logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମନରେଗାରେ ହେବ ହାଇବ୍ରିଡ ଗୁଆଚାଷ; ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନିଶ୍ଚିନ୍ତକୋଇଲି (୨୫/୮): ଓଡ଼ିଶା ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମ ପଞ୍ଚାୟତ ଗୁଡିକର ଆର୍ଥିକ ବିକାଶ ଓ ସମୃଦ୍ଧି ପାଇଁ ଗୁଆ ଚାଷ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାଦ୍ବାରା ପ୍ରତ୍ୟେକ ପଞ୍ଚାୟତରେ ବେକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇଦେବାର ପ୍ରୟାସ ରହିବ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ୪୧ଟି ପଞ୍ଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୨ଟି ପଞ୍ଚାୟତରେ ଏହା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେବାକୁ ସ୍ଥିର କରାଯାଇଛି। ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁଆ ଚାରା ରୋପଣ, ଯତ୍ନ ନେବା, ରାସାୟନିକ ସାର ଏବଂ କୀଟନାଶକ ଔଷଧ ବ୍ୟବହାର ସମ୍ବନ୍ଧରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ଓଝା ପରିଚାଳନା କରିଥିବା ବେଳେ ଏଥିରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ମହାପାତ୍ର, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଏପିଓ ସାଗରିକା ପରିଡ଼ା, ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଶ୍ୱଚେତନା ମିଶ୍ର ଓ ନିର୍ଦ୍ଦେଶକ ପି ଶୁଭ୍ରାଂଶୁ ଶେଖର ଯୋଗଦେଇ ଏ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି। ଆସାମରୁ ସୁମଙ୍ଗଳ ହାଇବ୍ରିଡ୍ ଚାରା ଅଣାଯାଇ ଏହି ଚାଷ ପାଇଁ ବ୍ୟବହାର କରାଯିବ। ଏହା ୪ ବର୍ଷ ମଧ୍ୟରେ ଫଳ ଦେବ। ଗୋଟିଏ ଗୁଆ ଗଛରୁ ବାର୍ଷିକ ୪ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରିବ ବୋଲି ସୂଚନା ମିଳିଛି। ଏଭଳି ଏକ ନୂତନ ଚିନ୍ତାଧାରା ପଞ୍ଚାୟତ ସ୍ତରରେ ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ସରପଞ୍ଚ ମାନଙ୍କ ସହିତ ବୁଦ୍ଧିଜୀବୀ ମହଲ, ଜଵକାର୍ଡଧାରୀ ଶ୍ରମିକ, ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି।

156
29833 views

Comment