logo

ବସ ବାଇକ ମୁହାଁମୁହିଁ ଧକ୍କା,୨ ଗୁରୁତର, ଜଣେ ସାମାନ୍ଯ ଆହତ ।म

ମାଲକାନଗିର। ଆଜି ସକାଳେ କାଲିମେଳା ଜଗନ୍ନାଥ ମନ୍ଦିର ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ବସ ଏବଂ ବାଇକ ମଧ୍ଯରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ବାଇକ ଆରୋହି ଆହାତ ହୋଇଛନ୍ତି ।

ତେବେ ଦୁଇ ଜଣ ଗୁରୁତର ଥିବା ବେଳେ ଜଣେ ସାମାନ୍ଯ ଆହତ ହୋଇଥିବା ଜଣାପଡିଛି । ଆଜି ହାଇଦ୍ରାବାଦରୁ ସାଇକ୍ରୀଷ୍ଣା ଘରୋଇ ବସ (ଏପି୧୬ଟିଇ ୦୭୭୭) ସକାଳ ୬ ଘଟିକା ସମୟରେ କାଲିମେଳା ଗ୍ରାମରେ ପହଞ୍ଚି ମାଲକାନଗିରି ଅଭିମୁଖି ଯାଉଥିବା ବେଳେ ସେହି ସମୟରେ ଜଗନ୍ନାଥ ମନ୍ଦିର ସାମ୍ନା

ରାସ୍ତାରୁ ଏକ ବାଇକ ବାହାରି ମୋଟୁ ରାସ୍ତା ଆଡ଼କୁ ଯିବା ସମୟରେ ବାଇକ ସହ ବସର ମୁହାଁମୁହିଁ ଶକ୍ତ ଧକ୍କା ହୋଇଥିଲା । ଫଳରେ ବାଇକରେ ବସିଥିବା ତିନି ଜଣ ଯୁବକ ରାଜପଥ ଉପରେ ଛିଟିକି ପଡ଼ିଥିବା ବେଳେ ବସର ହେଡ ଲାଇଟ୍ ପାଖ ଅଂଶ ଭାଙ୍ଗି ଯାଇଥିଲା । ଘଟଣା ସ୍ଥଳରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇ କାଲିମେଳା ସରକାରୀ ଗୋଷ୍ଠୀ

ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣ ବ୍ଯକ୍ତି ଗୁରୁତର ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ତିନି ଜଣ ଯୁବକ କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟୁମକୋଣ୍ଡା ଗ୍ରାମ ପଞ୍ଚାୟତର ବୋଲି ଜଣାପଡିଛି । କାଲିମେଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଏବଂ ବାଇକ ଜବତ କରିବା ସହିତ ବସ ଡ୍ରାଇଭ୍ରରକୁ କୋର୍ଟ ଚାଲାଣ କରାଯାଇଛି ।

3
14657 views