logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତିଙ୍କୁ ଦିଗପହଣ୍ଡିରେ ସ୍ୱାଗତ ସମ୍ବର୍ଦ୍ଧନା

ଗଞ୍ଜାମ । ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଓ ଅନ୍ୟ କର୍ମକାର୍ତ୍ତାଙ୍କୁ ଦିଗପହଣ୍ଡି ସହରରେ ଯୁବ ସାମ୍ବାଦିକ ତଥା ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି।

ରାୟଗଡା ଜିଲ୍ଲାରେ କାର୍ଯ୍ୟକାରିଣୀ ବୈଠକ ନିର୍ଦ୍ଧାରିତ ଥିବା ହେତୁ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ସମେତ ଅନ୍ୟାନ୍ୟ କର୍ମକାର୍ତ୍ତାମାନେ ରାଜଧାନୀ ଭୁବନେଶ୍ବରରୁ ଗସ୍ତରେ ବାହାରିଥିଲେ।

ଦିଗପହଣ୍ଡି ସହରର ପ୍ରବେଶ ପଥରେ ଥିବା ପଥ ପାର୍ଶ୍ୱ ସେବା କେନ୍ଦ୍ର ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଯୁବ ସାମ୍ବାଦିକ ତଥା କର୍ମକାଣ୍ଡ ପଣ୍ଡିତ ସମ୍ଭବ ତ୍ରିପାଠୀଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଓ ତାଙ୍କ ସହିତ ଆସିଥିବା ଅନ୍ୟ କର୍ମକାର୍ତ୍ତାଙ୍କୁ ଫୁଲ ତୋଡା ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ଆସନ୍ତା ଦିନରେ ଗଞ୍ଜାମ ଜିଲ୍ଲାରେ ଜିଲା କାର୍ଯ୍ୟକାରିଣୀ ବୈଠକ ଚୂଡାନ୍ତ ହେବ ନେଇ ସୂଚନା ଦେଇଥିଲେ ରାଜ୍ୟ ସଭାପତି। ଏହି କାର୍ଯ୍ୟକାରିଣୀ ବୈଠକରେ ଅସଙ୍ଗଠିତ ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ସହିତ ସେମାନଙ୍କ ନୂତନ ପଞ୍ଜିକରଣ ଆଇଡ଼ି କାର୍ଡ ପ୍ରଦାନ ନେଇ ସୂଚନା ଦିଆଯାଇଥିଲା। ଆଜିକାର କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ମିଲନ ପାଣିଗ୍ରାହୀ, ବାଲ୍ମୀକି ଦୋରା, ସୁମନ ଭାଇ, ସଂଜୀବ ଭାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

13
18898 views
7 shares

Comment