0
14656 views
  
1 shares