logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବସ ବାଇକ ମୁହାଁମୁହିଁ ଧକ୍କା,୨ ଗୁରୁତର, ଜଣେ ସାମାନ୍ଯ ଆହତ ।म

ମାଲକାନଗିର। ଆଜି ସକାଳେ କାଲିମେଳା ଜଗନ୍ନାଥ ମନ୍ଦିର ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ବସ ଏବଂ ବାଇକ ମଧ୍ଯରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ବାଇକ ଆରୋହି ଆହାତ ହୋଇଛନ୍ତି ।

ତେବେ ଦୁଇ ଜଣ ଗୁରୁତର ଥିବା ବେଳେ ଜଣେ ସାମାନ୍ଯ ଆହତ ହୋଇଥିବା ଜଣାପଡିଛି । ଆଜି ହାଇଦ୍ରାବାଦରୁ ସାଇକ୍ରୀଷ୍ଣା ଘରୋଇ ବସ (ଏପି୧୬ଟିଇ ୦୭୭୭) ସକାଳ ୬ ଘଟିକା ସମୟରେ କାଲିମେଳା ଗ୍ରାମରେ ପହଞ୍ଚି ମାଲକାନଗିରି ଅଭିମୁଖି ଯାଉଥିବା ବେଳେ ସେହି ସମୟରେ ଜଗନ୍ନାଥ ମନ୍ଦିର ସାମ୍ନା

ରାସ୍ତାରୁ ଏକ ବାଇକ ବାହାରି ମୋଟୁ ରାସ୍ତା ଆଡ଼କୁ ଯିବା ସମୟରେ ବାଇକ ସହ ବସର ମୁହାଁମୁହିଁ ଶକ୍ତ ଧକ୍କା ହୋଇଥିଲା । ଫଳରେ ବାଇକରେ ବସିଥିବା ତିନି ଜଣ ଯୁବକ ରାଜପଥ ଉପରେ ଛିଟିକି ପଡ଼ିଥିବା ବେଳେ ବସର ହେଡ ଲାଇଟ୍ ପାଖ ଅଂଶ ଭାଙ୍ଗି ଯାଇଥିଲା । ଘଟଣା ସ୍ଥଳରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇ କାଲିମେଳା ସରକାରୀ ଗୋଷ୍ଠୀ

ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣ ବ୍ଯକ୍ତି ଗୁରୁତର ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ତିନି ଜଣ ଯୁବକ କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟୁମକୋଣ୍ଡା ଗ୍ରାମ ପଞ୍ଚାୟତର ବୋଲି ଜଣାପଡିଛି । କାଲିମେଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଏବଂ ବାଇକ ଜବତ କରିବା ସହିତ ବସ ଡ୍ରାଇଭ୍ରରକୁ କୋର୍ଟ ଚାଲାଣ କରାଯାଇଛି ।

3
14703 views

Comment