logo

ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟିଲା, ଭାଙ୍ଗିଲା ବାହାନଗା ରେ କଂଗ୍ରେସ ର ଦୁର୍ଗ

ଭୁବନେଶ୍ବର ।  ଆଜି ବିଜେଡିରେ ବିଧିବଦ୍ଧ ଭାବେ ପ୍ରଣବ ପ୍ରକାଶ ଦାସ,ପ୍ରତାପ ଦେବ ଓ ସୋର ବିଜେଡି ର ସୂତ୍ରଧର ବିଧାୟକ ପର୍ଶୁରାମ ଧଡ଼ା ଙ୍କ ଉପସ୍ଥିତି ରେ ଯୋଗଦେଇଛନ୍ତି ଶରତ ରାଜ । ଆଜି ଭୁବନେଶ୍ୱର ସ୍ଥିତ ବିଜେଡି ପାର୍ଟି ଅଫିସରେ ବାହାନଗା ବ୍ଲକର ବହୁ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ପଟୁଆର ଧରି ବିଜେଡିରେ ମିଶିଛନ୍ତି l 

ସୋର ଓ ନୀଳଗିରି ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଜେଡ଼ି ରେ ମିଶିଥିବା କହିଛନ୍ତି ଶରତ ଚନ୍ଦ୍ର ରାଜ ।
ବାହାନଗା ଅଞ୍ଚଳରେ ଗମନାଗମନ ,ମେଡିକାଲର ବିକାଶ,କଲେଜର ବିକାଶ ପାଇଁ ବିଜେଡ଼ି ସରକାରଙ୍କ ପ୍ରତିଶ୍ରୁତି ରଖିଛି। 

କଂଗ୍ରେସ ଦଳର ଦଳୀୟ କନ୍ଦଳ ଓ ଗୋଡଟଣା ନୀତି ଥିବା ଅନୁଭବ କରି କଂଗ୍ରେସ ଛାଡି ବିଜେଡି ରେ ଯୋଗଦାନ କରିଥିବା କଥା କହିଛନ୍ତି ଶ୍ରୀଯୁକ୍ତ ରାଜ l


ଘଟଣାରୁ ପ୍ରକାଶ, ବାଲେଶ୍ୱର ଜିଲ୍ଲା ର ଦୁଇ ପ୍ରମୁଖ ନିର୍ବାଚନ ମଣ୍ଡଳୀ ନୀଳଗିରି ଓ ସୋର ର ସୀମା ବାହାନଗା l ଦୁଇ ନିର୍ବାଚନ ମଣ୍ଡଳୀର ନେତାଙ୍କ ଜିତିବା ଭବିଷ୍ୟତ ଗଢିଥାଏ ଏହି ବାହାନଗା ବ୍ଲକ ଅଞ୍ଚଳ l ଏହି ବାହାନଗା ଅଂଚଳର ଟାଣୁଆ ନେତା ଶରତ ରାଜ କଂଗ୍ରେସ ର ମଙ୍ଗଧରି ଆଗେଇ ନେଇ ଥିଲେ l 

ଶ୍ରୀ ରାଜ କଂଗ୍ରେସ ଦଳର ବାଲେଶ୍ୱର ଜିଲ୍ଲାରେ ଜଣେ ଆଗ ଧାଡ଼ିର ନେତା ସହ ଜିଲ୍ଲା ସଭାପତି ମଧ୍ୟ ଥିଲେ l ମାତ୍ର କଂଗ୍ରେସ ର ଗୋଡ଼ଟଣା ନୀତି ବିଷୟରେ କାହାକୁ ବା ଅଜଣା l 

ଶେଷରେ ନିଜର ରାଜନୈତିକ କ୍ୟାରିଅର କୁ କଂଗ୍ରେସ ଦଳରେ ଧୂଳିସାତ ନ କରି ଲୋକଙ୍କ ସେବା ଏବଂ ସମ୍ମତି ନେଇ ବିଧିବଦ୍ଧ ଭାବରେ ଆଜି ବହୁ ପଟୁଆର ସାଙ୍ଗରେ ନେଇ ଭୁବନେଶ୍ୱର ବିଜେଡି ଅଫିସ ରେ ବିଜେଡି ଦଳରେ ଯୋଗଦାନ କରିଛନ୍ତି l 

ଯାହାକୁ ନେଇ ବାହାନଗା ବ୍ଲକ ଅଞ୍ଚଳରେ ବିରୋଧୀ ଙ୍କୁ ଏକ ଚ୍ୟାଲେଞ ପରିସ୍ଥିତି ରେ ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି l

6
14664 views
  
3 shares